ସରସ୍ଵତୀ ପୂଜା ଦିନ ଚୁପଚାପ୍ କହି ଦିଅନ୍ତୁ ଏହି ମନ୍ତ୍ର – ମାତା ସରସ୍ୱତୀ ଘରେ ବିଦ୍ୟା ଓ ଧନ ର ବର୍ଷା କରିବେ….

 

ବନ୍ଧୁଗଣ ଶ୍ରୀ ପଞ୍ଚମୀ ମାଘ ମାସ ର ଶୁଳ୍କ ପକ୍ଷ ର ପଞ୍ଚମୀ ତିଥି ରେ ପଡିଥାଏ । ଏହିଦିନ ଆମେ ମାତା ସରସ୍ଵତୀ ଙ୍କ ବିଶେଷ ଆରାଧନା କରିଥାଉ । ମାତା ସରସ୍ୱତୀ ଙ୍କୁ ବିଦ୍ୟାର ଦେବୀ କୁହାଯାଏ ।। ଯଦି ଆପଣ ଜ୍ଞାନ ଅର୍ଜନ କରିବାକୁ ଚାହୁଁଛନ୍ତି ତାହେଲେ ମାତା ସରସ୍ଵତୀ ଙ୍କ ଆରାଧନା କରିବା ଉଚିତ୍ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କିଛି ଏପରି କଥା କହିବୁ ଯାହାକି ଶ୍ରୀ ପଞ୍ଚମୀ ଦିନ ନିଶ୍ଚୟ କରିବା ଉଚିତ୍ । 

 

ତେବେ ବନ୍ଧୁଗଣ ବସନ୍ତ ପଞ୍ଚମୀ ଦିନ ମାତା ସରସ୍ୱତୀ ଙ୍କ ନିକଟରେ ହଳଦିଆ ଫୁଲ ଅର୍ପଣ କରନ୍ତୁ ଏବଂ ହଳଦିଆ ନୈବେଦ୍ୟ ଅର୍ପଣ କରନ୍ତୁ । ଏହା ସହିତ ଶ୍ରୀ ପଞ୍ଚମୀ ଦିନ କ୍ଷୀରି ରେ କେଶର ମିଶାଇ ମାତା ଙ୍କ ନିକଟରେ ଭୋଗ ଲଗାନ୍ତୁ କିମ୍ବା କେଶର ମିଶା କ୍ଷୀର ରେ କ୍ଷୀରି ପ୍ରସ୍ତୁତ କରି ମାତା ଙ୍କ ନିକଟରେ ଭୋଗ କରନ୍ତୁ । ଏଭଳି କରିବା ଦ୍ଵାରା ମାତା ପ୍ରସନ୍ନ ହୋଇଥାନ୍ତି ।

 

ବନ୍ଧୁଗଣ ଶ୍ରୀ ପଞ୍ଚମୀ ଦିନ ମାତା ଙ୍କ ମନ୍ତ୍ର କୁ ଜପ କରିବା ଦ୍ଵାରା ଆପଣଙ୍କୁ ସମସ୍ତ ପ୍ରକାରର କଳା ରେ ଜ୍ଞାନ ଅର୍ଜନ ହୋଇଥାଏ । ତେବେ ସେହି ମନ୍ତ୍ର ଟି ହେଉଛି ଓଁ ସରସ୍ଵତି ନମଃ ଏବଂ ଏହା ସହିତ ଆଉ ଏକ ମନ୍ତ୍ର ହେଉଛି ଓଁ ହିମ୍ କ୍ଲିମ୍ ମହା ସରସ୍ଵତୀ ଦେବୟା ନମଃ । ତେବେ ଏହା ମଧ୍ୟରୁ କୌଣସି ବି ମନ୍ତ୍ର କୁ ଅତି କମ ରେ 108 ଥର ଜପ କରିବା ଉଚିତ୍ । ତେବେ ମନ୍ତ୍ର କୁ ଜପ କରିବା ବେଳେ ହଳଦୀ ମାଳା ରେ ଜପ କଲେ ଶୁଭ ହୋଇଥାଏ ।

 

ବନ୍ଧୁଗଣ ଯଦି ଆପଣଙ୍କ ର ପାଠ ପଢା ରେ ମନ ଲାଗୁ ନାହିଁ,ତାହେଲେ ଏହି ବିଶେଷ ଉପାୟ ଟି ନିଶ୍ଚିନ୍ତ କରନ୍ତୁ । ତେବେ ବନ୍ଧୁଗଣ ଶ୍ରୀ ପଞ୍ଚମୀ ଦିନ 22 ଟି ତେନ୍ତୁଳି ପତ୍ର ନିଅନ୍ତୁ । ଆଉ ସେଥି ମଧରୁ 11 ଟି ପତ୍ର କୁ ଧଳା କପଡା ରେ ରଖି ଏକ ପୁଟୁଳି କରି ଦୀଅନ୍ତୁ ।ସେହି ପୁଟୁଳି କୁ ମାତା ଙ୍କ ନିକଟରେ ଅର୍ପଣ କରନ୍ତୁ । ଶ୍ରୀ ପଞ୍ଚମୀ ପୂଜା ର ପର ଦିନ ତାହାକୁ ନେଇ ପାଠ ପଢା ସ୍ଥାନ ରେ ରଖି ଦିଅନ୍ତୁ ।

 

ଶ୍ରୀ ପଞ୍ଚମୀ ଦିନ ମାତା ଙ୍କ ନିକଟରେ ଧଳା ଭୋଗ ଲଗାନ୍ତୁ  । ଏହି ଶ୍ରୀ ପଞ୍ଚମୀ ଦିନ ପାଠ ପଢା ସହିତ ଜଡ଼ିତ ଜିନିଷ କୁ ମାତା ଙ୍କ ଚରଣ ରେ ରଖି ପୂଜା କରନ୍ତୁ । ଏହି ଦିନ ଘରକୁ ନୂଆ ବହି ,ନୂଆ ଖାତା ,ନୂଆ କଲମ ଏବଂ ନୂଆ ପେନ୍ସିଲ ଆଣିବା ଭଲ ହୋଇଥାଏ । ଆପଣ ଏହି ସବୁ ଉପାୟ କୁ ନିଶ୍ଚିନ୍ତ କରନ୍ତୁ । 

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *