ସରସ୍ଵତୀ ପୂଜା ଦିନ ଭୁଲ ରେ ବି କରନ୍ତୁ ନାହିଁ ଏହି 7 ଟି କାର୍ଯ୍ୟ – ଜାଣନ୍ତୁ କଣ କଣ ? ନହେଲେ ବର୍ଷ ସାରା…

 

ବନ୍ଧୁଗଣ ପବିତ୍ର ବସନ୍ତ ପଞ୍ଚମୀ ଦିନ ଜ୍ଞାନ ର ଦେବୀ ମାତା ସରସ୍ଵତୀ ଙ୍କ ପୂଜା କରାଯାଇଥାଏ । ପ୍ରାଚୀନ ଗ୍ରନ୍ଥ ଅନୁସାରେ ବସନ୍ତ ପଞ୍ଚମୀ ଦିନ ହିଁ ମାତା ସରସ୍ୱତୀ ପ୍ରକଟ ହୋଇଥିଲେ । ତେବେ ଏହି ବର୍ଷ ଫେବୃୟାରୀ ମାସ 5 ତାରିଖ କୁ ବସନ୍ତ ପଞ୍ଚମୀ ପାଳନ କରାଯିବ। ତେବେ ବନ୍ଧୁଗଣ ଏମିତି କିଛି କାର୍ଯ୍ୟ ଅଛି,ଯାହାକୁ କି ସରସ୍ଵତୀ ପୂଜା ଦିନ ଭୁଲ ରେ ମଧ୍ୟ କରିବା ଉଚିତ୍ ନୁହେଁ ,ତେବେ ଆସନ୍ତୁ ଜାଣିବା ସେହି କାର୍ଯ୍ୟ ସବୁ କଣ ଅଟେ ।

 

ତେବେ ଖାସ୍ କରି ବିଦ୍ୟାର୍ଥୀ ମାନଙ୍କୁ ଏହି ଭୁଲ ଗୁଡ଼ିକ ଉପରେ ଅଧିକ ଧ୍ୟାନ ରଖିବା ଉଚିତ୍ ।

ତେବେ ସର୍ବ ପ୍ରଥମ ଜିନିଷ ଟି ହେଉଛି ସ୍ବଚ୍ଛତା । ତେବେ ବସନ୍ତ ପଞ୍ଚମୀ ଦିନ ଘରକୁ ସ୍ୱଚ୍ଛ ରଖିବା ଉଚିତ୍ କାହିଁକି ନା ମାତା ସରସ୍ୱତୀ ଙ୍କୁ ସ୍ବଚ୍ଛତା ବହୁତ୍ ପ୍ରିୟ ଅଟେ । ଆଉ ଯାହା ଘର ଅପରିଷ୍କାର ହୋଇଥାଏ ସେହି ବ୍ୟକ୍ତି ଘରକୁ ମାତା ସରସ୍ୱତୀ ପ୍ରବେଶ କରନ୍ତି ନାହିଁ । ଆପଣ ଏହି ଦିନ ଏହି କଥା ର ବିଶେଷ ଧ୍ୟାନ ରଖନ୍ତୁ ।

 

ଦ୍ଵିତୀୟ କଥା ଟି ହେଉଛି ବିଳମ୍ୱ ରେ ଶୋଇବା । ତେବେ ଏହି ଦିନ ବିଦ୍ୟାର୍ଥୀ ମାନଙ୍କୁ ବ୍ରହ୍ମ ମୁହୂର୍ତ୍ତ ରୁ ଉଠିବା ଉଚିତ୍। ତେବେ ବସନ୍ତ ପଞ୍ଚମୀ ଦିନ ବିଳମ୍ୱ ରେ ଉଠୁଥିବା ବ୍ୟକ୍ତି ବା ବିଦ୍ୟାର୍ଥୀ ଉପରେ ମାତା ସରସ୍ୱତୀ ଙ୍କ କୃପା ପଡ଼ି ନଥାଏ । ଏହି ବ୍ୟକ୍ତି ମାନେ ଧୀରେ ଧୀରେ ଆଳସ୍ୟ ହୋଇଯାନ୍ତି ଏବଂ ନିଜର ସ୍ମରଣ ଶକ୍ତି କୁ ମଧ୍ୟ ଧୀରେ ଧୀରେ ନଷ୍ଟ କରିଥାନ୍ତି। ଏଥିପାଇଁ ବିଦ୍ୟାର୍ଥୀ ମାନଙ୍କୁ ବ୍ରହ୍ମ ମୁହୂର୍ତ୍ତ ରୁ ଉଠିବା ଉଚିତ୍ ।

 

ତୃତୀୟ କଥା ଟି ହେଉଛି ମଦ୍ୟ ସେବନ କରିବା । ମାତା ସରସ୍ୱତୀ ସେହିଭଳି ବ୍ୟକ୍ତି କୁ କେବେ ବି ସାହାଯ୍ୟ କରନ୍ତି ନାହିଁ,ଯିଏ ମଦ୍ୟ ସେବନ କରୁଥାଏ । ଏଥିପାଇଁ ବିଦ୍ୟାର୍ଥୀ ମାନଙ୍କୁ ମଦ୍ୟ ସେବନ ଠୁ ଦୂରେଇ ରହିବା ଉଚିତ୍ । ଏହି ମଦ୍ୟ ସେବନ ଦ୍ଵାରା ବ୍ୟକ୍ତି ଅଧୋଗତି ଆଡ଼କୁ ଯାଇଥାଏ ଏବଂ ସେ ଧୀରେ ଧୀରେ ସବୁ କିଛି କୁ ନଷ୍ଟ କରିଦେଇଥାଏ । ଏହା ଦ୍ଵାରା ତାର ସ୍ବାସ୍ଥ୍ୟ ମଧ୍ୟ ଖରାପ ହୋଇଯାଏ । ଏପରି ମଣିଷ ତାର ମନ କୁ ପାଠ ପଢ଼ା ରେ ଲଗାଇ ପାରେ ନାହିଁ ।

 

ଚତୁର୍ଥ ଟି ହେଉଛି ବ୍ରହ୍ମଚର୍ଯ୍ୟ । ଶାସ୍ତ୍ର ଅନୁସାରେ ବିଦ୍ୟାର୍ଥୀ ମାନେ ଜୀବନ ରେ ବ୍ରହ୍ମଚର୍ଯ୍ୟ ର ପାଳନ କରିବା ଉଚିତ୍ । ଯେଉଁ ବିଦ୍ୟାର୍ଥୀ ଛୋଟ ବୟସ ରୁ କାମ ,ବାସନା ର ଗ୍ରସିତ ହୋଇ ଯାଆନ୍ତି , ସେମାନେ ସଫଳତା ଠାରୁ କ୍ରୋଷ ଦୂର ରେ ରହି ଯାଆନ୍ତି। ବିଦ୍ୟାର୍ଥୀ ମାନଙ୍କୁ ନିଜର ମନ ସବୁବେଳେ ଧ୍ୟାନ ଏବଂ ଅଧ୍ୟୟନ ରେ ଲଗାଇ ରଖିବା ଉଚିତ୍ ।

 

ପଞ୍ଚମ କଥା ଟି ହେଉଛି ଗୁରୁ ଏବଂ ମାତା ପିତା ଙ୍କର ଅନାଦାର କରିବା । ମାତା ସରସ୍ୱତୀ ସେହି ବ୍ୟକ୍ତି ମାନଙ୍କ ଉପରେ କେବେ ବି କୃପା କରନ୍ତି ନାହିଁ ,ଯେଉଁମାନେ ଗୁରୁଜନ ମାନଙ୍କ ଆଦର ଏବଂ ସମ୍ମାନ କରନ୍ତି ନାହିଁ । ଏମିତିକି ଗୁରୁ ଙ୍କ ଅପମାନ କରନ୍ତି ।ଗୁରୁ ବା ମାତା ପିତାଙ୍କ ଅପମାନ ହେଉଛି ମାତା ସରସ୍ୱତୀ ଙ୍କ ଅପମାନ ସହିତ ସମ୍ମାନ ହୋଇଥାଏ ।

 

ଷଷ୍ଠ ରେ ହେଉଛି ମିଛ କହିବା । ବନ୍ଧୁଗଣ ମିଛ କଥା କହିବା ଏବଂ ଅପ ଶବ୍ଦ କହିବା ଦ୍ଵାରା ମାତା ସରସ୍ୱତୀ କ୍ରୋଧିତ ହୋଇଥାନ୍ତି । ଏଥିପାଇଁ ସବୁବେଳେ ସତ୍ୟ କଥା କୁହନ୍ତୁ ।ସପ୍ତମ କଥା ହେଉଛି ମାଂସ ଖାଇବା ।ହିନ୍ଦୁ ଶାସ୍ତ୍ର ଅନୁସାରେ ମାଂସ ଖାଇବାକୁ ପାପ ବୋଲି କୁହାଯାଏ । ମନୁଷ୍ୟ କୁ ମାଂସ ଖାଇବାରୁ ନିଜକୁ ନିବୃତ ରଖିବା ଉଚିତ୍ ଏବଂ ନିଜର ମନ କୁ ମାତା ସରସ୍ୱତୀ ଙ୍କ ଆରାଧନା ରେ ଲଗାଇବା ଉଚିତ୍। 

 

Leave a Reply

Your email address will not be published. Required fields are marked *