ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ରଚନା ବାନାର୍ଜୀ ଙ୍କୁ ବେଶ୍ ଭଲ ଭାବରେ ଜାଣି ଥିବେ । ତେବେ ଜଣାଇ ରଖୁଛୁ ଯେ ,ରଚନା ବାନାର୍ଜୀ ହେଉଛନ୍ତି ଓଡ଼ିଆ ସିନେମା ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ । ସେ ଅନେକ ଗୁଡ଼ିଏ ଓଡ଼ିଆ ସିନେମା ରେ ଅଭିନୟ କରିଛନ୍ତି ।ତେବେ ଦର୍ଶକ ବନ୍ଧୁ ଓଲିଉଡ ସିନେମା ଜଗତ ର ସେହି ଲୋକପ୍ରିୟ ଅଭିନେତ୍ରୀ ଙ୍କ ଭାଇଙ୍କ ବାହାଘର ଗତକାଲି ହୋଇଯାଇଛି ।
ଆଉ ସେହି ବାହାଘର ରେ ବଙ୍ଗଳା ସିନେମା ଜଗତ ର ଅନେକ ଲୋକପ୍ରିୟ ଅଭିନେତା ଏବଂ ଅଭିନେତ୍ରୀ ମାନେ ଯୋଗ ଦେଇଥିଲେ ।ଆଉ ସେହି ବାହାଘର ରେ ରଚନା ବାନାର୍ଜୀ ଓଡ଼ିଆ ସିନେମା ଜଗତର ଅନେକ ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କୁ ନିମନ୍ତ୍ରଣ ଦେଇଥିଲେ । ଆଉ ମଧ୍ୟ ଓଡ଼ିଆ ସିନେମା ଜଗତର ଅନେକ ଅଭିନେତା ତଥା ଅଭିନେତ୍ରୀ ମାନେ ରଚନା ବାନାର୍ଜୀ ଙ୍କ ଭାଇ ଙ୍କ ବାହାଘର ରେ ଯୋଗ ଦେଇଥିଲେ ।
ତେବେ ରଚନା ବାନାର୍ଜୀ ଏହା କହିଛନ୍ତି ଯେ ,ସେ ଭୁବନେଶ୍ୱର ର ମେ ଫେୟାର ରେ ଏକ ଭୋଜି ଦେବାକୁ ଯାଉଛନ୍ତି। ଆଉ ସିଦ୍ଧାନ୍ତ ମଧ୍ୟ ତାଙ୍କ ପରିବାର ସହିତ ଯୋଗ ଦେବେ ବୋଲି ଆଶା କରାଯାଉଛି ।ଆଉ ଏହି ବାହାଘର ଭୋଜି ରେ ଓଡ଼ିଆ ସିନେମା ଜଗତର ଅନେକ ଅଭିନେତା ତଥା ଅଭିନେତ୍ରୀ ମାନେ ଯୋଗ ଦେବାର ସୂଚନା ମିଳିଛି ।
ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ନବେ ଦଶକ ରେ ରଚନା ବାନାର୍ଜୀ ଓଡ଼ିଆ ସିନେମା ଜଗତ ରେ କାମ କରୁଥିଲେ ।ଏମିତିକି ସେ 30 ରୁ ଅଧିକ ଓଡ଼ିଆ ସିନେମା ରେ ଅଭିନୟ କରିଛନ୍ତି । ତେବେ ଅଭିନେତ୍ରୀ ରଚନା ବାନାର୍ଜୀ ଙ୍କ ଅଭିନୟ କୁ ଦେଖିବା ପାଇଁ ଦର୍ଶକ ମାନେ ବହୁ ମାତ୍ରା ରେ ପସନ୍ଦ କରୁଥିଲେ ।ତେବେ ନବେ ଦଶକ ରେ ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ ଙ୍କ ଯୋଡ଼ି କୁ ଦର୍ଶକ ମାନେ ବହୁ ମାତ୍ରା ରେ ପସନ୍ଦ କରୁଥିଲେ ।
କିନ୍ତୁ କୌଣସି କାରଣ ପାଇଁ ରଚନା ବାନାର୍ଜୀ ଓଡ଼ିଆ ସିନେମା ଜଗତ କୁ ଛାଡ଼ି ସବୁଦିନ ପାଇଁ ବଙ୍ଗଳା ସିନେମା ଜଗତକୁ ଚାଲି ଯାଇଥିଲେ ।ଏବେ ପାଖାପାଖି 20 ବର୍ଷ ପରେ ରଚନା ବାନାର୍ଜୀ ଓଡ଼ିଆ ସିନେମା ଜଗତ କୁ ଫେରି ଆସିଥିବାରୁ ସୂଚନା ମିଳିଛି । ତେବେ ଏହା ଜଣା ପଡ଼ିଛି ଯେ ରଚନା ବାନାର୍ଜୀ ଏବଂ ଅନୁଭବ ମିଶି ଏକ ନୂଆ ଓଡ଼ିଆ ସିନେମା କରୁଛନ୍ତି ଯାହାର ନାମ ହେଉଛି ରାବଣ । ତେବେ ଦର୍ଶକ ବନ୍ଧୁ ରଚନା ଙ୍କ ଅଭିନୟ ଆପଣ ମାନଙ୍କୁ କିପରି ଲାଗେ କମେଣ୍ଟ ମାଧ୍ୟମ ରେ ନିଶ୍ଚୟ ଜଣାନ୍ତୁ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।