ଫୁଣି ମୁଖ୍ୟମନ୍ତ୍ରୀ ନବୀନ ଙ୍କ ବଡ଼ ଘୋଷଣା । ଫୁଣି ଏହି ମାନଙ୍କ ପାଇଁ ଘୋଷଣା କଲେ 5000 ଟଙ୍କା ଲେଖା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଫୁଣି ମୁଖ୍ୟମନ୍ତ୍ରୀ ନବୀନ ଙ୍କ ବଡ଼ ଘୋଷଣା । ଫୁଣି ଏହି ମାନଙ୍କ ପାଇଁ ଘୋଷଣା କଲେ 5000 ଟଙ୍କା ଲେଖା…

 

ରାଜ୍ୟ ସରକାର ଲୋକୋଙ୍କର ଅଭାବକୁ ଆଖିରେ ରଖି ଅନେକ ଯୋଜନା ସାମ୍ନାକୁ ଆଣିଛନ୍ତି । କୃଷି ମାନଙ୍କ ପାଇଁ କାଳିଆ ଯୋଜନା ହେଉ ବା ଗରିବଙ୍କ ପାଇଁ ଅନ୍ୟ କୌଣସି ଯୋଜନା ହେଉ ଆମ ରାଜ୍ୟ ସରକାର ସବୁବେଳେ ତତ୍ପର ହେଇଥାନ୍ତି ।ସେହି ପରି ପଞ୍ଚାୟତରେ ସେବା ଯୋଗାଉଥିବା ୫୦ହଜାର ଗୋଷ୍ଠୀ ସହାୟକ କର୍ମଚାରୀମାନଙ୍କ ପାଇଁ  ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ମିଶନ ଶକ୍ତି ଆନ୍ଦୋଳନ ର ଗୁରୁତ୍ବ ତଥା ଗୋଷ୍ଠୀ ସହାୟକ କର୍ମଚାରୀଙ୍କ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । 

 

 ମିଶନ ଶକ୍ତି ଆନ୍ଦୋଳନ ଆଜି ଓଡିଶାର ୭୦ ଲକ୍ଷ ମା ମାନଙ୍କ ଜୀବନରେ ଅବସ୍ଥିତି ହେଉ ବା ନିଜ ଗୋଡରେ ନିଜେ ଛିଡ଼ା ହେବା ପାଇଁ ଏକ ବଡ ଧରଣର ପରିବର୍ତ୍ତନ ଆଣିଛି । ଚଳିତ ରେକର୍ଡ ଅନୁସାରେ ଗତ ବର୍ଷ ମିଶନ ଶକ୍ତି ମା ମାନଙ୍କୁ ୬୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରିଥିଲା । ମିଶନ ଶକ୍ତିକୁ ଅଧିକ ପରିଚାଳିତ ତଥା ଗତି ଯୋଗାଇ ଦେବା ସହିତ ସୁସମନ୍ବୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ମିଶନ ଶକ୍ତି ନାମରେ ଏକ ସ୍ବତନ୍ତ୍ର ବିଭାଗ ସୃଷ୍ଟ କରିଛନ୍ତି ।

 

ମହାସଂଘମାନେ ସ୍ବୟଂ ସହାୟକ ଗୋଷ୍ଠୀ ଗୁଡିକୁ ସେମାନଙ୍କ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ସହିତ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଜୀବିକା ଓ ଦକ୍ଷତାର ବିକାଶ ତଥା ସେମାନଙ୍କର ଆନୁଷ୍ଠାନିକ ଦକ୍ଷତା ବିକାଶ ଦିଗରେ ସହାୟକ ଭୂମିକା ଗ୍ରହଣ କରିଆସୁଛି । ଯାହା ଏକ ମୁଖ୍ୟ ଭୂମିକା ଅଟେ ।ଗୋଷ୍ଠୀ ସହାୟକ ର ସମସ୍ତ କର୍ମଚାରୀ ମାନଙ୍କୁ ବାର୍ଷିକ ପୋଷାକ ଭତ୍ତା ଭାବରେ ୧୦୦୦ ଟଙ୍କା ଦିଆଯିବାର ବ୍ୟବସ୍ଥା କରାଯାଇଛି । ସେହିପରି ସମସ୍ତଙ୍କୁ ପରିଚୟ ପତ୍ର ଯୋଗାଇ ଦିଆଯିବ ।

 

 ସେମାନଙ୍କ ପସନ୍ଦର ସ୍ମାର୍ଟ ଫୋନ କିଣିବା ପାଇଁ ଗୋଷ୍ଠୀ ସହାୟକ କର୍ମଚାରୀମାନଙ୍କୁ ଏକକାଳୀନ ୫୦୦୦ ଟଙ୍କା ସହାୟତା ଯୋଗାଇ ଦିଆଯିବ ବୋଲି ମଧ୍ୟ ସୂଚନା ଆସିଚି । CRP- CMମାନଙ୍କୁ ପାରିଶ୍ରମିକ ହିସାବରେ  ମାସିକ ୩୦୦୦ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି  । ଠିକ୍ ସେହିପରି  ଟେଲିଫୋନ ଭତ୍ତା ବାବଦରେ CRP- CM ମାନଙ୍କୁ ମାସିକ ୧୫୦ ଟଙ୍କା ପ୍ରଦାନ କରାଯିବ ।  ଏହା ବୃଦ୍ଧି ପାଇ ୨୫୦ ଟଙ୍କାରେ ପହଞ୍ଚିବ ବୋଲି ଜଣାପଡ଼ିଛି । ଏହି ପ୍ୟାକେଜକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଆବଶ୍ୟକ ଆର୍ଥିକ ବ୍ୟବସ୍ଥା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *