ଲତା ମଙ୍ଗେସକର ଙ୍କ ଜୀବନ ର 9 ଟି ଅଜଣା ସତ୍ୟ । ଆସନ୍ତୁ ଜାଣିବା କଣ ସେହି ସତ୍ୟ…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଜାଣନ୍ତୁ ଲତାଙ୍କ ଜୀବନର କିଛି ଅଜଣା ସତ୍ୟ ସମ୍ପର୍କରେ, ସଙ୍ଗୀତ ଜୀବନ ସହଜ ନଥିଲେ ବି ସେ କିପରି ହେଲେ ଦେଶର ସ୍ୱର, କାରଣ କଣ ଜାଣନ୍ତୁ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କରୋନା ମହାମାରୀ ଆମ ଠାରୁ ଆମର କେତେ କେତେ ପ୍ରତିଭାବାନ କଳାକାର, କଣ୍ଠଶିଳ୍ପୀ, ରାଜନୀତିଜ୍ଞ ମାନଙ୍କୁ ଛଡାଇ ନେଇଛି। ଆମେ ଯାହାଙ୍କୁ କେବେବି ଆଶା କରିନଥିଲୁ କି ସେମାନେ ଏମିତି ହଠାତ୍ ଭାବେ ଦୁନିଆକୁ ପର କରି ଚାଲିଯିବେ ବୋଲି, ସେମାନଙ୍କୁ ବି କରୋନା ମ-ର-ଣ ମୁଖକୁ ଟାଣି ନେଇଛି। ଅନେକ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଆମେ ଏହି କରୋନା ସମୟରେ ହରାଇଛୁ, ଯେଉଁ ମାନଙ୍କର କ୍ଷତି ଆମ ପାଇଁ ଅପୂରଣୀୟ, ସେମାନେ ନିଜ ନିଜର ଯେଉଁ ସ୍ଥାନ ଲୋକ ମାନଙ୍କ ମନରେ କରି ଯାଇଛନ୍ତି ତାହାକୁ ଆଉ କେହି ବି ନେଇ ପାରିବେ ନାହିଁ। ଗତକାଲି ଆମ ଦେଶର ବୁଲବୁଲ୍ ଲତା ମଙ୍ଗେସକରଙ୍କୁ ମଧ୍ୟ କରୋନା ଆମ ଠାରୁ ଛଡାଇ ନେଇଛି। 

 

ଜାନୁୟାରୀ ୮ ତାରିଖରେ ଲତାଙ୍କ ପାଖରେ କରୋନା ପଜେଟିନ୍ ଚିହ୍ନଟ ହୋଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା, ତାଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଥିଲା, ହେଲେ ତାଙ୍କର ବୟସ ଅଧିକ ହୋଇଥିବା କାରଣରୁ ତାଙ୍କୁ ଆଇସିୟୁରେ ରଖା ଯାଇଥିଲା। ମଝିରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଥିଲା, ପ୍ରଥମେ କରୋନା ଏବଂ ତାପରେ ନିମୋନିଆରେ ପୀଡିତ ହେବାପରେ ଶେଷରେ ସେ ହାରି ଯାଇଥିଲେ, ଏବଂ ଗତକାଲି ସେ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଆମେ ଆଜି ଆପଣ ମାନଙ୍କୁ ତାଙ୍କ ଜୀବନର କିଛି ଅଜଣା ସତ୍ୟ ସମ୍ପର୍କରେ କହିବୁ। 

 

ଲତା ପିଲାଟି ବେଳୁ ନିଜ ଘରର ଦାୟିତ୍ବ ସମ୍ଭାଳିଥିଲେ, ସେ ୫ବର୍ଷ ବୟସରୁ ହିଁ ନିଜ ପିତା ଦିନାନାଥଙ୍କ ସହିତ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ। ଏକଥା କେହି ଜାଣିନଥିବେ, ଲତାଙ୍କର ପ୍ରକୃତ ନାମ କଣ ଥିଲା, କାହିଁକି ସେ ମଙ୍ଗେସକର ସର୍ ନେମ୍ ଲେଖୁଥିଲେ? ତାଙ୍କ ବାପା ଦିନାନାଥଙ୍କ ମାଆ ୟସୁବାଈ ଜଣେ ଦେବଦାସୀ ଥିଲେ, ସେ ଗୋଆର ମଙ୍ଗିସି ଗାଁରେ ରହୁଥିଲେ। ୟସୁବାଈ ସେହି ସମୟରେ ଭଜନ କୀର୍ତ୍ତନ କରି ଜୀବନ କାଟୁଥିଲେ, ସେହିଦିନ ଠାରୁ ଦିନାନାଥଙ୍କୁ ମଙ୍ଗେସକର ଟାଇଟେଲ୍ ମିଳିଥିଲା। ଆଉ ଲତାଙ୍କର ପିଲାଦିନର ନାମ ଥିଲା ହେମା, ଥରେ ଦିନା ଭାବ ବନ୍ଦର ନାମର ଏକ ନାଟକ ଲେଖିଥିଲେ।

