ପୁଣି ଆଜି ବଦଳିଲା School ଖୋଲିବା ନିଷ୍ପତ୍ତି, ଘୁଞ୍ଚିଲା ସ୍କୁଲ ଖୋଲିବା ତାରିଖ, ଜାଣନ୍ତୁ କେବେ ଖୋଲିବ ଏବଂ କାହିଁକି ଘୁଞ୍ଚିଲା ।

 

ଦର୍ଶକ ବନ୍ଧୁ ପିଲା ମାନଙ୍କ ସ୍କୁଲ ଖୋଲିବାକୁ ନେଇ ସାମ୍ନା କୁ ଆସିଛି ଏକ ବଡ ଖବର । ତେବେ ଦର୍ଶକ ବନ୍ଧୁ ଆସନ୍ତା ୧୪ ତାରିଖ ରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାମାନଙ୍କର ସ୍କୁଲ ଖୋଲିବ ବୋଲି ଘୋଷଣା ହୋଇଥିଲା । କିନ୍ତୁ ବର୍ତ୍ତମାନ ସମୟ ରେ ଆସିଥିବା ସୂଚନା ରୁ ଏହା ସ୍ପଷ୍ଟ ହୋଇଛି ଯେ ,ପ୍ରଥମ ରୁ ସପ୍ତମ ଶ୍ରେଣୀ ପିଲା ମାନଙ୍କର ସ୍କୁଲ ୧୪ ତାରିଖ ରୁ ନୁହେଁ ୨୮ ତାରିଖରେ ଖୋଲିବ ।

 

ତେବେ ପୂର୍ବରୁ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ୧୪ ତାରିଖରୁ କେଜି ରୁ ଉପର ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ସ୍କୁଲ ଯାଇଥାନ୍ତେ । ଆଉ ଅଷ୍ଟମ ରୁ ଉପର ଶ୍ରେଣୀ ପିଲା ମାନଙ୍କର ସ୍କୁଲ ଏବେ ଜାରି ରହିଛି । ତେବେ ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ଆସନ୍ତା 28 ତାରିଖ ରୁ ସ୍କୁଲ ଖୋଲାଯିବ ବୋଲି ନିଷ୍ପତ୍ତି ନିଆ ଯାଇଛି ।

 

ସଫେଇ ପାଇଁ ଜିଲ୍ଲାପାଳ ମାଗିଛନ୍ତି ଅଧିକ ସମୟ । ତେବେ ସ୍କୁଲ ରେ ସ୍କୁଲରେ ପୋଲିଂ ଅଧିକାରୀ ରହୁଥିବାରୁ ୨୮ ରୁ ଖୋଲିବ ସ୍କୁଲ ।ପଞ୍ଚାୟତ ନିର୍ବାଚନ ସ୍କୁଲରେ ହେବ ସେଥିପାଇଁ ନିର୍ବାଚନ ବେଳେ ସ୍କୁଲ ଅଧିକ ସଂକ୍ରମିତ ହେବ ବୋଲି ଆଶଙ୍କା ରହିଛି । 

 

ତେବେ ସ୍କୁଲରେ ପୋଲିଂ ଅଧିକାରୀ, ପୋଲିସ ପ୍ରଶାସନ ଏବଂ ଭୋଟର ମାନେ ସମସ୍ତେ ସ୍କୁଲ ପାଖକୁ ଆସିବେ ଆଉ ସ୍କୁଲ୍ ପରିସରରେ ଯେହେତୁ ଭୋଟ ହେଉଛି ସେଥିପାଇଁ ଏହା ଏବେ ସ୍କୁଲ ଖୋଲିବା ଉଚିତ୍ ନୁହେଁ । ସେଥିପାଇଁ ସ୍କୁଲ ଖୋଲିବାର ତାରିଖ କୁ ଘୁଞ୍ଚାଇ ଦିଆଯାଇଛି ।ତେବେ କରୋନା ର ସମୟରେ ଛୋଟ ଛୋଟ ଶିଶୁ ମାନେ ସ୍କୁଲ ଆସିବେ ପୁଣି ନିର୍ବାଚନ ସମୟରେ ଏହା ବିପଦ ହୋଇପାରେ । 

 

ଏହାକୁ ଆଖି ରେ ରଖି ଏହା ନିଷ୍ପତ୍ତି ନିଆ ଯାଇଛି ଯେ , ସ୍କୁଲ ପରିସର ଭଲ ଭାବରେ ସାନିଟାଇଜ ହେଲା ପରେ ସ୍କୁଲ ଖୋଲିବ ଏବଂ ପିଲାମାନେ ସ୍କୁଲ ଯିବେ । କିନ୍ତୁ ଏହି ନୋଟିସ ରେ କେଜି ରୁ ପ୍ରଥମ ପର୍ଯ୍ୟନ୍ତ ପିଲାଙ୍କ କଥା କିଛି ଉଲ୍ଲେଖ ହୋଇନାହିଁ । ସେମାନେ ଚାହିଁଲେ ପ୍ଲେ ସ୍କୁଲ ଯାଇପାରିବେ । ତେବେ ବର୍ତ୍ତମାନ ର ନିଷ୍ପତି ଅନୁଯାୟୀ ,ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଆସନ୍ତା ୨୮ ତାରିଖରେ ସ୍କୁଲ ଖୋଲିବ । 

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

   

 

Leave a Reply

Your email address will not be published. Required fields are marked *