ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଗିରଫ ହେଲେ ଚନ୍ଦନ କାଠ ସହ ପୁଷ୍ପାରାଜ୍, ଗିରଫ ପରେ ଆରକ୍ଷୀ ଅଧିକାରୀ ଙ୍କୁ କହିଲେ ମେ ଝୁକେଗା ନେହିଁ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ପୁଷ୍ପା ସିନେମାରେ ନାୟକ ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲ ଏବେ ସମସ୍ତଙ୍କୁ ଘାରିଛି । ଖାସ୍ କରି ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲ ଓ ଡାଇଲଗକୁ ଲୋକେ ପସନ୍ଦ କରୁଛନ୍ତି । ଖାସ୍ କରି ଡାଏଲଗକୁ ନେଇ ଅନେକ ରିଲ୍ ମଧ୍ୟ ଦେଖିବାକୁ ମିଳିଛ ।କିଏ ନାଚୁଛି ତ କିଏ ପୁଷ୍ପା ସିନେମାର ସଂଳାପ କହି ସୋସିଆଲ ମିଡିଆରେ ପୋଷ୍ଟ କରୁଛି । ହେଲେ ଏହି ଷ୍ଟାଇଲରେ ବି ଏବେ ଚୋରମାନେ ଚୋରୀ କରିବା ଆରମ୍ଭ କରିଛନ୍ତି । ବେଙ୍ଗାଲୋରର ଏକ କାଠ ମାଫିଆ ବି ପୁଷ୍ପା ସିନେମାରୁ ଅନୁପ୍ରାଣିତ ହୋଇ ସେହି ଢଙ୍ଗରେ ଚନ୍ଦନ କାଠ ଚୋରୀ କରୁଥିବା ବେଳେ ତାକୁ ଆରକ୍ଷୀ ଅଧିକାରୀ ଗିରଫ କରିଛି ।
ଜଣେ ଚନ୍ଦନ ତସ୍କରୀ ଫିଲ୍ମ ଷ୍ଟାଇଲରେ ଚୋରୀ କରୁଥିଲା ଚନ୍ଦନ କାଠ । ହେଲେ ସେହି ଚୋରର ସବୁ ଯୋଜନା ଫେଲ ମାରିଛି । ଅର୍ଥାତ ଆରକ୍ଷୀ ଅଧିକାରୀ ହାତରେ ଧରାପଡିଛି ନକଲି ପୁଷ୍ପରାଜ । ଆଉ ଚୋର ଧରାପଡିବା ପରେ ଆରକ୍ଷୀ ଅଧିକାରୀ ମଧ୍ୟ ଚୋରକୁ ଦେଇଛି କଡ୍ଡା ଜବାବ । ଜଣେ ଆଇପିଏସ ଅଧିକାରୀ ଟ୍ୱିଟ କରି ଲେଖିଛନ୍ତି ରିଲ୍ ଲାଇଫ ପୁଷ୍ପା ନେହି ଝୁକେଗା, କିନ୍ତୁ ରିଅଲ ଲାଇଫ ପୁଷ୍ପା ଝୁକେଗା ଭି ଔର ଧରା ଭି ଜାଏଗା ବୋଲି ୟୁପି ସାମଲି ଜିଲ୍ଲାର ଦବଙ୍ଗ ଆଇପିଏସ ଅଧିକାରୀ ସ୍ୱିକୃତୀ ମାଧବ ମିଶ୍ରା କହିଛନ୍ତି । ଅଧିକାରୀ ଏହି ଟ୍ୱିଟର ଭାଇରାଲ ହେବା ପରେ ଅନେକ ପ୍ରତିକ୍ରିୟା ସାମ୍ନାକୁ ଆସୁଛି ।
କେହି କେହି ଚୋରକୁ ବିଚରା ବି କହୁଛନ୍ତି । ସୂଚନା ଥାଉକି, ନିକଟରେ ମହାରାଷ୍ଟ୍ର ଆରକ୍ଷୀ ଅଧିକାରୀ ନାଲି ଚନ୍ଦନ କାଠ କାରବାରରେ ସମ୍ପୃକ୍ତ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି ।ଗିରଫ ଚନ୍ଦନ ତସ୍କରୀ ଅଲୁ ଅର୍ଜୁନଙ୍କ ଫିଲ୍ମ ଦେଖି ‘ପୁଷ୍ପା’ ଦ୍ୱାରା ଅନୁପ୍ରାଣିତ ହୋଇଥିବା ଚୋରୀ କରୁଥିଲା । ଚୋରା ଚାଲାଣକାରୀ ନିଜ ଟ୍ରକରେ ନାଲି ଚନ୍ଦନ କାଠ ରଖିଥିଲେ । କାଠ ମାଫିଆ ଜଣଙ୍କ ଟ୍ରକରେ ପ୍ରଥମେ ରକ୍ତ ଚନ୍ଦନ କାଠ ବୋଝେଇ କରି ତା ଉପରେ ଫଳ ଓ ପରିବା ରଖିଦେଇଥିଲା । ଏହାକୁ ନେଇ ସେ କୌଣସି ପ୍ରକାର କର୍ଣ୍ଣାଟକ ସୀମା ପାର କରିଯାଇଥିଲା ।
ହେଲେ ଏହାପରେ ସେ ମହାରାଷ୍ଟ୍ର ଆରକ୍ଷୀ ଅଧିକାରୀ ହାତରେ ଧରାପଡିଛି । ଏନେଇ ଏବେ ଆରକ୍ଷୀ ଅଧିକାରୀ ସଂପୃକ୍ତ କାଠ ମାଫିଆକୁ ଗିରଫ କରି ଏହି ଗ୍ୟାଙ୍ଗରେ ଅନ୍ୟ କେଉଁମାନେ ଅଛନ୍ତି ସେ ନେଇ ପଚରା ଉଚରା କରୁଛି ।କେବଳ ସେତିକି ନୁହେଁ ଆରକ୍ଷୀ ଅଧିକାରୀକୁ ସନ୍ଦେହ ନହେବା ପାଇଁ ଆହୁରି ମଧ୍ୟ କରୋନା ଅତ୍ୟାବଶ୍ୟକ ସାମଗ୍ରୀ ରଖାଯାଇଥିଲା । ଅର୍ଥାତ୍ ଆରକ୍ଷୀ ଅଧିକାରୀର ଆଖିରେ ଧୂଳି ପକାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଥିଲା । କିନ୍ତୁ ପୋଲିସକୁ ପୂର୍ବରୁ ଗୁଇନ୍ଦା ସୂତ୍ରରୁ ଖବର ମିଳିସାରିଥିଲା । ଠିକ୍ତେ ଟାଇମରେ ପୋଲିସ ପହଞ୍ଚି ଟ୍ରକ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।