ଆଜି ଠାରୁ ବନ୍ଧ ହେଲା ସବୁ ସ୍କୁଲ ଓ ବିଶ୍ୱବିଦ୍ୟାଳୟ । ଫୁଣି କେବେ ଖୋଲିବ ସ୍କୁଲ କଲେଜ ?

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରାଜ୍ୟ ସରକାରଙ୍କ ନୂଆ ନିୟମ । ସମସ୍ତ ସ୍କୁଲ ଓ କଲେଜ୍ ବନ୍ଦ, ଅନଲାଇନରେ ପଢ଼ିବେ ପିଲା । ତେବେ ପୁଣି କେବେ ଖୋଲିବ ଆଉ କଣ ରହିଛି ଗାଇଡ୍ ଲାଇନ୍ ଚାଲନ୍ତୁ ଜାଣିବା ସମ୍ପୂର୍ଣ ଖବର ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ରାଜ୍ୟରେ ହୁହୁ ହୋଇ କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣ ବଢ଼ିବାରେ ଲାଗିଛି । କୌଣସି ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେବାପୂର୍ବରୁ ସମସ୍ତ ପ୍ରକାର ପ୍ରତିରକ୍ଷାମୂଳକ ପଦକ୍ଷେପ ନେଉଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ଏହି କ୍ରମରେ ଜାନୁଆରୀ ୧୦ ତାରିଖରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାକୁ ଘୋଷଣା କରାଯାଇଛି । ତେବେ ଆସନ୍ତା ୧୦ରୁ ରାଜ୍ୟର ସମସ୍ତ କଲେଜ, ୟୁନିଭର୍ସିଟି ବନ୍ଦ । ମେଡିକାଲ କଲେଜ, ନର୍ସିଂ କଲେଜ ବ୍ୟତୀତ ସବୁ କଲେଜ ବନ୍ଦ । କଲେଜ, ୟୁନିଭର୍ସିଟି ବନ୍ଦ ନେଇ ଏସ-ଆର୍-ସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । 

 

ତା ସହିତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପାଇଁ ବିକଳ୍ପ ବ୍ୟବସ୍ଥା କରିବେ ସମସ୍ତ ଶିକ୍ଷାନୁଷ୍ଠାନ । ଏହାକୁ ନେଇ ସମସ୍ତ ସ୍କୁଲ୍‌ କଲେଜ ଓ ବିଶ୍ବବିଦ୍ୟାଳୟକୁ ଅବଗତ କରାଯାଇଛି । ଖାଲି ଶିକ୍ଷାନୁଷ୍ଠାନ ନୁହେଁ ଶିକ୍ଷାନୁଷ୍ଠାନ ଗୁ଼ଡ଼ିକରେ ଥିବା ହଷ୍ଟେଲ ଗୁ଼ଡ଼ିକୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଯେଉଁମାନେ ଅନୁସନ୍ଧାନମୂଳକ ଶିକ୍ଷାର୍ଥୀ ରହିଛନ୍ତି ସେମାନେ ସ୍ବଇଚ୍ଛାରେ ହଷ୍ଟେଲରେ ରହି ପାରିବେ । ତେବେ ଏଥିପାଇଁ କଲେଜ ବା ଶିକ୍ଷାନୁଷ୍ଠାନର ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି । ଶିକ୍ଷାନୁଷ୍ଠାନ ବନ୍ଦ ନେଇ କର୍ତ୍ତୃପକ୍ଷ ଏକ ବିଜ୍ଞପ୍ତି ଜାରି କରି ଛାତ୍ରଛାତ୍ରୀଙ୍କୁ ସୂଚନା ଦେବେ । ତେବେ ବର୍ତ୍ତମାନ ଜାରି ରହିଥିବା ସମସ୍ତ ଅଫ୍‌ଲାଇନ ପରୀକ୍ଷା ଗାଇଡଲାଇନ ଏବଂ ଜାରି ରହିବ । 

 

ତେବେ କରୋନା ପାଇଁ କଟକଣାକୁ ଆହୁରି କଡ଼ା କଲେ ରାଜ୍ୟ ସରକାର । ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ବନ୍ଦ ଘୋଷଣା କରାଯାଇଛି । ଜାନୁଆରୀ ୧୦ ତାରିଖରୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ହେବ । ଏଥିରେ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ମଧ୍ୟ ସାମିଲ କରାଯାଇଛି । ସୂଚନାଯୋଗ୍ୟ, ଯେ ଦୁଇ ଦିନ ପୂର୍ବରୁ ସରକାର ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଓ କଲେଜ ଗୁଡ଼ିକୁ ବନ୍ଦ ଘୋଷଣା କରିଥିଲେ । ତେବେ ଅନ୍‌ଲାଇନ୍‌ରେ ପାଠପଢ଼ା ଜାରି ରହିବ । ସେହିପରି ଦଶମ ଶ୍ରେଣୀ ପିଲାଙ୍କ ସମେଟିଭ୍-୧ ପରୀକ୍ଷାକୁ ସରିବା ଯାଏଁ ଚାଲୁ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

 

ସେହିପରି ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବାକୁ ପ୍ରସ୍ତୁତ ହେଉଥିବା ରାଜ୍ୟ ସରକାର ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଜ ନିଷ୍ପତ୍ତି ପ୍ରତ୍ୟାହାର କରିଥିଲେ । ତେବେ କେବେକ ସେତିକି ନୁହେଁ ନୂଆ ଗାଇଡଲାଇନ୍ ଅନୁସାରେ ସହରାଞ୍ଚଳରେ ରାତି ୯ଟାରୁ ନାଇଟ୍ କରଫ୍ୟୁ ଲାଗୁହେବ । ରାତି ୧୦ ବଦଳରେ ସହରାଞ୍ଚଳରେ ରାତି ୯ ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହେବ ବୋଲି ସରକାର ନିଷ୍ପତି ନେଇଛନ୍ତି । ବର୍ତମାନ ସମୟରେ ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ଲାଗୁ ହୋଇଛି ଏହି କଟକଣା । କିନ୍ତୁ ଆଗକୁ କରୋନା ସଂକ୍ରମଣ କୁ ଆଖି ଆଗରେ ରଖି ଆଗକୁ ପଦକ୍ଷେପ ନିଆଯିବା ନେଇ ସରକାର ନିଷ୍ପତି ନେଇଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *