ସମସ୍ତ ପରିଚୟ ପତ୍ର ପାଇଁ ହେବ ଗୋଟିଏ ୟୁନିକ୍ ଡିଜିଟାଲ ଆଇଡ କାର୍ଡ । ଏବେ ଆସନ୍ତୁ ଜାଣିବା ସେ ସମ୍ବନ୍ଧୀୟ ସମ୍ପୂର୍ଣ ତଥ୍ୟ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସମସ୍ତ ପରିଚୟ ପତ୍ର ପାଇଁ ହେବ ଗୋଟିଏ ୟୁନିକ୍ ଡିଜିଟାଲ ଆଇଡ କାର୍ଡ । ଏବେ ଆସନ୍ତୁ ଜାଣିବା ସେ ସମ୍ବନ୍ଧୀୟ ସମ୍ପୂର୍ଣ ତଥ୍ୟ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତମାନ ଦେଶବାସୀଙ୍କ ପାଇଁ ଏଭଳି ଏକ ୟୁନିକ୍ ଡିଜିଟାଲ୍ ଆଇଡି ଆଣିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଉଛି । ଯେଉଁଥିରେ ସମସ୍ତ ଆଇଡି ଲିଙ୍କ୍ ହେବ । ଏଥିପାଇଁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଫେଡେରେଟେଡ୍ ଡିଜିଟାଲ୍ ଆଇଡିର ଏକ ନୂତନ ମଡେଲ୍ ପାଇଁ ପରାମର୍ଶ ଦିଆଯାଇଛି । ଏହି ଆଇଡି ଆସିବା ପରେ ଆପଣଙ୍କୁ ଆଉ ସମସ୍ତ ପରିଚୟ ପତ୍ର ସର୍ବଦା ନିଜ ପାଖରେ ରଖିବାକୁ ପଡ଼ିବ ନାହିଁ । ଏହା ଅଧୀନରେ, ନାଗରିକମାନଙ୍କର ଅନେକ ଡିଜିଟାଲ୍ ଆଇଡି ଇରଲିଙ୍କ୍ ହୋଇ ରହିବ । 

 

ଏଥିରେ ପାସ୍‌-ପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ଆଧାର କାର୍ଡ ଓ ପାନ୍ କାର୍ଡ ଲିଙ୍କ୍ ହୋଇରହିବ । ତେବେ ଇଣ୍ଡିଆନ୍ ଏକ୍ସପ୍ରେସର ଖବର ଅନୁଯାୟୀ, ଏହି ଡିଜିଟାଲ୍ ଆଇଡି ନାଗରିକଙ୍କୁ ଏହି ପରିଚୟ ପତ୍ରକୁ ନିୟନ୍ତ୍ରଣ କରିବା ଏବଂ କେଉଁ ଉଦ୍ଦେଶ୍ୟରେ କେଉଁ ଆଇଡି ବ୍ୟବହାର କରାଯିବ ତାହା ବାଛିବା ପାଇଁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି । ତେଣୁ ଏହି ପ୍ରସ୍ତାବ ଖୁବ୍ ଶୀଘ୍ର ସାର୍ବଜନୀନ ଭାବେ ହେବ ବୋଲି ଆଶା କରାଯାଉଛି ଏବଂ ଫେବୃଆରୀ ୨୭ ସୁଦ୍ଧା ମନ୍ତ୍ରଣାଳୟ ମତାମତ ଲୋଡିବ ବୋଲି କୁହାଯାଉଛି । 

 

ତେବେ ବନ୍ଧୁଗଣ ପ୍ରସ୍ତାବିତ ଢ଼ାଂଚା ଅନୁଯାୟୀ ଫେଡେରେଟେଡ୍ ଡିଜିଟାଲ୍ ପରିଚୟ ମଧ୍ୟ ଏକ ରେଜିଷ୍ଟ୍ରିର ଚାବି ଭାବରେ କାର୍ଯ୍ୟ କରିବ । ଯେଉଁଠାରେ ସମସ୍ତ ଅଲଗା ଅଲଗା ରାଜ୍ୟ ଏବଂ କେନ୍ଦ୍ର ସରକାର ଆଇଡି ସଂଗୃହୀତ ହୋଇ ରହିବ । ନାଗରିକ ପ୍ରମାଣୀକରଣ ଓ ସହମତି ଯୁକ୍ତ ଇ-କେୱାଇସି ମାଧ୍ୟମରେ ଅନ୍ୟ ତୃତୀୟ ପକ୍ଷ ସେବା ର ଲାଭ ଉଠାଇବା ପାଇଁ ଡିଜିଟାଲ୍ ଆଇଡି ର ଉପଯୋଗ କରାଯାଇପାରେ । ଏଥିସହ ଜଣେ ନାଗରିକ ସମସ୍ତ ଡିଜିଟାଲ୍ ଆଇଡିକୁ ଅନ୍ୟ ସହ ଯୋଡ଼ି ପାରିବେ । 

 

ଏବେ ବାରମ୍ବାର କୌଣସି କାମ ପାଇଁ ଏହା ବାରମ୍ବାର କରିବାକୁ ପଡ଼ୁଛି । ମନ୍ତ୍ରଣାଳୟ ଏହି ପ୍ରସ୍ତାବ ଇଣ୍ଡିଆ ଏଣ୍ଟରପ୍ରାଇଜ୍ ଆର୍କିଟେକ୍ଚର ୨.୦ ଅନୁସାରେ ଦେଇଛି । ଏହାକୁ ପ୍ରଥମଥର ପାଇଁ ୨୦୧୭ ରେ ଡିଜାଇନ୍ କରାଯାଇଥିଲା । ପରନ୍ତୁ ବର୍ତମାନ ସମୟରେ ଏହା କାର୍ଯ୍ୟକାରୀ ହେବାକୁ ଯାଉ ଅଛି । ଯାହା ଦ୍ଵାରା ଚିନ୍ତା ଦୂର ହେବ । ଏତେ ସବୁ ଆଇଡି କାର୍ଡ ବଦଳରେ କେବଳ ଗୋଟେ ମାତ୍ର ଡିଜିଟାଲ କାର୍ଡ ସାହାଯ୍ୟରେ ସମସ୍ତ କାର୍ଯ୍ୟ ହୋଇ ପାରିବ । ତେବେ ଆଗାମୀ ଭବିଷ୍ୟତ ରେ ଖୁବ୍ ଶୀଘ୍ର କେବେ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି ବାସ୍ ତାହା ଦେଖିବା ବାକି ରହିଲା ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published.