10 ତାରିଖ ଠାରୁ ସବୁ ରବିବାର ତାଲା ବନ୍ଧ ! କଣ ରହିବ ଖୋଲା ? କଣ ରହିବ ବନ୍ଧ ? ସମସ୍ତେ ଜାଣିରଖ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବଢ଼ୁଛି ସଂକ୍ରମଣ ।  ସରକାରଙ୍କର ବଡ଼ ନିଷ୍ପତି । ସବୁ ରବିବାର ଲକଡାଉନ୍ ରହିବ । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବଢ଼ୁଛି କରୋନା ସଂକ୍ରମଣ ମାମଲା। ଦେଶ ସହ ରାଜ୍ୟବାସୀ ଭୟଭୀତ ଅବସ୍ତାରେ ଅଛନ୍ତି। ଏଭଳି ସ୍ଥିତିରେ କରୋନା କାୟାରେ ବ୍ରେକ ଲଗାଇବାକୁ ଗୋଟିଏ ପରେ ଗୋଟିଏ ରାଜ୍ୟ ଲକଡାଉନ୍ ଘୋଷଣା କରୁଛନ୍ତି । କେବଳ ଅତ୍ୟାବଶ୍ୟକ ଓ ଜରୁରିକାଳୀନ ସେବାକୁ ବାଦ ଦିଆଯିବ । ତେବେ ବନ୍ଧୁଗଣ ଆପଣ ମାନେ ଜାଣି ପାରୁ ଯେ ସାରା ଦେଶରେ କୋରୋନା ଭାଇରସ ଦିନକୁ ଦିନ ଅଧିକ ମାତ୍ରା ରେ ବୃଦ୍ଧି ପାଇବାରେ ଲାଗିଛି । ଯାହା ଚିନ୍ତା ଜନକ ସ୍ଥିତି ସୃଷ୍ଟି କରିଛି । 

 

ବର୍ତ୍ତମାନର ସୂଚନା ଅନୁସାରେ ତାମିଲନାଡୁ ରେ ଅଚାନକ କୋରୋନା ସଂକ୍ରମଣ ବୃଦ୍ଧି ପାଇଛି । ଯାହା ପାଇଁ ରବିବାର ଦିନ ତାମିଲନାଡୁ ରେ ଲକଡାଉନ ଲାଗୁ ହେବ ବୋଲି ସୂଚନା ରହିଛି । ଏହା ଆସନ୍ତା ଜାନୁଆରୀ ୯ ତାରିଖ ରବିବାର ଠାରୁ ଆରମ୍ଭ ହେବ । ତେବେ ଗୁରୁବାର ଠାରୁ ନାଇଟ କର୍ଫ୍ୟୁ ଲାଗୁ ହେବ ବୋଲି ସୂଚନା ରହିଛି । ନାଇଟ କର୍ଫ୍ୟୁର ସମୟ ସୀମା ରହିଛି ରାତି ୧୦ଟା ରୁ ସକାଳ ୫ଟା ପର୍ଯ୍ୟନ୍ତ । ଏହି ସମୟ ମଧ୍ୟରେ ଯାତାୟାତ ଉପରେ କଠୋର କଟକଣା ଲାଗୁ ହେବ । କୋଭିଡ଼ ସଂକ୍ରମଣ କୁ ରୋକିବା ପାଇଁ ଶୁକ୍ରବାର, ଶନିବାର ଓ ରବିବାର ଦିନ ଧାର୍ମିକ କାର୍ଯ୍ୟ ସ୍ଥଳ ଗୁଡିକୁ ଲୋକ ମାନଙ୍କର ପ୍ରବେଶ ନିଷେଧ କରା ଯାଇଛି । ଏହା ସହ ପ୍ରଥମ ରୁ ଦଶମ ଶ୍ରେଣୀ ପିଲା ମାନଙ୍କ ପାଇଁ ସ୍କୁଲ ବନ୍ଦ କରା ଯାଇଛି ।

 

ଦଶମ, ଏକାଦଶ ଓ ଦ୍ଵାଦଶ ଶ୍ରେଣୀର ପିଲା ମାନେ ଅଫ ଲାଇନ ଦ୍ଵାରା କ୍ଳାସ କରିବେ ବୋଲି ସୂଚନା ରହିଛି । ଏହା ବ୍ଯତୀତ ବିବାହ ରେ ସର୍ବାଧିକ ୧୦୦ ଜଣ ଓ ଅନ୍ତ୍ୟଷ୍ଟିରେ ୫୦ ଜଣ ଲୋକେ ଯୋଗ ଦେଇ ପାରିବେ ବୋଲି ଗାଇଡ ଲାଇନ ଜାରି ହୋଇଛି । ଏହା ଛଡା ୫୦ ପ୍ରତିଶତ ଲୋକଙ୍କୁ ନେଇ ବସ, ଟ୍ରେନ ଓ ମେଟ୍ରୋ ଚାଲିବ ବୋଲି ନୂଆ ଗାଇଡ ଲାଇନ ହୋଇଛି । ତେବେ ଏହି ଲକ ଡାଉନ ସମୟରେ ଲୋକମାନେ ଯେମିତି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ହଇ ରାଣ ନ ହୁଅନ୍ତି, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । 

 

ଯେମିତିକି ତେଜରାତି, ପନିପରିବା, ଫଳ, ମାଛ, ମାଂସ ଆଦି ଦୋକାନ ଖୋଲା ରହିବ। ସ୍ବାସ୍ଥ୍ୟ ସେବା, ଜଳଯୋଗାଣ, ବିଦ୍ୟୁତ ସରବରାହ, ପରିମଳ ସେବା, ଟେଲିଫୋନ୍ ଓ ଇଣ୍ଟରନେଟ୍ ସେବା, ଡିଟିଏଚ୍ ସେବା, ଗ୍ୟାସ୍ ବିତରଣ ଓ ପେଟ୍ରୋଲ ପମ୍ପ ଆଦି ସ୍ବାଭାବିକ ଭାବେ ଚାଲୁ ରହିବ । ତେବେ ବ୍ୟାଙ୍କ ମଧ୍ୟ ଖୋଲା ରହିବା ନେଇ ଘୋଷଣା କରିଛନ୍ତି ସରକାର । ତେବେ ଆମେ ଯଦି ତାମିଲନାଡୁ ର ଏକ ସପ୍ତାହ ର ସଂକ୍ରମଣ ରିପୋର୍ଟ ଦେଖିବା ତାହେଲେ ପ୍ରାୟ ଦେଢ଼ ଲକ୍ଷ କେସ ସାମ୍ନା କୁ ଆସିଛି ଓ ୧୦୪୧ ଜଣ ପ୍ରାଣ ହରାଇଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *