ଫୁଣି ଗ୍ରାହକ ମାନଙ୍କ ପାଇଁ ଖୁସି ଖବର । କମିଲା ଗ୍ୟାସ ଦର । ଜାଣନ୍ତୁ ଏବେ କେତେ ଟଙ୍କା ରେ ମିଳିବ ଗ୍ୟାସ ସିଲିଣ୍ଡର….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କମିଲା ଗ୍ୟାସ ଦର । ଗ୍ରାହକ ମାନଙ୍କ ପାଇଁ ଆଶ୍ୱସ୍ତି ଖବର ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ପେଟ୍ରୋଲିୟମ ଓ ଡିଜେଲ ର ମୂଲ୍ୟରେ ହ୍ରାସ ବୃଦ୍ଧି ଆମର ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ସେଥିପାଇଁ ଆମର ନଜର ପ୍ରତିଦିନ ଏହାର ମୂଲ୍ୟ ଉପରେ ଥାଏ । ତେବେ ହଠାତ୍ କମିଯାଇଛି ପେଟ୍ରୋଲ ଓ ଡିଜେଲ୍ ଦର । ପେଟ୍ରୋଲ ଓ ଡିଜେଲର ମୂଳ ମୂଲ୍ୟରେ ଏସବୁ ଯୋଡିବା ପରେ ଖୁଚୁରା ମୂଲ୍ୟ ସାମ୍ନାକୁ ଆସେ । ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ ବା ଏକ୍ସାଇଜ୍ ଡ୍ୟୁଟି ଆଦାୟ କରନ୍ତି ଯାହା ସମଗ୍ର ଦେଶରେ ସମାନ ଅଟେ । ରାଜ୍ୟ ସରକାର ଭ୍ୟାଟ୍ ଆଦାୟ କରନ୍ତି । ରାଜ୍ୟଗୁଡ଼ିକରେ ଅଲଗା ଅଲଗା ଭ୍ୟାଟ୍ କାରଣରୁ ବିଭିନ୍ନ ରାଜ୍ୟ ଓ ସହରରେ  ପେଟ୍ରୋଲ ଓ ଡିଜେଲର ଭିନ୍ନ ଦର ରହିଥାଏ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ଆଦାୟ କରୁଛନ୍ତି । 

 

ତେବେ ଦିନ କୁ ଦିନ ତୈଳ ଦର ଯେପରି ବୃଦ୍ଧି ପାଉଛି ରନ୍ଧନ ଗ୍ୟାସ ମଧ୍ୟ ସେମିତି ବୃଦ୍ଧି ପାଇଛି । ଯାହା ଫଳରେ ଗ୍ରାହକ ଙ୍କ ଠାରେ ବଡ଼ ଅସନ୍ତୋଷ ଦେଖିବାକୁ ମିଳୁଛି । କିନ୍ତୁ ପୁଣି ଏକ ଖୁସି ଖବର । ପୁଣି କମିଲା ଗ୍ୟାସ ଦର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ୟାସ ଦର ଉପରୁ ଭ୍ୟାଟ୍‌ ହ୍ରାସ ହେବା ପରେ ଏବେ ବିଭିନ୍ନ ରାଜ୍ୟ ପକ୍ଷରୁ ଭ୍ୟାଟ୍‌ ହ୍ରାସ ପ୍ରକ୍ରିୟା ଜାରି ରଖିଛନ୍ତି । ତେବେ ବର୍ତମାନ ବିଧାନସଭା ରେ ବଜେଟ ଅଧିବେଶନ ଚାଲିଛି । ତେବେ ବଜେଟ୍ ଘୋଷଣା ପୂର୍ବରୁ ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ପେଟ୍ରୋଲିୟମ କମ୍ପାନୀ ଏବେ ଗ୍ୟାସ ଦର ହ୍ରାସ କରିଛନ୍ତି । 

 

ସୂଚନା ଅନୁଯାୟୀ ୧୯ କେଜି ବିଶିଷ୍ଟ ବ୍ୟବସାୟିକ ଗ୍ୟାସ ଦରରେ ୯୧.୫୭ ଟଙ୍କା ହ୍ରାସ ପାଇଛି । ତେବେ ଏହି ହ୍ରାସ ପାଇବା ଫଳରେ ଦିଲ୍ଲୀରେ ୧୯ କେଜି କମର୍ସିଆଲ ଗ୍ୟାସର ଦର ବର୍ତ୍ତମାନ ୧୯୦୭ ଟଙ୍କା ଅଛି ।ସୂଚନାଯୋଗ୍ୟ ଯେ, ଚଳିତ ମାସରେ ଗ୍ୟାସ ଦରରେ କୌଣସି ବୃଦ୍ଧି ହୋଇନଥିଲା ।ତେବେ ଫେବ୍ରୁଆରୀ ମାସ ପାଇଁ ଆଜି ତୈଳ କମ୍ପାନୀ ଗୁଡିକ ନୂଆ ଦର ଧାର୍ଯ୍ୟ କରିଛନ୍ତି । ତେବେ ଏହି ନୂଆ ଦରରେ ବିନା ସବସିଡି ଗ୍ୟାସ୍ ଦରରେ କୌଣସି ବୃଦ୍ଧି ଘଟିନାହିଁ । 

 

ତେବେ ଦିଲ୍ଲୀରେ ବର୍ତମାନ ୧୪.୨ କେଜି ଗ୍ୟାସ ସିଲିଣ୍ଡର ଦାମ ୮୯୯.୫୦ ଟଙ୍କା ରହିଛି । କୋଲକାତା ରେ ରୋଷେଇ ଗ୍ୟାସ ଦର ୯୨୬ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ଏହାର ଦାମ ୮୯୯.୫୦ ଟଙ୍କା ରହିଛି । ଅନ୍ୟପଟେ ଚେନ୍ନାଇରେ ବିନା ସବସିଡି ସିଲିଣ୍ଡରର ଦାମ ୯୧୫ ଟଙ୍କା ୫୦ ପଇସା ରହିଛି । ତେବେ ଆଜି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ତେବେ ଏହି ବଜେଟ୍ କୁ ନେଇ ପେଟ୍ରୋଲିୟମ ଦର ବିଷୟ ରେ କୌଣସି ତଥ୍ୟ ସମ୍ପୂର୍ଣ୍ଣ ଭାବେ ଆସିନାହିଁ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *