ବନ୍ଧୁଗଣ କଣ ଆପଣ ଏହା ଜାଣିଛନ୍ତି ଯେ ଆପଣ ଗରିବ ହେବାର କାରଣ ହେଉଛି ଆପଣଙ୍କ ଭିତରେ ଲୁଚି ରହିଥିବା ଏହି ଅଭ୍ୟାସ। ଆଉ ଏହି କାରଣରୁ ଆପଣଙ୍କ ନିକଟରେ ଧନ କେବେ ଲୁଚି ରହେ ନାହିଁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଅଭ୍ୟାସ ତଥା ସେହି ଭୁଲ ବିଷୟରେ ଯାହା ଜଣା ଅଜଣା ରେ ହୋଇଥାଏ ଆଉ ତାହା ଆପଣଙ୍କ ଗରୀବର କାରଣ ହୋଇଥାଏ ।
ଭଗବାନ୍ ଶ୍ରୀକୃଷ୍ଣ ଏହା କହିଛନ୍ତି ଯେଉଁ ବ୍ୟକ୍ତି ଭୋଜନ ଅଇଁଠା କୁ ଫୋପାଡିବାର ଅଭ୍ୟାସ ରଖିଥାଏ ତଥା ପଚି ଯାଇଥିବା ଖାଦ୍ୟ କୁ ଅଳିଆଗଦା କୁ ଫୋପାଡି ଦେଉଥାଏ ,ସେଠାରେ ଅନ୍ନ ର ଅପମାନ ହୋଇଥାଏ । ଆଉ ମାତା ଲକ୍ଷ୍ମୀ ସେହି ଘରୁ ଚାଲି ଯାଇଥାନ୍ତି । ଆଉ ଏଥିପାଇଁ ସେହି ବ୍ୟକ୍ତି ଙ୍କୁ ଗରିବ ର ସାମ୍ନା କରିବାକୁ ପଡ଼ିଥାଏ । ଏଥିପାଇଁ ଭୋଜନ କରିବା ସମୟ ରେ ଅଇଁଠା ଖାଦ୍ୟ କୁ ଛାଡ଼ିବା ଉଚିତ୍ ନୁହେଁ ।
ଦ୍ଵିତୀୟ ରେ ହେଉଛି ସୂର୍ଯ୍ୟ ଅସ୍ତ ହେବା ପରେ ଘରେ କେବେ ବି ଝାଡୁ ଲଗାଇବା ଉଚିତ୍ ନୁହେଁ ।ଏପରି କରିବା ଅଶୁଭ ହୋଇଥାଏ। ଏପରି କରିବା ଦ୍ବାରା ଆପଣ ନିଜର ଘରର ଖୁସି କୁ ସଫା କରୁଛନ୍ତି ।ଜୋତା କିମ୍ବା ଚପଲ ଘରେ ଏଣେତେଣେ ହୋଇ ପଡ଼ି ରହୁଥିଲେ ତାହା ଅଶୁଭ ହୋଇଥାଏ ,ସେଥିପାଇଁ ତାହାକୁ ସବୁବେଳେ ଠିକ୍ ସ୍ଥାନ ରେ ରଖନ୍ତୁ ।ତୃତୀୟ ରେ ହେଉଛି ଯେଉଁ ଘରେ କ୍ଷୀର ଉତୁରି ତଳେ ପଡିଥାଏ ,ସେହି ଘରେ ଖରାପ ସମୟ ଆସିଥାଏ। ଯଦି ପ୍ରତିଦିନ ଏପରି ହୁଏ ତାହେଲେ ଘରେ ଅନେକ ପ୍ରକାରର ଅସୁବିଧା ଦେଖା ଦେଇଥାଏ ।
ଚତୁର୍ଥ ରେ ହେଉଛି ଯେଉଁ ମାନେ ପ୍ରତିଦିନ ତୁଳସୀ ଗଛ ରେ ପାଣି ଢ଼ାଳନ୍ତି ,ସେମାନେ ଏହା ଧ୍ୟାନ ରଖିବେ ଯେ ରବିବାର ଦିନ ତୁଳସୀ ଗଛରେ ପାଣି ଢ଼ାଳିବେ ନାହିଁ । ଆଉ ତୁଳସୀ ଗଛ ର ଚତୁର୍ପାର୍ଶ୍ଵ ରେ ସଫା ସୁତରା ରଖିବେ। ପଞ୍ଚମ ରେ ହେଉଛି ଆପଣ ଦେଖିଥିବେ କିଛି ଲୋକ ମାନେ ବିନା ବ୍ରସ୍ କରି ଚା’ ପି ଥାନ୍ତି କିମ୍ବା କିଛି ଖାଇଥାନ୍ତି କିନ୍ତୁ ଆମ ଶାସ୍ତ୍ର ଅନୁସାରେ ଏ ସବୁ କୁ ଅନୁଚିତ୍ ବୋଲି କୁହା ଯାଇଛି । ଏପରି କରିବା ଦ୍ବାରା ଆପଣଙ୍କ ଘରେ ନକରାତ୍ମକ ଶକ୍ତି ର ପ୍ରଭାବ ପଡିଥାଏ ଏବଂ ଏହା ସହିତ ମଧ୍ୟ ଆପଣଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ ।
ଷଷ୍ଠ ରେ ହେଉଛି ଆପଣ ମାନେ ଦେଖିଥିବେ ଯେ କିଛି ଲୋକ ମାନେ ଗାଧୋଇବା ପରେ ଗାଧୁଆ ଘରକୁ ଅସନା କରି ଦେଇଥାନ୍ତି କିନ୍ତୁ ଏପରି କରିବା ଦ୍ବାରା ଚନ୍ଦ୍ରମା ଙ୍କ ସ୍ଥିତି ଖରାପ ହୋଇଥାଏ । ଆଉ ଏହି କାରଣ ରୁ ମଧ୍ୟ ଆମକୁ ଆର୍ଥିକ କ୍ଷତି ର ସାମ୍ନା କରିବାକୁ ପଡ଼ିଥାଏ ।ସପ୍ତମ ରେ ହେଉଛି କିଛି ମହିଳା ମାନେ ନିଜର ଅଳସୁଆ ଗୁଣ କାରଣ ରୁ ଅଇଁଠା ବାସନ କୁ ସଫା କରନ୍ତି ନାହିଁ ,କିନ୍ତୁ ଯଦି ଏପରି ସଫା ନ କରି ରଖା ଯାଇଥାଏ ତାହେଲେ ଘରେ ଶନି ଦେବ ଙ୍କ କୋପ ପଡିଥାଏ । ସେଥିପାଇଁ ଅଇଁଠା ବାସନ କୁ ସଫା କରି ରଖିବା ଉଚିତ୍ ।
ଅଷ୍ଟମ ରେ ହେଉଛି ଘର ସହିତ ନିଜର ଶେଯ କୁ ସଫା ରଖିବା ଉଚିତ୍ ,ଆଉ ଯଦି ଘର ର ଶେଯ ଅସନା ହୋଇ ପଡ଼ି ରହିଛି ତାହେଲେ ଘରେ ଦାରିଦ୍ର୍ୟତା ବଢ଼ିଥାଏ ।ନବମ ରେ ହେଉଛି ଘର ବାରଣ୍ଡା ରେ କିମ୍ବା ଘର ପାଖରେ ପାନ ଗୁଟୁଖା ଛେପ ପକାଉଛନ୍ତି ତାହେଲେ ଏହା ଦ୍ଵାରା ଘରେ ଦାରିଦ୍ର୍ୟତା ଆସିଥାଏ । ଯଦି ଆପଣ ଏପରି କରୁଛନ୍ତି ତାହେଲେ ଏହି ଅଭ୍ୟାସ କୁ ବଦଳାଇ ଦିଅନ୍ତୁ । ତେବେ ଏହି ସବୁ କାମ କରିବାରୁ ଦୂରେଇ ରୁହନ୍ତୁ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।