ଆସିଲା ନିର୍ବାଚନ ପାଇଁ ନୂଆ ଗାଇଡ଼ଲାଇନ । ଜାଣନ୍ତୁ କେଉଁ ନିୟମ ରେ ଏବେ ହେବ ରାଲି,ମତଦାନ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଇଲେକ୍ସନ ପାଇଁ ନୂତନ କୋଭିଡ୍ ନିୟମ ଲାଗୁ କରିଛନ୍ତି ଇଲେକ୍ସନ କମିଶନର ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ରାଜନୀତି ହେଉଛି ଏକ ପ୍ରକାର ମିଛ ଆଶ୍ଵାସନା ବୋଲି କହିଲେ ଚଳେ । ନେତା ମାନେ ରାଜନୀତି ନାମ ରେ ଅନେକ ଲୋକ ଙ୍କୁ ମିଛ ଆଶ୍ୱାସନା ଦେଇଥାନ୍ତି । ମୁଁ ଜିତିଲେ ଏହି ଅଞ୍ଚଳ ରେ ଏଇ ଉନ୍ନତି କରିବି , ସେଇ ଉନ୍ନତି କରିବି କହି ଭୋଟ ନେଇଯାଆନ୍ତି । କିନ୍ତୁ ଜିତିସରିଲା ପରେ ସେହି ନେତା ଙ୍କ ର ଆଉ ଦେଖା ମିଳେନାହିଁ । ତେବେ ବର୍ତମାନ ସୁଦ୍ଧା କିଛି କିଛି ହାତ ଗଣତି ନେତା ଅଛନ୍ତି ଯେଉଁମାନେ ପ୍ରତିଶ୍ରୁତିବଦ୍ଧ । ଅର୍ଥାତ୍ ଭୋଟ ବେଳେ ଯେଉଁ ପ୍ରତିଶ୍ରୁତି ଦେଇଥାନ୍ତି , ସେହି ପ୍ରତିଶ୍ରୁତି ଜିତିଲା ପରେ ପୂରଣ କରିଥାନ୍ତି । 

 

ତେବେ ଯେଉଁ ସ୍ଥାନ ରେ ଭୋଟ ଆସିଥାଏ , ଅନେକ ଭୋଟ କୁ ନେତା ମାନେ ଟଙ୍କା ପଇସା ଦେଇ କିଣି ନେଇଥାନ୍ତି । ତେବେ ଏପରି ସ୍ଥାନରେ ଭୋଟର ମାନେ ଟଙ୍କା ନ ନେଇ ନିଜ ବୁଦ୍ଧି ଅନୁସାରେ ଭୋଟ ଦେବା ଉଚିତ୍ । ତେବେ ଆଗକୁ ରହୁଚି ପଞ୍ଚାୟତ ଇଲେକ୍ସନ । ତେବେ ବର୍ତମାନ ର କୋରନା ସମୟ ରେ ଶିକ୍ଷାନୁଷ୍ଠାନ, ସ୍ପା, ସେଲୁନ, ବ୍ୟୁଟି ପାର୍ଲର, ଚିଡିଆଖାନା ଓ ଆମୋଦ ପାର୍କକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆ ହୋଇଥିବା ବେଳେ କୋଭିଡ୍- ୧୯ ର ନୂଆ ରୂପ ଓମିକ୍ରନ୍‌ ସମଗ୍ର ବିଶ୍ୱବାସୀ ଙ୍କ ଚିନ୍ତା ବଢେଇଥିବା ବେଳେ ରାଜ୍ୟ ସରକାର ଆଗାମୀ ଫେବୃୟାରୀ ମାସ ପାଇଁ ମଧ୍ୟ  ଗାଇଡ ଲାଇନ ଜାରି କରିଛନ୍ତି । 

 

ଚାରିଆଡ଼େ ଓମୀକ୍ରନ ଚିନ୍ତା ବଢ଼ାଇବା ହେତୁ ଫେବୃଆରୀ ମାସ ପାଇଁ କଟକଣା କଡାକଡି କରାଯାଇଛି । ଏବେ କରୋନା ର ନୂଆ ଭ୍ୟାରିଏଣ୍ଟ ପ୍ରଭାବ ଆସ୍ତେ ଆସ୍ତେ କମୁଥିବା ବେଳେ ଅଧିକ ଜନ ଗହଳ ପାଇଁ ପୁଣି ଏହି ମହାମାରୀ ବଢ଼ି ଚାଲିଛି । ଯାହା ପାଇଁ କେନ୍ଦ୍ର ସରକାର ଏହି କଟକଣା କୁ ଅଧିକ ଦିନ ପାଇଁ ବଢାଇ ଦେଇଛନ୍ତି । ସର୍ବସାଧାରଣ ସ୍ଥଳରେ ପିକ୍‌ନିକ୍‌କୁ ବାରଣ କରାଯାଇଛି । ଅର୍ଥାତ ପାର୍କ ଓ ବେଳାଭୂମିରେ କେହି ପିକ୍‌ନିକ୍‌ କରିପାରିବେ ନାହିଁ । 

 

କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ଆସନ୍ତା ଫେବୃୟାରୀ ୨୮ ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ । ତେବେ ଇଲେକ୍ସନ ପାଇଁ ମଧ୍ୟ ଇଲେକ୍ସନ କମିଶନର ନିୟମ କରିଛନ୍ତି । ରାଲି ତଥା ବାଇକ୍ ଶୋ ବା ପଦ ଯାତ୍ରା ସମ୍ପୂର୍ଣ୍ଣ ରୂପେ ବାରଣ ରହିଛି । ବାହାରେ ଖୋଲା ସ୍ଥାନ ରେ ବୈଠକ ବା ସମ୍ମିଳନୀ ହେଲେ ସର୍ବାଧିକ ୧୦୦୦ ଲୋକ ଙ୍କୁ ନେଇ ଓ ଘର ଭିତରେ ହେଲେ ୫୦୦ ଲୋକ ଙ୍କୁ ନେଇ ସମ୍ମିଳନୀ କରିବାକୁ ନିୟମ ରହିଛି । ଏହି ନିୟମ ଫେବୃଆରୀ ୧୩ ତାରିଖ ଯାଏ ବଳବତ୍ତର ରହିବ । ଘର କୁ ଘର ବୁଲି ପ୍ରଚାର ବେଳେ କୋରନା ନିୟମ ମାନିବାକୁ ବାଧ୍ୟ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *