ତେବେ ଦର୍ଶକ ବନ୍ଧୁ ଆପଣ ମାନେ ତ ଜାଣିଛନ୍ତି ଯେ ସୁର ସମ୍ରାଜ୍ଞି ଲତା ମଙ୍ଗେସକର ଆମକୁ ଛାଡ଼ି ସବୁଦିନ ପାଇଁ ଚାଲି ଯାଇଛନ୍ତି । ତେବେ ଲତା ମଙ୍ଗେସକର ଙ୍କ ଶେଷ ଜନ୍ମଦିନ ରେ ପ୍ରଧାନ ମନ୍ତ୍ରୀ ତାଙ୍କୁ ଫୋନ୍ କରିଥିଲେ । ଏମିତି କହିଥିଲେ ଶେଷ କଥା ।
ଏହା ପରେ କହିଲେ ଯେ ଆପଣଙ୍କ ଆଶୀର୍ବାଦ ଆମ ଉପରେ ସବୁବେଳେ ରହିଥାଉ ।ଆପଣଙ୍କୁ ପ୍ରଣାମ କରି ଶୁଭେଛା ଜଣାଇବା ପାଇଁ ମୁଁ ଆମେରିକା ଯିବା ପୂର୍ବରୁ ଆପଣଙ୍କୁ ଫୋନ୍ କରିଦେଲି । ଏହାପରେ ଲତା ମଙ୍ଗେସକର ସାମାନ୍ୟ ହସି ଦେଇ ତାଙ୍କୁ କହିଲେ ଯେ ,ତମର ଫୋନ୍ ଆସିବା ମୋ ପାଇଁ ଏକ ଗୋଟେ ଖୁସି ଅଟେ। ଆଉ ଏହାପରେ ଲତା ତାଙ୍କୁ ପଚାରିଲେ ଯେ , ଆପଣ ଆମେରିକା ଗଲେ କେବେ ଫେରିବେ ?
ଏହାର ଉତ୍ତର ରେ ନରେନ୍ଦ୍ର ମୋଦୀ କହିଥିଲେ କି ,28 ବିଳମ୍ବିତ ରାତ୍ରୀ କିମ୍ବା 29 ସକାଳ ଦିନ । ଏହାପରେ ଲତା କହିଥିଲେ କି ଜନ୍ମ ଦିନ ତ ଘରେ ପାଳନ ହେବ କିନ୍ତୁ ଆପଣଙ୍କର ଯଦି ଆଶୀର୍ବାଦ ଟିକେ ମିଳିଯିବ ତାହେଲେ ଭଲ ହେବ । ଏହା ପରେ ନରେନ୍ଦ୍ର ମୋଦୀ କହିଲେ ଯେ ,ଆପଣ ତ ମୋ ଠାରୁ ବଡ ଆଉ ଆଶୀର୍ବାଦ ତ ମୁଁ ଆପଣଙ୍କୁ ମାଗୁଛି । ଏହାପରେ ଲତା ମଙ୍ଗେସକର କହିଲେ କୁ ,ବୟସ ରେ ତ ଅନେକ ଲୋକ ମାନେ ବଡ ହୋଇଥାନ୍ତି କିନ୍ତୁ ଆପଣ ତ ନିଜ କାମ ବଳରେ ମୋ ଠାରୁ ବଡ଼ ଅଟନ୍ତି ।
ଆଉ ଏହାପରେ ନରେନ୍ଦ୍ର ମୋଦି ତାଙ୍କୁ କହିଲେ ,ଦିଦି ଆପଣ ମୋ ଠାରୁ ବୟସ ରେ ବଡ ଏବଂ କାମ ରେ ବି ମୋ ଠାରୁ ବଡ ।ଆଉ ଆପଣ ଯେଉଁ ସିଦ୍ଧି ପାଇଛନ୍ତି ,ଏହା ତ ଆପଣଙ୍କ ସାଧନା ଏବଂ ତପସ୍ୟା ବଳରେ ବି ପାଇ ପାରିଛନ୍ତି । ଆଉ ଏହାପରେ ଲତା ମଙ୍ଗେସକର କହିଥିଲେ କି ,ଏହା ତ ମୋ ବାପା ମାଆ ଙ୍କ ଆଶୀର୍ବାଦ ଏବଂ ଶୁଣୁଥିବା ଲୋକ ମାନଙ୍କ ର ଆଶୀର୍ବାଦ ।
ଏହାପରେ ପ୍ରଧାନ ମନ୍ତ୍ରୀ କହିଥିଲେ ଯେ ,ଦିଦି ଆପଣଙ୍କର ଏହି ନମ୍ରତା ଆଗାମୀ ପିଢ଼ି ପାଇଁ ବହୁତ୍ ବଡ ଶିକ୍ଷା ଅଟେ । ଆପଣ ନିଜ ଜୀବନ ରେ ଏତେ ସବୁ ପ୍ରାପ୍ତ କରିବା ପରେ ମଧ୍ୟ ଆପଣ ନିଜର ମାତା ପିତା ଙ୍କ ଆଶୀର୍ବାଦ କୁ ସବୁବେଳ ପାଇଁ ପ୍ରାଥମିକତା ଦେଇଛନ୍ତି । ନରେନ୍ଦ୍ର ମୋଦୀ କହିଥିଲେ ଯେ , ଆପଣ ଙ୍କ ମାଆ ଗୁଜୁରାତି ଥିଲେ ଆଉ ମୁଁ ଆପଣଙ୍କ ପାଖକୁ ଯେବେ ବି ଆସିଛି ଆପଣ ସବୁବେଳେ କିଛି ନା କିଛି ଗୁଜୁରାତି ଖାଦ୍ୟ ଖାଇବାକୁ ଦେଇଛନ୍ତି ,ଆଉ ଏହା ମତେ ବହୁତ୍ ଖୁସି ଲାଗେ ।
ଏହା ପରେ ଲତା ମଙ୍ଗେସକର କହିଥିଲେ ଯେ ,ଆପଣଙ୍କ ଆସିବା ଦ୍ଵାରା ଭାରତ ର ଚିତ୍ର ବଦଳୁଛି ଆଉ ଏହା ଦ୍ଵାରା ମତେ ବହୁତ୍ ଖୁସି ମିଳୁଛି। ଏହା ଶୁଣି ପ୍ରଧାନ ମନ୍ତ୍ରୀ କହିଥିଲେ ଯେ ,ଦିଦି ଆପଣଙ୍କ ଆଶୀର୍ବାଦ ସବୁବେଳେ ମୋ ଉପରେ ଏମିତି ରହିଥାଉ ଏବଂ ପୁରା ଦେଶ ଉପରେ ଆପଣଙ୍କ ଆଶୀର୍ବାଦ ଏମିତି ରହିଥାଉ ।ଆଉ ଶେଷ ରେ ପୁଣି ଥରେ ଲତା ଙ୍କୁ ଜନ୍ମଦିନ ର ଶୁଭେଛା ଜଣାଇ ଥିଲେ ।