ଦର୍ଶକ ବନ୍ଧୁ ଆପଣ ମାନେ ତ ଏହା ଜାଣିଥିବେ ଯେ ସୁର ସମ୍ରାଜ୍ଞୀ ଲତା ମଙ୍ଗେସକର ସବୁଦିନ ପାଇଁ ଆମ ମାନଙ୍କୁ ଛାଡ଼ି ଚାଲି ଯାଇଛନ୍ତି ।ଆଉ ଶୁଣିବା ପାଇଁ ମିଳିବ ନାହିଁ ସେହି ସୁମଧୁର କୋକିଳ କଣ୍ଠ । ଲତା ମଙ୍ଗେସକର ଗାଇଥିବା ଓଡ଼ିଆ ର ଏହି ଦୁଇଟି ଗୀତ ଥରେ ଶୁଣି ନିଅନ୍ତୁ ।
ତେବେ ଏହା ଜଣା ପଡ଼ିଛି ଯେ ,ଲତା ମଙ୍ଗେସକର ଙ୍କ ସହ ପ୍ରଧାନମନ୍ତ୍ରୀ ଙ୍କ ର ଖୁବ ନିଆରା ସମ୍ପର୍କ ଥିଲା । ତେବେ ପ୍ରଧାନମନ୍ତ୍ରୀ ଯେତେବେଳେ କୌଣସି ରାଜନୈତିକ କାର୍ଯ୍ୟରେ ମୁମ୍ବାଇ ଯାଉଥିଲେ ,ସେ ଲତା ଦିଦିଙ୍କୁ ଦେଖା କରିବାକୁ ଭୁଲୁ ନଥିଲେ ।ତେବେ ଲତା ଙ୍କ ବିୟୋଗ ପରେ ପ୍ରଧାନମନ୍ତ୍ରୀ ଏହା ଟ୍ୱିଟ୍ କରି କହିଛନ୍ତି ଯେ,‘ମୋ ପାଖରେ କିଛି ଶବ୍ଦ ନାହିଁ ।
ସେ କହିଛନ୍ତି ଯେ ,ତାଙ୍କ ବିୟୋଗ ରେ ଦେଶ ରେ ଶୂନ୍ୟସ୍ଥାନ ସୃଷ୍ଟି ହୋଇ ଯାଇଛି ଏବଂ ଯାହାକୁ କି କେହି ପୂରଣ କରି ପାରିବେ ନାହିଁ ।ଦୟାଳୁ ଏବଂ ଯତ୍ନଶୀଳ ଲତା ଦିଦି ଆମ ମାନଙ୍କୁ ସବୁ ଦିନ ପାଇଁ ଛାଡି ଆରପାରିକୁ ଚାଲି ଯାଇଛନ୍ତି ।ସେ ନିଜର ସୁମଧୁର କଣ୍ଠ ସ୍ୱରରେ ସମସ୍ତ ଲୋକଙ୍କୁ ବାନ୍ଧି ରଖିଥିଲେ ଏବଂ ଆଗାମୀ ପିଢି ତାଙ୍କୁ ଭାରତୀୟ ସଂସ୍କୃତିର ଏକ ଷ୍ଟଲୱାର୍ଟ ଭାବରେ ମନେ ରଖିବେ ।
ପ୍ରଧାନମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଯେ ,ଲତା ଦିଦି ଙ୍କ ସ୍ୱର ମନ ରେ ବିଭିନ୍ନ ପ୍ରକାରର ଭାବନା ଆଣିଥାଏ ।ଏମିତିକି ସେ ଚଳଚ୍ଚିତ୍ର ବ୍ୟତୀତ ଭାରତର ଅଭିବୃଦ୍ଧି ପାଇଁ ସର୍ବଦା ଆଗ୍ରହୀ ଥିଲେ । ନରେନ୍ଦ୍ର ମୋଦି କହିଛନ୍ତି ଯେ ,ସେ ସବୁବେଳେ ଏକ ଶକ୍ତିଶାଳୀ ଏବଂ ବିକଶିତ ଭାରତ ଦେଖିବାକୁ ଚାହୁଁଥିଲେ ।ଦଶନ୍ଧି ଧରି ସେ ଭାରତୀୟ ଚଳଚ୍ଚିତ୍ର ଜଗତର ପରିବର୍ତ୍ତନକୁ ଅତି ନିକଟରୁ ଦେଖିଥିଲେ ।ଏହାପରେ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ,ତାଙ୍କ ସହିତ ମୋର ସବୁ କଥାବାର୍ତ୍ତା ଅବିସ୍ମରଣୀୟ ରହିବ ଯାହାକି କେବେ ଭୁଲି ହେବ ନାହିଁ ।
ଲତା ଦିଦିଙ୍କ ଠାରୁ ମୁଁ ଅପାର ସ୍ନେହ ପାଇଛି ଆଉ ଏହାକୁ ନରେନ୍ଦ୍ର ମୋଦୀ ନିଜର ସମ୍ମାନ ବୋଲି ବିବେଚନା କରିଛନ୍ତି । ତାଙ୍କ ଦେହାନ୍ତ ରେ ଏହିସବୁ କଥା କହି ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କର ପରିବାର ଲୋକ ମାନଙ୍କୁ ସମବେଦନା ଜଣାଇଛନ୍ତି ।ଅନ୍ୟ ପଟରେ ମଧ୍ୟ ସୁର ସମ୍ରାଜ୍ଞୀ ଲତା ମଙ୍ଗେସକର ଙ୍କ ପାଇଁ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ତେବେ ଏହି ଦୁଇ ଦିନ ପାଇଁ ଜାତୀୟ ପତାକା ଅର୍ଦ୍ଧନମିତ ରହିବ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।