ଆଜି ଠାରୁ ସବୁ ରବିବାର ତାଲା ବନ୍ଧ ! କଣ ରହିବ ଖୋଲା ? କଣ ରହିବ ବନ୍ଧ ? ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,10 ତାରିଖ ଠାରୁ ସବୁ ରବିବାର ତାଲା ବନ୍ଧ ! କଣ ରହିବ ଖୋଲା ? କଣ ରହିବ ବନ୍ଧ ? ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଅନେକ ରାଜ୍ୟରେ ଓମିକ୍ରନ୍ ମଧ୍ୟ କାୟା ମେଲାଇବାରେ ଲାଗିଛି । ଏଭଳି ପରିସ୍ଥିତିରେ ଓମିକ୍ରନ୍ ଓ ଆମ ଦେଶ ଭାରତକୁ ନେଇ ଏକ ଚିନ୍ତାଜନକ ଖବର ଆସିଛି । ଦେଶରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା । ଗତ ୨୪ ଘଣ୍ଟାରେ ୨୭ ହଜାର ୫୫୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଗୋଟିଏ ଦିନରେ ୨୮୪ ପ୍ରାଣ ହରାଇଛନ୍ତି । ସେହିଭଳି ଓମିକ୍ରନ କେସ୍ ୧ ହଜାର ୫୨୫ରେ ପହଁଚିଛି । ମହାରାଷ୍ଟ୍ରରେ ସର୍ବାଧିକ ୪୬୦ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ୩୫୧ ଓମିକ୍ରନ କେସ୍, ଗୁଜରାଟରେ ୧୩୬, ତାମିଲନାଡୁ ୧୧୭ ଓ କେରଳରେ ୧୦୯ କେସ୍ ସାମନାକୁ ଆସିଛି । 

 

ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ କଟକଣା ଲଗାଇଲେଣି । ମହାମାରୀର ସୁନାମୀରେ ଭାସୁଛି ବିଶ୍ୱ । ୩୦ କୋଟି ଟପିଲା ସଂକ୍ରମଣ । ଆମେରିକା ପରେ ଭାରତ ଦ୍ୱିତୀୟ କରୋନା ପ୍ରଭାବିତ ଭାବେ ରହିଛି । ତେବେ ଆମ ରାଜ୍ୟ ଓଡିଶା ରେ କରୋନାର ଲମ୍ବା ଲମ୍ଫ। 

ଗତ ୨୪ ଘଣ୍ଟାରେ ୩ ହଜାର ୬୭୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୧୨ଶହ ୨୩ ସଂକ୍ରମଣ । ସୁନ୍ଦରଗଡରୁ ୫୮୨ ପଜିଟିଭ୍‌ ଚିହ୍ନଟ । ସମ୍ବଲପୁରରୁ ୩୭୨ ଓ କଟକରୁ ୩୧୦ ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୩୬୭୯ କରୋନା ପଜିଟିଭ୍ ଚିହ୍ନଟ ହେବା ଆହୁରୀ ଚିନ୍ତା ବଢାଇଛି । ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୬୧୫୫ ଜଣକୁ ବୃଦ୍ଧି ପାଇଛି । 

 

ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ରାତି ୧୦ ପରିବର୍ତ୍ତେ ୯ ରୁ ଆରମ୍ଭ କରି ସକାଳ ୬ଟା ଯାଏ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ । ବିବାହ ଉତ୍ସବରେ ୧୦୦ ଜଣଙ୍କୁ ଅନୁମତି ମିଳିବ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିବ । ବାହାଘର ଶୋଭାଯାତ୍ରାରେ ସର୍ବାଧିକ ୩୦ ଜଣଙ୍କୁ ଅନୁମତି । ରାଜ୍ୟରେ ୫୦ ପ୍ରତିଶତ କ୍ଷମତାରେ ଚାଲିବ ସରକାରୀ ଅଫିସ । ଦୋକାନ ବଜାରରେ ଗହଳି ନକରିବାକୁ ଏସଆରସି ନିବେଦନ କରିଛନ୍ତି । ରାଜ୍ୟରେ ସ୍କୁଲ, କଲେଜରେ ଦ୍ୱାଦଶ ଶ୍ରେଣୀ ଯାଏ କ୍ଲାସ୍‌ ବନ୍ଦ ରହିବ । କିନ୍ତୁ ଅଲଲାଇନ୍‌ରେ ଜାରି ରହିବ ପାଠପଢ଼ା । 

 

ସାମାଜିକ ଓ ଧାର୍ମିକ ସମାବେଶ ବନ୍ଦ ରହିବ । ହୋଟେଲ୍‌, କ୍ଲବ, ପାର୍କ, କନଭେନସନ୍‌ ସେଣ୍ଟର, ମଲ୍‌, କଲ୍ୟାଣ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମନା । ଫୁଡ୍‌ ଭେଣ୍ଡରମାନେ ରାତି ୯ଟା ଯାଏ ବ୍ୟବସାୟ କରିବେ, ଭିଡ଼କୁ ଏଡାଇବେ । ହୋଟଲ୍‌, ରେଷ୍ଟୁରାଣ୍ଟ, ବାର୍‌, ଢାବା ରାତି ୯ଟା ଯାଏ ଖୋଲା ରହିବ । ସିନେମା ହଲ୍‌, ଥିଏଟର ୫୦ ପ୍ରତିଶତ କ୍ଷମତା ସହ ଚାଲିବ । ତେବେ ରବିବାର ମଧ୍ୟ ତାଲା ବନ୍ଦ୍ ହୋଇପାରେ ବୋଲି କୁହା ଯାଉଚି । ତେବେ ଅତ୍ୟାବଶ୍ୟକ ଜିନିଷ ଯେପରି , ଫଳ ବା ପରିବା , ଔଷଧ ଦୋକାନ ଖୋଲା ରହିବ । ପେଟ୍ରୋଲ ପମ୍ପ ମଧ୍ୟ ଖୋଲା ରହିବ । ତେବେ ବର୍ତମାନ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ୍ ରହୁଚି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *