ମାଡି ଆସୁଛି ପ୍ରଳୟଙ୍କରୀ ବାତ୍ୟା Batsirai ! 200 କିଲୋମିଟର ବେଗରେ ବହିବ ପବନ ! ଦେଖନ୍ତୁ କଣ ରହିଛି ସଂପୂର୍ଣ୍ଣ ଖବର। 

 

ବନ୍ଧୁଗଣ ସାଧାରଣତଃ ବାତ୍ୟା ନାଁ ଶୁଣିବା ମାତ୍ରେ ହିଁ ଆମ ମାନଙ୍କ ମନ ରେ ଏକ ପ୍ରକାରର ଭୟ ଚାଲି ଆସିଥାଏ । ଆଉ ମଧ୍ୟ ଏହି ଫେବୃୟାରୀ ମାସ ରେ ବାତ୍ୟା ନାଁ ଶୁଣିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ,କାହିଁକି ନା ଏହି ସମୟ ରେ ବାତ୍ୟା ହୋଇ ନଥାଏ। ତେବେ ବର୍ତ୍ତମାନ ସମୟ ରେ ପାଣିପାଗ ବିଭାଗ ତରଫ ରୁ ବାତ୍ୟା ସମ୍ବନ୍ଧୀୟ କେଉଁ ସବୁ ସୂଚନା ମିଳିଛି, ଆସନ୍ତୁ ଜାଣି ନେବା ।

 

ତେବେ ଦର୍ଶକ ବନ୍ଧୁ ପାଣିପାଗ ବିଭାଗ ରୁ ମିଳିଥିବା  ରିପୋର୍ଟ ଅନୁସାରେ ,ଭାରତ ମହାସାଗରରେ  ବାତ୍ୟା ବାଟସିରାଇ ଭ-ୟ-ଙ୍କ-ର ରୂପ ଧାରଣ କରି  ଆଗକୁ ବଢୁଛି । ତେବେ ବର୍ତ୍ତମାନ ସମୟ ରେ ଏହି ବାତ୍ୟା ର ଚିତ୍ର ସାମ୍ନା କୁ ଆସିଛି ।ସୂଚନା ଅନୁସାରେ ବାତ୍ୟା ବାଟସିରାଇ ସମୁଦ୍ରରୁ ବଳ ଗୋଟାଇ ସ୍ଥଳଭାଗ ଆଡକୁ ମାଡି ଆସୁଛି । ଏହା ସହିତ ମଧ୍ୟ ଏହା ସୂଚନା ରହିଛି ଯେ ,ଏହି ବାତ୍ୟା ଯେତେବେଳେ ସ୍ଥଳଭାଗ ଛୁଇଁବ ସେହି ସମୟ ରେ ପବନ ର ବେଗ ପ୍ରାୟ ଘଣ୍ଟା ପ୍ରତି ବେଗ ୨୦୦ କିମି ରହିବ । 

 

ଆଉ ଏଥିପାଇଁ ମଧ୍ୟ ବହୁତ୍ କ୍ଷୟକ୍ଷତି ହୋଇପାରେ ବୋଲି ପାଣିପାଗ ବିଭାଗ ତରଫ ରୁ ଏହା ଆଶଙ୍କା କରାଯାଉଛି । ତେବେ ମିଳିଥିବା ସୂଚନା ଅନୁସାରେ , ପ୍ରାୟ ୬ ଲକ୍ଷ ଲୋକ ମାନେ ଏହି ବାତ୍ୟା ଦ୍ଵାରା ପ୍ରତ୍ୟକ୍ଷ ରୂପରେ ବହୁତ ପ୍ରଭାବିତ ହୋଇପାରନ୍ତି ଏବଂ ପ୍ରାୟ ୨ କୋଟି ୮୦ ଲକ୍ଷ ଲୋକମାନେ ବାତ୍ୟାର ଗତିପଥ ଅଞ୍ଚଳ ରେ ଆସୁଛନ୍ତି। 

 

ଆଉ ମଧ୍ୟ ସେଠାକାର ୧.୫ ଲକ୍ଷ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରା ଯାଇଛି । ତେବେ ସୂଚନା ଅନୁସାରେ ବାତ୍ୟା ବାଟସିରାଇ ମାଡଗାସ୍କାର ଉପକୂଳକୁ ହିଟ କରିବ। ତେବେ ଏହି ବାତ୍ୟା ଟି ସ୍ଥଳଭାଗ ଛୁଇଁବା ସମୟରେ ବାତ୍ୟା ବାଟସିରାଇ କାଟାଗୋରୀ ୩ ରୁ କାଟାଗୋରୀ ୪ର ସାଇକ୍ଲୋନର ରୂପ ନେଇପାରେ । ତେବେ ମିଳିଥିବା ସୂଚନା ଅନୁସାରେ ,ଏହି ବାତ୍ୟା ଟି ସ୍ଥଳଭାଗ ଛୁଇଁବା ସମୟରେ ପାଖାପାଖି ୩୦ ସେମି ବର୍ଷା ସହିତ ପ୍ରବଳ ବେଗରେ ପବନ ବହିବାର ପୂର୍ବନୁମାନ କରାଯାଇଛି ।

 

ତେବେ ଏହା ମଧ୍ୟ କୁହା ଯାଉଛି ଯେ ,ବାତ୍ୟା ବାଟସିରାଇ ମାଡାଗାସ୍କାର ଦ୍ଵିପର ୧୭ ବର୍ଷ ଇତିହାସର ସବୁଠୁ ବଡ ଓ ଅଧିକ ଶକ୍ତିଶାଳୀ ବାତ୍ୟା ହୋଇପାରେ । ତେବେ ବର୍ତ୍ତମାନ ସେଠାକାର ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନ କୁ ସ୍ଥାନାନ୍ତରିତ କରାଯାଇଛି । ଆଉ ମଧ୍ୟ ଏହା ଦ୍ଵାରା ସମୁଦ୍ରରେ ୧୫ ମିଟର ଉଚ୍ଚତାର ଜୁଆର ମାଡି ଆସିପାରେ ବୋଲି କୁହା ଯାଉଛି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *