ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ମାହିଙ୍କୁ ନେଇ ଏକ ବହୁତ ବଡ ନିଷ୍ପତ୍ତି ନେଲା ବିସିସିଆଇ, ଫୁଣି ହୃଦୟ ଜିତିଲେ ଧୋନି।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
କ୍ରିକେଟର ଏକ ଅଲଗା ହିଁ ଖାସିୟତ୍ ରହିଛି ଆମ ଦେଶରେ, ଦେଶର ଛୋଟ ପିଲାଙ୍କ ଠାରୁ ଆରମ୍ଭ ବୁଢା ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ ନାମ ଶୁଣିଲେ ଏକ ପ୍ରକାରର ଜୋସ୍ କୁ ଆସି ଯାଆନ୍ତି। କ୍ରିକେଟ ସିଜିନ୍ ସମୟରେ କ୍ରିକେଟ କୁ ନେଇ ଅନେକ ପ୍ରକାରର ବେଟ୍ ମଧ୍ୟ ଲାଗିଯାଏ। ଆମ ଦେଶରେ କ୍ରିକେଟ ଖେଳ ଆରମ୍ଭରୁ ହିଁ କ୍ରିକେଟ ଖେଳାଳି ମାନେ ନିଜ ନିଜର ଭଲ ଭଲ ପ୍ରଦର୍ଶନ କରି ଦେଶ ବାସୀଙ୍କର ମନ ଜିତି ଆସିଛନ୍ତି। ପୂର୍ବତନ ଇଣ୍ଡିଆର କ୍ୟାପଟେନ କପିଲ୍ ଦେଭ୍ ଙ୍କର ଏକ ଅଲଗା ହିଁ ସ୍ଥାନ ରହିଛି ଦେଶବାସୀଙ୍କ ମନରେ, ସଚ୍ଚିନତେନ୍ଦୁଲଙ୍କର ଙ୍କୁ କ୍ରିକେଟର ଗଡ୍ ବୋଲି କୁହାଯାଏ, ଆଉ ମାହି ଅର୍ଥାତ୍ ମହେନ୍ଦ୍ର ସିଂହ ଧୋନି ତାଙ୍କୁ ତ ଲୋକମାନେ ଅନେକ କିଛି ନାମରେ ଜାଣିଛନ୍ତି, ଇଣ୍ଡିଆର ବେଷ୍ଟ ଫିନିସର୍, ବେଷ୍ଟ ୱିକେଟ କିପର୍ ଆଉ ସବୁଠାରୁ ଲମ୍ବା ଛକ୍କା ମାରୁଥିବା ହେଲିକେପ୍ଟର ସଟ୍ ମାରୁଥିବା ଖେଳାଳି। ମାହିଙ୍କ ପାଇଁ ମଧ୍ୟ ଦେଶବାସୀଙ୍କ ମନରେ ଏକ ଅଲଗା ସ୍ଥାନ ରହିଛି, ଯାହାକି ଭବିଷ୍ୟତରେ କୌଣସି ବି ଖେଳାଳି ନେଇ ପାରିବେ ନାହିଁ।
ମହେନ୍ଦ୍ର ସିଂହଙ୍କ ଅଧ୍ୟକ୍ଷତାରେ ଟିମ୍ ଇଣ୍ଡିଆ ବହୁତ ହିଁ କଠିନ ମ୍ୟାଚ୍ କୁ ଜିତିଛି, ବହୁତ କଠିନ କଠିନ ସମୟରେ ମାହି ଏପରି କିଛି ଡିସିସନ୍ ନେଇ ନିଜର ଚାଲ୍ ଚଲାଇ ଥାଆନ୍ତି ଯାହାକୁ କି ବିପକ୍ଷ ଟିମ୍ ଖେଳାଳି ବୁଝି ପାରିନଥାଆନ୍ତି, ଓ ଟିମ୍ ଇଣ୍ଡିଆର ବିଜୟ ହୋଇଥାଏ। ତେବେ ଧୋନିଙ୍କ ଅଧ୍ୟକ୍ଷତାରେ ଟିମ୍ ଇଣ୍ଡିଆ ୨୦୦୭ର ଟି ଟ୍ୱେଣ୍ଟି ବିଶ୍ୱକପ, ୨୦୧୧ ବିଶ୍ୱକପ ଆଉ ୨୦୧୩ ଚାମ୍ପିଆନ୍ସ ଟ୍ରଫି ଜିତି ଯାଇଛି। ଧୋନି ସେହିସବୁ ମ୍ୟାଚ ରେ ଇଣ୍ଡିଆକୁ ଜିତେଇଛନ୍ତି ଯେଉଁ ସବୁ ଖେଳରେ ଲୋକମାନେ ତଥା ଟିମ୍ ର କୋଚ୍ ମଧ୍ୟ ନିଜର ଆଶା ଛାଡି ଦେଇଥାଆନ୍ତି। ସବୁବେଳେ ଟିମ୍ ର ଖରାପ ସମୟରେ ମାହି ଫିଲ୍ଡକୁ ଆସିଥାଆନ୍ତି ଓ ଟିମ୍ ର ସ୍କୋର୍ କୁ ଏକ ଭଲ ସ୍ଥାନରେ ପହଁଞ୍ଚାଇ ଦେଇ ଥାଆନ୍ତି। ତାଙ୍କର ସେହି ସବୁ ପ୍ରଦର୍ଶନ ଦ୍ୱାରା ବିସିସିଆଇ ଖୁସି ହୋଇ ଆଗତ ବିଶ୍ୱକପ୍ ରେ ଧୋନିଙ୍କୁ ଟିମ୍ ର ମେଣ୍ଟର ବନାଇଛି।
ବିସିସିଆଇ ଅଧ୍ୟକ୍ଷ ଜୟ ସାହା ଏକ ପ୍ରେସ ମିଟିଙ୍ଗରେ ଏଏନଆଇକୁ କହିଲେ, ” ଏମ ଏସ ଧୋନି ଭାରତୀୟ ଟିମର ମେଣ୍ଟର ହିସାବରେ ଜମା ବି ମାନଦେୟ ନେଉ ନାହାନ୍ତି। ଏହା ବିରାଟ କୋହଲିଙ୍କର ଅଧିନାୟକ ଭାବେ ଶେଷ ବିଶ୍ୱକପ ମଧ୍ୟ ଅଟେ।” କୋହଲି ଏହା ଆଗରୁ ଘୋଷଣା କରିଥିଲେ କି ସେ ଟି ଟ୍ୱେଣ୍ଟି ବିଶ୍ୱକପ ପରେ ଅଧିନାୟକ ପଦବୀରୁ ଇସ୍ତଫା ଦେଇଦେବେ। ସେ ଏହା ଆଗରୁ ଆଇପିଏଲରୁ ମଧ୍ୟ RCB ଅଧିନାୟକ ଭାବେ ଇସ୍ତଫା ଦେଇ ଦେଇଛନ୍ତି।
ବିଶ୍ୱକପ ପାଇଁ ଭାରତୀୟ ଟିମ:ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ, ସୂର୍ଯ୍ୟକୁମାର ୟାଦବ, ଋଷଭ ପନ୍ତ, ଇଶାନ କିଷାନ, ହାର୍ଦିକ ପାଣ୍ଡ୍ୟା, ରାହୁଲ ଚାହାର, ରବୀନ୍ଦ୍ର ଜାଡେଜା, ଆର ଅଶ୍ୱିନ, ବରୁନ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ, ଯଶପ୍ରୀତ ବୁମରାହ, ଭୁବନେଶ୍ୱର କୁମାର ଆଉ ମହମ୍ମଦ ଶାମି ରିଜର୍ଭ ଖେଳାଳି:ଶ୍ରେୟାସ ଆୟର, ଶାର୍ଦୁଲ ଠାକୁର,ଦୀପକ ଚାହାର ମେଂଟର: ଏମ ଏସ ଧୋନି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।