ପୁଣି ସୋସିଆଲ ମିଡ଼ିଆରେ ଛାଇଲେ ରାନୁ ମଣ୍ଡଳ । ସୁପରହିଟ୍ ଫିଲ୍ମ ‘ପୁଷ୍ପା’ର ଗୀତ ଶ୍ରୀବଲ୍ଲିରେ ନାଚିଲେ । ଥରେ ଦେଖନ୍ତୁ Video…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ସୋସିଆଲ ମିଡ଼ିଆରେ ଛାଇଲେ ରାନୁ ମଣ୍ଡଳ । ସୁପରହିଟ୍ ଫିଲ୍ମ ‘ପୁଷ୍ପା’ର ଗୀତ ଶ୍ରୀବଲ୍ଲିରେ ନାଚିଲେ । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆଜିକାଲି ସୋସିଆଲ୍ ମିଡିଆରେ ଯିଏ ଥରେ ଚର୍ଚ୍ଚିତ ହୋଇଗଲା ସିଏ ହେଇଗଲା ଏକ ଟ୍ରେଣ୍ଡ୍ । ସେଭଳି ମଧ୍ୟ ହୋଇଛି ରାନୁ ମଣ୍ଡଳଙ୍କ କ୍ଷେତ୍ରରେ । ଭାଇରାଲ ହେବା ନେଇ ତାଙ୍କ ନାମ ହିଁ ଯଥେଷ୍ଟ ହୋଇଯାଇଛି । ତାଙ୍କ ନାମକୁ ବ୍ୟବହାର କରି ଚାଲୁଛି ଭିଡିଓ । ନିଜକୁ ଚର୍ଚ୍ଚାର ପରିସରକୁ ଆଣିବା ନେଇ ଲୋକେ ରାନୁ ମଣ୍ଡଳଙ୍କ ନାମକୁ ବ୍ୟବହାର କରୁଥିବା ଦେଖାଯାଉଛି । ସୋସିଆଲ୍ ମିଡିଆର ଶକ୍ତି କେତେ ତାହା ଏବେ ସମସ୍ତଙ୍କୁ ଜଣା । ସୋସିଆଲ୍ ମିଡିଆ ଏମିତି ଏକ ପ୍ଲାଟ୍‌ଫର୍ମ ଯିଏ ଜଣକୁ ରାତାରାତି ଲୋକପ୍ରିୟତାର ସ୍ୱାଦ ଚଖେଇ ଦିଏ, ପୁଣି ତା ପାଖରେ ଏମିତି ମଧ୍ୟ ଶକ୍ତି ଅଛି ଯାହା କେଇ ମୂହୁର୍ତ୍ତରେ ଜଣଙ୍କର ଲୋକପ୍ରିୟତାକୁ ମାଟିରେ ବି ମିଶେଇ ପାରେ । 

 

ଏହାର ସବୁଠାରୁ ବଡ ଉଦାହରଣ ହେଲା ରାନୁ ମଣ୍ଡଳ । ଏହି ଗାୟିକାଙ୍କ ଲୁକ୍କାୟିତ ପ୍ରତିଭା ଯେତେବେଳେ ସାମ୍ନାକୁ ଆସିଲା ବଲିଉଡ୍‌ ସଂଗୀତ ନିର୍ଦ୍ଦେଶକ ହିମେଶ ରେଶମିୟା ତାଙ୍କୁ ନିଜ ସହ ଗାଇବାର ସୁଯୋଗ ଦେଲେ । କିନ୍ତୁ ପରବର୍ତ୍ତୀ ସମୟରେ ରାନୁ ମଣ୍ଡଳ ତାଙ୍କ ଲୋକପ୍ରିୟତାକୁ ରକ୍ଷା କରିପାରିଲେ ନାହିଁ । ଯେଉଁଠୁ ଆସିଥିଲେ ସେ ପୁଣି ସେଇଠିକୁ ଫେରିଗଲେ । କିନ୍ତୁ ଏବେ ବି ସେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହୁଛନ୍ତି । ସୋସିଆଲ ମିଡିଆରେ ତାଙ୍କର କିଛି ନା କିଛି ଭିଡିଓ ବା ଫଟୋ ପୋଷ୍ଟ ହେବା ଦେଖାଯାଏ । କିଛି ଦିନର ବ୍ୟବଧାନ ପରେ ବର୍ତ୍ତମାନ ପୁଣି ଥରେ ରାନୁ ମଣ୍ଡଳ ଇଣ୍ଟର୍‌ନେଟ୍‌ରେ ଚହଳ ପକେଇଛନ୍ତି ।

 

ବର୍ତମାନ ସମୟରେ ସାଉଥ୍‌ ସୁପଷ୍ଟାର୍‌ ଅଲ୍ଲୁ ଅର୍ଜୁନ ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ଫିଲ୍ମ ‘ପୁଷ୍ପା ଦ ରାଇଜ୍‌’ ବ୍ଲକବଷ୍ଟର ହିଟ୍‌ ହୋଇଥିବା ବେଳେ ବକ୍ସ ଅଫିସ୍‌ରେ ଭଲ କଲେକ୍ସନ କରିଛି । ଫିଲ୍ମଟି ଯେତେ ହିଟ୍‌ ରହିଛି ଗୀତଗୁଡ଼ିକ ତାଠାରୁ ମଧ୍ୟ ସେତିକି ହିଟ୍‌ । ତେବେ ଦର୍ଶକଙ୍କ ମୁଣ୍ଡରେ ଏବେ ଖାଲି ଗୋଟିଏ ଗୀତ ‘ଶ୍ରୀବଲି’ । ଏହି ଗୀତ ସୋସିଆଲ ମିଡିଆରେ ବେଶ୍‌ ଟ୍ରେଣ୍ଡ କରୁଛି । କିଛି ପ୍ରଶଂସକ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ‘ଶ୍ରୀବଲ୍ଲି’ ଗୀତରେ ରିଲ୍‌ କରୁଛନ୍ତି । ଏହି ଗୀତରେ ଅଲ୍ଲୁ ଅର୍ଜୁନଙ୍କ ଷ୍ଟେପ୍‌ ପ୍ରଶଂସକଙ୍କ ହୃଦୟ ବେଶ୍‌ ପସନ୍ଦ ଆସିଛି। 

 

ଯାହା ଏବେ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଚାରିଆଡେ ଟ୍ରେଣ୍ଡ ଚାଲିଛି । ତେବେ  ‘ତେରୀ ମେରୀ କାହାନୀ’ ଗୀତ ଗାଇ ଷ୍ଟାର ପାଲଟିଥିବା ରାନୁ ମଣ୍ଡଳ ନିକଟରେ କଚା ବାଦାମ୍‌ ଗାଇ ଖୁବ୍‌ ଟ୍ରୋଲ୍‌ ହୋଇଥିଲେ । ବର୍ତ୍ତମାନ ‘ଶ୍ରୀବଲି’ ଗୀତ ଗାଇ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଭିଡିଓରେ ରାନୁ ବହୁତ ମଜାଳିଆ ଷ୍ଟେପ୍‌ କରୁଛନ୍ତି । ରାନୁ ବ୍ଲୁ କଲରର ଟି ସାର୍ଟ ସହ ରେଡ୍‌ ଶାଢ଼ି ଏବଂ ହାତରେ ଏକ ବାଡ଼ି ଧରି ରାନୁ ଶ୍ରୀବଲ୍ଲି ଗୀତରେ ମଜାଳିଆ ଢଙ୍ଗରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ଏବେ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଭିଡିଓକୁ ଦେଖି ପ୍ରଶଂସକମାନେ ରାନୁଙ୍କୁ ଟ୍ରୋଲ କରିବା ଆରମ୍ଭ କରି ନେଇଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *