କେବଳ ଏହି 2 ରାଜ୍ୟ ରେ ହେବନି ଲକଡାଉନ ଓ ସଟଡାଉନ । Tweet କରି ଦେଲେ ସୂଚନା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଏହି 2 ରାଜ୍ୟରେ ହେବ ନାହିଁ ଲକ ଡାଉନ । ଟ୍ୱିଟ କରି ଜଣାଇଲେ ସରକାର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ରାଜ୍ୟରେ କରୋନା ସଂକ୍ରମଣ ଓ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । ଜାନୁଆରୀ ଶେଷ ସପ୍ତାହରେ ଓଡ଼ିଶାରେ ଶୀର୍ଷ ଛୁଇଁପାରେ ସଂକ୍ରମଣ । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆକଳନ କରିଛନ୍ତି । ରାଜ୍ୟର ୪ରୁ ୫ଟି ଜିଲ୍ଲାରେ ଅଧିକ ସଂକ୍ରମଣ ରହୁଛି । ଏହି ସବୁ ଜିଲ୍ଲାରେ ଓମିକ୍ରନର ଉପସ୍ଥିତି ରହିଛି । ଦିଲ୍ଲୀ-ମହାରାଷ୍ଟ୍ରରେ ୧୫ ସୁଦ୍ଧା ପିକ୍ ନେଇ ବିଶେଷଜ୍ଞ ମାନେ ଆକଳନ କରିଛନ୍ତି । ସେହି ଅନୁସାରେ ଓଡ଼ିଶାରେ ତାର ୧୦ରୁ ୧୫ ଦିନ ଭିତରେ ପିକ୍ ନେଇପାରେ । ଟେଷ୍ଟିଂ, ସର୍ଭେଲାନ୍ସ ଓ ଟିକାକରଣକୁ ଗୁରୁତ୍ୱ ଦେଉଛୁ । ସଂକ୍ରମଣ ଯେଉଁଭଳି ବ୍ୟାପୁଛି ସଜାଗ ରହିବା ଆବଶ୍ୟକ । ସ୍ଥିତି ଉପରେ ସରକାର ନଜର ରଖିଛନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । 

 

ଗତ କିଛିଦିନ ତଳେ ସଂକ୍ରମଣ ୧୫ରୁ ୨୦ଟି ଜିଲ୍ଲା ମଧ୍ୟରେ ସୀମିତ ରହୁଥିବା ବେଳେ ଏବେ ଏହା ରାଜ୍ୟବ୍ୟାପୀ ମାଡ଼ିଗଲାଣି । ଆଜି ୪୮୨୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୮୨୩ ଓ ସ୍ଥାନୀୟ ଅଞ୍ଚଳରୁ ୨୦୦୬ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୪୪୮ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭୫ ହଜାର ୬୯୮ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୪୬ ହଜାର ୬୧୭ ରହିଥିବା ବେଳେ ୨୦ ହଜାର ୫୬୦ ଜଣ ଚିକିତ୍ସିତ ହେଉଛନ୍ତି । 

 

ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ କରୋନା ଦିନକୁ ଦିନ ବଢୁଛି । ଦେଶର ବିଭିନ୍ନ ରାଜ୍ୟରୁ ହଜାର ହଜାର କରୋନା ପଜିଟିଭ କେସ୍‌ ଆସୁଥିବା ବେଳେ ରାଜଧାନୀ ଦିଲ୍ଲୀରେ ସ୍ଥିତି ସାଙ୍ଘାତିକ ରହିଛି । ରବିବାର ଦିଲ୍ଲୀରେ ୨୦ ହଜାରରୁ ଉର୍ଦ୍ଧ୍ୱ ମାମଲା ସାମ୍ନାକୁ ଆସିଛି । ରବିବାର ଦିନ ୨୨ ହଜାର ୭୫୧ ନୂଆ କେସ୍‌ ଦେଖିବାକୁ ମିଳିଛି । ୧୭ ଜଣଙ୍କର ମ-ର-ଣ ଖବର ହୋଇଥିବା ମଧ୍ୟ ଜଣାପଡିଛି । ଚଳିତବର୍ଷର ଦେଖାଦେଇଥିବା ସବୁଠାରୁ ଅଧିକ ନୂଆ ମାମଲା । 

 

ଗତବର୍ଷ ମଇ ମାସରେ ଗୋଟେ ଦିନରେ ଏତେ ସଂଖ୍ୟକ ମାମଲା ଦେଖିବାକୁ ମିଳିଥିଲା । ତଥାପି ଦିଲ୍ଲୀ ଓ ମହାରାଷ୍ଟ୍ର ସରକାର ଲକ୍ ଡାଉନ୍ କୁ ବାରଣ କରୁଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ ସମସ୍ତେ ମାସ୍କ୍ ପିନ୍ଧି ଘରୁ ବାହାରିଲେ ଓ ଅଯଥା ଭିଡ ନ କରିଲେ କୌଣସି ଲକ୍ ଡାଉନ୍ ର ଆବଶ୍ୟକତା ଦିଲ୍ଲୀ ରେ ପଡ଼ିବ ନାହିଁ । ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତ୍ବିଟ୍ କରି କହିଛନ୍ତି ଯେ ବର୍ତମାନ ସଂକ୍ରମଣ ହାର ଅନୁସାରେ ମ-ର-ଣ ହାର ଅନେକ କମ୍ । ତେଣୁ କୌଣସି ଲକ୍ ଡାଉନ୍ ର ଆବଶ୍ୟକତା ନାହିଁ । ଯଦି ଲୋକମାନେ ନିଜେ ନିଜେ ସଚେତନ ହୋଇ ମାକ୍ସ ବ୍ୟବହାର କରିବେ ଓ ଭିଡ ନ କରିବେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *