ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମାଡ଼ି ଆସୁଅଛି ପ୍ରଳୟଙ୍କରୀ ବାତ୍ୟା ବାଟସିରାଇ। ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ପ୍ରକୃତି ର ନିୟମ ରେ ବର୍ତମାନ ତ ଅନେକ ପ୍ରକାର ପରିବର୍ତ୍ତନ ଆସୁଛି । ମାସ ଅନୁଯାୟୀ ଋତୁ ଆସୁନାହିଁ । ଯେପରି କି ଆମେ ଜାଣୁ ଅକ୍ଟୋବର ଶେଷ ଓ ନଭେମ୍ବର ଆରମ୍ଭ ସମୟ ରୁ ଶୀତ ପଡ଼ିଯାଏ । କିନ୍ତୁ ବର୍ତମାନ ଡିସେମ୍ବର ରେ ଶୀତ ପଡ଼ୁଚି । ଅସମୟ ରେ ବର୍ଷା ହେଉଛି । ବର୍ଷା ଦିନେ ଆଦୌ ବର୍ଷା ହେଉନାହିଁ । ଏପରି ଘଟୁଛି ବର୍ତମାନ ସମୟ ରେ । ବର୍ଷା ହେଉ ବା ବାତ୍ୟା , ସବୁଟି ପ୍ରାକୃତିକ ଘଟଣା । ତେଣୁ ଏଥିରେ କୌଣସି ମନୁଷ୍ୟ ଙ୍କ ର ହାତ ରହି ନଥାଏ ।
ଫେବୃଆରୀ ମାସ ରେ ଆସୁଛି ବାତ୍ୟା। ଭାରତ ମହାସାଗର ରେ ଆଗକୁ ବଢୁଛି ବାତ୍ୟା ବାଟସିରାଇ।ଏହି ବାତ୍ୟା ପ୍ରଳୟ ଆଣିବ ଏହା ସହ ତାଣ୍ଡବ ରଚିବ। ସାଟେଲାଇଟ ଚିତ୍ରରୁ ବାତ୍ୟା ବାଟସିରାଇ ର ଭୟଂକର ରୂପ ସାମ୍ନାକୁ ଆସିଛି। ସ୍ଥଳଭାଗ ମୁହାଁ ମାଡ଼ି ଆସୁଚି ଏହି ବାତ୍ୟା ମାଡଗାସ୍କାର ଉପକୂଳ ରେ ହିଟ କରିବ ଏହି ବାତ୍ୟା,ଆଜି ମାଡ଼ ହେବ ବାତ୍ୟା ବାଟସିରାଇ। ଏହାସହ ଘଣ୍ଟା ପ୍ରତି 200 କିମି ବେଗରେ ପବନ ମଧ୍ୟ ବହିବ। ଫଳରେ ବ୍ୟାପକ କ୍ଷୟକ୍ଷତି ର ଆଶଙ୍କା ରହିଚି।
ଏହି ବାତ୍ୟା ର ଗତି ପଥ ରେ ଆସୁଛନ୍ତି 2 କୋଟି 80ଲକ୍ଷ ଲୋକ। ସେଥି ମଧ୍ୟରୁ 6 ଲକ୍ଷ୍ୟ ଲୋକ ପ୍ରତ୍ୟକ୍ଷ ପ୍ରଭାବିତ ଥିବାବେଳେ ଦେଢ଼ ଲକ୍ଷ ଲୋକ ଙ୍କୁ ସ୍ଥାନାନ୍ତର କରାଯାଇଛି। ଗତ ଦୁଇ ସପ୍ତାହ ତଳେ ମାଡଗାସ୍କାର ଉପକୂଳ କୁ ହିଟ କରିଥିଲା ବାତ୍ୟା ଆନ୍ନା , ତା ଠାରୁ ଏହା ଅଧିକ ଶକ୍ତିଶାଳୀ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।ଏହା ସ୍ଥଳଭାଗ ଛୁଇଁଲା ବେଳକୁ କେଟାଗୋରି 3 ରୁ କେଟାଗୋରି 4 ର ରୂପ ନେବ ଏହି ବାତ୍ୟା। ପ୍ରବଳ ବର୍ଷା ସହ 30ସେମି ବର୍ଷା ହେବାର ସମ୍ଭାବନା ରହିଛି। ଏହା ଦ୍ବାରା ବନ୍ୟା ହେବାର ମଧ୍ୟ ଆଶଙ୍କା ରହିଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।