 

ସେଥିରେ ଏକ ଚରିତ୍ରର ନାମ ଥିଲା ଲତିକା, ଆଉ ସେହା ନାମ ତାଙ୍କୁ ଏତେ ଭଲ ଲାଗିଥିଲା ଯେ ସେ ସେବେଠାରୁ ନିଜ ଝିଅର ନାମ ହେମାରୁ ଲତାକୁ ପରିବର୍ତ୍ତନ କରିଦେଲେ। ଲତା ଜୀବନ କାଳ ମଧ୍ୟରେ ଥରେ ମାତ୍ର ସ୍କୁଲ୍ ଯାଇଥିଲେ, କୁହାଯାଏ ସେ ସ୍କୁଲ୍ ରେ ପିଲାଙ୍କୁ ସଙ୍ଗୀତ ଶିକ୍ଷା କରିବାକୁ ଚାହୁଁଥିଲେ ତାଙ୍କ ପ୍ରଧାନ ଶିକ୍ଷକ ଏଥିପାଇଁ ଅନୁମତି ଦେଇନଥିଲେ, ସେଥିପାଇଁ ସେ ସ୍କୁଲ ଯିବା ଛାଡି ଦେଇଥିଲେ। ୧୯୪୨ ରେ ପିତାଙ୍କ ଦେହାନ୍ତ ପରେ ଲତାଙ୍କ ଜୀବନକୁ କଳା ବାଦଲ ମାଡି ଆସିଥିଲା। ମାତ୍ର ୧୩ ବର୍ଷ ବୟସରେ ହସ ଖେଳ ସମୟରେ ସେ ଦେଶର ଭରଣ ପୋଷଣ ଦାୟିତ୍ବ ସମ୍ଭାଳିଥିଲେ। ଏହା ପରଠାରୁ ଲତାଙ୍କର ସଙ୍ଗୀତ ଜୀବନ ଆରମ୍ଭ ହୋଇଥିଲା, ୧୯୪୫ ରେ ମାଷ୍ଟର ବିନାୟକ ଏକ ବଡ ଫିଲ୍ମରେ ଛୋଟ ରୋଲ୍ ପାଇଁ ଅଫର୍ ଦେଇଥିଲେ। 

 

ଲତାଙ୍କର ସଙ୍ଗୀତ ଶିଖିବାରେ ରୂଚି ଥିବାରୁ ସେ ଏହି ଅଫର୍ କୁ ରିଜେକ୍ଟ କରି ଦେଇଥିଲେ। ଆଉ ସେହି ବର୍ଷ ହିଁ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଶିଖିବା ଆରମ୍ଭ କରିଦେଇଥିଲେ। ତାଙ୍କ ସଙ୍ଗୀତ ଜୀବନ ମଧ୍ୟ ଏତେ ସହଜ ନଥିଲା, ତାଙ୍କର ପତଳା ସ୍ୱର ପାଇଁ ଅନେକ ତାଙ୍କୁ ଗାଇବାକୁ ସୁଯୋଗ ଦେଉନଥିଲେ ରିଜେକ୍ଟ କରି ଦେଉଥିଲେ। ହେଲେ ସମୟ ସହିତ ବଦଳିଥିଲା ସବୁକିଛି ଆଉ ସେ ପରେ ବନି ଯାଇଥିଲେ ଆମ ଦେଶର ସ୍ୱର। ଲତାଙ୍କ ବିଷୟରେ କହିଲେ ସରିବ ନାହିଁ, ତାଙ୍କ ସମ୍ପର୍କରେ କହିଲେ ହୁଏତ ଶବ୍ଦ ବି କମ୍ ପଡିଯିବ। ସେ ନିଜର ସ୍ୱର ପାଇଁ ସବୁଆଡେ ପରିଚିତ ଥିଲେ, ସେ ୩୬ଟି ଭାଷାରେ ନିଜର କଣ୍ଠଦାନ କରିଥିଲେ। ଆଉ ୩୦ ହଜାରରୁ ଅଧିକ ଗୀତ ଗାଇଥିବାରୁ ଗିନିଜ୍ ବୁକ୍ ରେ ତାଙ୍କର ନାମ ମଧ୍ୟ ରହିଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *