ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ପୁରୀ ରେ ଲାଗୁ ହେଲା ପୋଷାକ ନିୟମ । Jeans ପିନ୍ଧିଲେ ପୁରୀ ମନା । ତେବେ କଣ ରହିଛି ତଥ୍ୟ ଆସନ୍ତୁ ଜାଣିବା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଭାରତ ଏକ ମନ୍ଦିର ମାଳିନୀ ରାଜ୍ୟ । ଏଠାରେ ସବୁ ଦେବା ଦେବୀ ପୂଜା ପାଇଥାନ୍ତି । ତେବେ ଏଠାରେ ଚାରୋଟି ଧାମ ଦେଖିବାକୁ ମିଳିଥାଏ । ଚାରୋଟି ଧାମ ଭିତରୁ ଗୋଟିଏ ଧାମ ଜଗନ୍ନାଥ ଧାମ । ଏହା ପୁରୀ ଜିଲ୍ଲାରେ ଅବସ୍ଥିତ । ପୁରାଣ ରେ ଜଗନ୍ନାଥଙ୍କ ପୁରୀ କୁ ପୃଥିବୀ ର ବୈକୁଣ୍ଠ  ବୋଲି କୁହା ଯାଇ ଥାଏ । ଚାରୋଟି ଧାମ ରେ ବିଷ୍ଣୁ ଭଗବାନ ଙ୍କ ଚାରୋଟି ଅବତାର ଦେଖିବାକୁ ମିଳିଥାଏ । ସେମାନଙ୍କ ମଧ୍ୟରୁ ଏକ ଅବତାର ହେଉଛନ୍ତି ଜଗନ୍ନାଥ । ଏହାକୁ ଶ୍ରୀକ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ର, ନୀଳା ଚଳ, ନୀଳଗିରି ଓ ଶ୍ରୀ ଜଗନ୍ନାଥଙ୍କ ପୁରୀ ଧାମ ମଧ୍ୟ କୁହାଯାଏ । ସଂସାର ର ବଡ଼ ଠାକୁର ଭାବେ ଜଗନ୍ନାଥ ପୂଜା ପାଇଥାନ୍ତି । ଏହି ମନ୍ଦିର ର ମହାତ୍ମା ବହୁତ୍ ସୁନ୍ଦର । ମାତ୍ର ଏହି ସୁନ୍ଦରତା କୁ ନଷ୍ଟ କରୁଛନ୍ତି କିଛି ଅବିବେକି ମଣିଷ । ବୁଝି ପାରି ନଥାନ୍ତି ମନ୍ଦିର ର ପରମ୍ପରା । ମର୍ଯ୍ୟାଦା କୁ ଉଲଂଘନ କରି ଯାଇଥାନ୍ତି କିଛି ଲୋକ । 

 

ତେବେ ମନ୍ଦିର ର ପରମ୍ପରା ଓ ସଂସ୍କୃତି କୁ ଦୃଷ୍ଟି ରେ ରଖି ପୋଷାକ ଉପରେ ଏକ ନିଷ୍ପତି ନିଆ ଯାଇଛି । ଶୁଣିବାକୁ ମିଳୁଛି ଓଡ଼ିଶା ବାହାର ରାଜ୍ୟ ତଥା ଆନ୍ଧ୍ର ପ୍ରଦେଶ ର ତିରୁପତି ମନ୍ଦିର ରେ କଡାକଡି ଭାବେ ପୋଷାକ କୁ ନେଇ ନିୟମ ରଖା ଯାଇଛି । ସୂଚନା ଅନୁଯାୟୀ କୁମାର ପୂର୍ଣ୍ଣିମା ଠାରୁ ପ୍ରଥମେ ସେବାୟତ ମାନେ ଓ ପରେ ଦୀପାବଳୀ ଠାରୁ ଗର୍ଭଗୃହକୁ ପ୍ରେବାସ କରି ଡ୍ଯୁଟି କରୁଥିବା ଜେଟିପି ଶ୍ରୀମନ୍ଦିର ଚର୍ଚ୍ଚା ଓ ଅନ୍ୟ କର୍ମଚାରୀ ମାନଙ୍କ ପାଇଁ ମଧ୍ୟ ପୋଷାକ ର କଡାକଡି ନିୟମ ଲାଗୁ ହେବ । ଯେଉଁ ସେବାୟତ ମାନେ ଏଥିରୁ ବିଚ୍ଛେଦ ହେବେ ତାଙ୍କୁ କୌଣସି ଡ୍ୟୁଟି ମିଳିବ ନାହିଁ । 

 

ମାତ୍ର ଏହି ନିୟମ ଯାତ୍ରୀ ମାନଙ୍କ ପାଇଁ ମଧ୍ୟ ରହିବ । ମାତ୍ର କିଛି ଜଣ ଏଥିରେ ସହମତି ଦେଉ ନାହାନ୍ତି । କାରଣ ଦୂର ଦୂରାନ୍ତ ରୁ ଆସୁଥିବା ଯାତ୍ରୀ ମାନେ ନିୟମ ହୋଇଥିବା ପୋଷାକ ପିନ୍ଧି ପାରିବେ ନାହି । ମାତ୍ର ସେମାନଙ୍କ ପାଇଁ ମଠାପାଟ ବା ପାରମ୍ପାରିକକୁ ଡ୍ରେସ  ର ନିୟମ ଲାଗୁ କରା ଯାଇ ପାରିବ । ସେବାୟତ ମାନେ ଅଭିଯୋଗ କରି କହିଛନ୍ତି ଯେ ଭକ୍ତ ମାନେ ନିଜର ସାଳିନତା ଭୁଲି ଯେଉଁ ଭଳି ପୋଷାକ ପିନ୍ଧି ମନ୍ଦିର କୁ ଆସୁଛନ୍ତି ତାହା ମହାପ୍ରଭୁ ଙ୍କ ପ୍ରତି ଅ-ବ-ମା-ନ-ନା ଅଟେ। 

 

ପୋଷାକ ନିୟମ କରି ଠିକ୍ କରିଛନ୍ତି । ଭକ୍ତ ମାନେ ସମୁଦ୍ର କୂଳ କୁ ଯେଉଁ ଭଳି ଅବସ୍ଥା ରେ ଯାଉଛନ୍ତି ସେହି ଅବସ୍ଥା ରେ ମନ୍ଦିର କୁ ଯିବା ଅ-ବ-ମା-ନ-ନା ହେବା ସହିତ ମନ୍ଦିର ର ପବିତ୍ରତା ନଷ୍ଟ ହେଉଛି । ଭକ୍ତ ମାନଙ୍କ କହିବା ଅନୁଯାୟୀ ଆଧୁନିକ ଯୁଗ ରେ ପରମ୍ପରା କୁ ଭୁଲି ଯାଉଛନ୍ତି । ମନ୍ଦିର କୁ ଜିନ୍ସ କିମ୍ବା ମଡର୍ଣ ଡ୍ରେସ୍ ପିନ୍ଧି ଯିବା ଅନୁଚିତ୍ । ନିଜର ପାରମ୍ପରିକ ଡ୍ରେସ୍ ପିନ୍ଧି ଯିବା ଉଚିତ୍ ମାତ୍ର ବିଦେଶ ରୁ ଆସୁଥିବା ବ୍ୟକ୍ତି ନିଜ ଦେଶ ର ପୋଷାକ ପିନ୍ଧି ଦର୍ଶନ କରିବେ ଏହି ପୋଷାକ ନିୟମ ତାଙ୍କ ପାଇଁ ଜଟିଳ ହୋଇ ପାରେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *