ଦର୍ଶକ ବନ୍ଧୁ ଅନେକ ସମୟ ରେ ଅନେକ କିଛି କଥା ପାଇଁ ଓଡ଼ିଶା ର ଜଣେ ଜଣାଶୁଣା ହାସ୍ୟ ଅଭିନେତା ପପୁ ପମପମ୍ ବିବାଦ ଘେର କୁ ଆସିଛନ୍ତି। ଆଉ ଏଥିପାଇଁ ମଧ୍ୟ ଅନେକ ସମୟ ରେ ସେ ଚର୍ଚ୍ଚା ର ବିଷୟବସ୍ତୁ ପାଲଟିଛନ୍ତି । ତେବେ ବର୍ତ୍ତମାନ ସମୟ ରେ ପୁଣି ସେହିଭଳି ଏକ କଥା ପାଇଁ ହାସ୍ୟ ଅଭିନେତା ପପୁ ପମପମ ପୁଣି ଥରେ ଚର୍ଚ୍ଚା ରେ ରହିଛନ୍ତି । ତେବେ ଦର୍ଶକ ବନ୍ଧୁ ସଂପୂର୍ଣ୍ଣ ଖବର ଟି କଣ ଆସନ୍ତୁ ଜାଣି ନେବା ।
ଦର୍ଶକ ବନ୍ଧୁ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ରେ ଏହା ଦେଖିବାକୁ ମିଳିଛି ଯେ, କଟକରେ ବଜରଙ୍ଗୀ ଦଳ ଅଭିନେତା ପପୁ ପମପମ୍ ଙ୍କୁ କଡା ବିରୋଧ କରିଛି । ତେବେ ଏହାର କାରଣ ହେଉଛି ନିକଟରେ ରିଲିଜ୍ ହୋଇଥିବା ତାଙ୍କ ଫିଲ୍ମ ମିଷ୍ଟର କହ୍ନେୟା । ତେବେ ଏହି ଫିଲ୍ମ ପାଇଁ ବହୁତ ହଟହଟା ଦେଖିବାକୁ ମିଳିଛି ।କଟକର ବୃନ୍ଦାବନ ସିନେମା ହଲ ଆଗରେ ଅଭିନେତା ପପୁ ଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ ବଜରଙ୍ଗୀ ଦଳ ।
ଏହା ସେମାନେ କହିଥିଲେ ଯେ ଭଗବାନ୍ ଶ୍ରୀକୃଷ୍ଣ ଙ୍କ ନାମ ରେ ଏମିତି ସିନେମା ର ନାମ କୁ କାହିଁକି ନାମିତ କରାଯାଇଛି ବୋଲି ଆଉ ମଧ୍ୟ ସେମାନେ ଏହି ଫିଲ୍ମ ର ନାମ କୁ ବଦଳାଇବା ପାଇଁ ଦାବି କରିଥିଲେ । ତେବେ ସେମାନଙ୍କୁ ବହୁତ୍ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ହାସ୍ୟ ଅଭିନେତା ପପୁ ପମପମ୍ ଏବଂ କହିଥିଲେ ଯେ ଏହି ସିନେମା ରେ ଶ୍ରୀକୃଷ୍ଣ ଙ୍କ ଚରିତ୍ର କେହି ନାହିଁ କିମ୍ବା ଭଗବାନଙ୍କୁ ଆକ୍ଷେପ କରି କିମ୍ବା ଅପମାନ ଦେବା ଭଳି କୌଣସି ଚରିତ୍ରରେ ମଧ୍ୟ ଅଭିନୟ କରା ଯାଇନାହିଁ।
ଏହାପରେ ପପୁ ପମପମ୍ କହିଥିଲେ ଯେ ,ଆପଣ ମାନେ ଦୟାକରି ଏହି ସିନେମା ଟି କୁ ଦେଖନ୍ତୁ ,ଆଉ ଯଦି ଆପଣଙ୍କୁ କୌଣସି ସ୍ଥାନ ରେ ଖରାପ ଲାଗିବ ତାହେଲେ ମେଟିନ ଶୋ ପାଖରୁ ଏହି ଫିଲ୍ମ କୁ ବନ୍ଦ କରି ଦିଆଯିବ ।କିନ୍ତୁ ବଜରଙ୍ଗୀ ଦଳ ଙ୍କ ପପୁ ଙ୍କ କୌଣସି କଥା କୁ ନ ଶୁଣି କହିଥିଲେ ଯେ ,ଏହି ଫିଲ୍ମ ଚାଲି ପାରିବ ନାହିଁ । ଆଉ ଯଦି ଏହି ଫିଲ୍ମ ଚାଲିବ ତାହେଲେ ଏହାର ଟାଇଟଲ କୁ ବଦଳାଯାଉ ।
ସେମାନେ କହିଛନ୍ତି ଯେ ଫିଲ୍ମ ର ନାମ କୁ ଆଉ କିଛି ରଖିବାକୁ କିନ୍ତୁ ଏହି କଥା ରେ ପପୁ କହିଛନ୍ତି ଯେ ଫିଲ୍ମ ରିଲିଜ୍ ହୋଇ ସାରିଲାଣି ,ଏହା ସମ୍ଭବ ନୁହେଁ । ଯଦି ଏହି ଫିଲ୍ମ ର ଟାଇଟଲ ଉପରେ ଆପଣଙ୍କ ର ଅସୁବିଧା ଥିଲା ତାହେଲେ ଆପଣ ଆଗରୁ କହି ପାରିଥାନ୍ତେ । ଶେଷ ରେ ପପୁ ପମପମ୍ ଏହା କହିଛନ୍ତି ଯେ,ଏହା ଏକ ସୁଚିନ୍ତିତ ଏବଂ ଯୋଜନାବଦ୍ଧ ଭାବରେ ଜାଣିଶୁଣି ପ୍ରତିବାଦ କରା ଯାଉଛି। ଆଉ ତା ପରେ ମଧ୍ୟ ଅନେକ ପ୍ରଶ୍ନ ପଚରା ଯିବା ସହ ଅନେକ ପ୍ରତିବାଦ ର ସାମ୍ନା କରିବାକୁ ପଡ଼ିଥିଲା ।ଆଉ ଶେଷ ରେ ସେମାନେ ସେହି ଫିଲ୍ମ କୁ ଦେଖି କହିଥିଲେ ଯେ ,ଏହି ଫିଲ୍ମ ରେ ସେଭଳି କିଛି ଅସୁବିଧା ନାହିଁ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।