ଆସନ୍ତୁ ଦେଖିବା ହିରୋଇନ୍ ରଚନା ବାନାର୍ଜୀ ଙ୍କ ରିଅଲ ଲାଇଫ୍ ସ୍ଵାମୀ ଏବଂ ପୁଅ । ଯାହାଙ୍କ ବିଷୟରେ ଆପଣ ଆଗରୁ ଦେଖିନଥିବେ । 

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆସନ୍ତୁ ଦେଖିବା ହିରୋଇନ୍ ରଚନା ବାନାର୍ଜୀ ଙ୍କ ରିଅଲ ଲାଇଫ୍ ସ୍ଵାମୀ ଏବଂ ପୁଅ । ଯାହାଙ୍କ ବିଷୟରେ ଆପଣ ଆଗରୁ ଜାଣି ନଥିବେ ନିଶ୍ଚୟ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଗୋଟିଏ ସମୟ ଥିଲା ରଚନା ବାନାର୍ଜୀ ଥିଲେ ଓଡ଼ିଆ ଫିଲ୍ମ ଜଗତର ଅପ୍ରତିଦ୍ଵନ୍ଦୀ ନାୟିକା I ଯଦିଓ ସେ ଓଡ଼ିଆ ନଥିଲେ ତଥାପି ସବୁ ଓଡ଼ିଆ ଲୋକଙ୍କର ମନ ଛୁଇଁ ଯାଇଥିଲେ ତାଙ୍କ ଚମତ୍କାର ଅଭିନୟ ରେ I ଆଜି ବି ଓଡିଶା ବାସି ତାଙ୍କ ଅଭିନୟ କୁ ଭୁଲିପାରିନାହାନ୍ତି ଯଦିଓ ପାଖାପାଖି ୧୩ ବର୍ଷ ହେବ ସେ ଓଡ଼ିଆ ଫିଲ୍ମ ଦୁନିଆରୁ ଦୁରେଇ ଗଲେଣି I ତେବେ ଆଜି ବି ଲୋକେ ତାଙ୍କୁ ଖୋଜନ୍ତି ,କାହିଁକି ସେ ଓଡ଼ିଆ ସିନେମା ରୁ ଦୂରେଇଗଲେ ତାର କାରଣ ବି ଜାଣିବାକୁ ଚାଁହାନ୍ତି I ତେବେ ଆଜି ଚାଲନ୍ତୁ ଜାଣିବା ରଚନା ଙ୍କ ବିଷୟରେ କିଛି କଥା ଆଉ ତାଙ୍କ ପରିବାର ବିଷୟରେ ମଧ୍ୟ କିଛି କଥା । ୧୯୯୩ ମସିହାରେ ବଙ୍ଗଳା ସିନେ ଦୁନିଆରେ ଅଭିନୟ ଆରମ୍ଭ କରିଥିଲେ ଏହି କଲିକତା କୁଇନ୍ । 

 

୧୯୯୪ରେ ପ୍ରଥମଥର ଓଡିଶା ଫିଲ୍ମ ଜଗତରେ ଏଣ୍ଟ୍ରି କରିଥିଲେ ରଚନା I ରାଜୁ ମିଶ୍ର ଙ୍କ ନିର୍ଦେଶିତ ସାଗର ଗଙ୍ଗା ତାଙ୍କୁ ଆଣିଦେଇଥିଲା ସୁଖ୍ୟାତି I ପ୍ରଥମ ଫିଲ୍ମରେ ନିଜର ବରିଷ୍ଠ ଅଭିନୟର ଯାଦୁରେ ଓଡିଶାବାସୀଙ୍କ ମନ ଚୋରେଇ ନେଇଥିଲେ ଏହି ବେଙ୍ଗଲୀ ନାୟିକା I ସିର୍ଦ୍ଧାନ୍ତ ମହାପାତ୍ରଙ୍କ ସହିତ ରଚନାଙ୍କ ଯୋଡିକୁ ଦର୍ଶକ ଦେଇସାରିଥିଲେ ସ୍ୱୀକୃତି I ରିଲ ଯୋଡିରୁ ଦୁହେଁ ହେଇସାରିଥିଲେ ରିଅଲ ଯୋଡି I ଦୁହେଁ ଦୁହିଁଙ୍କୁ ବିବାହ କରିଥିଲେ ଓ ୨୦୦୪ରେ କଟକର ଏକ ଫାମିଲି କୋର୍ଟରେ ଦୁହେଁ ଦୁହିଁଙ୍କ ଠାରୁ ଡିଭର୍ସ ନେଇ ଦୁରେଇ ଯାଇଥିବାର ମଧ୍ୟ ଶୁଣିବାକୁ ମିଳେ । 

 

ତେବେ ବନ୍ଧୁଗଣ ସେ ଯାହା କିଛି ଭି ହେଉ ନା କାହିଁକି ଅନ୍ୟ ରାଜ୍ୟରୁ ଆସି ଓଡ଼ିଶାରେ ଏତେ ଲୋକପ୍ରିୟ ହେବାରେ ବୋଧହୁଏ ରଚନା ପ୍ରଥମ ଅଭିନେତ୍ରୀ I ୧୦ ବର୍ଷ ମଧ୍ୟରେ ପାଖାପାଖି ୩୨ଟି ସିନେମାରେ ତାଙ୍କ ଦମଦାର ବରିଷ୍ଠ ଅଭିନୟ ର ଛାପ ଛାଡ଼ିଯାଇଛନ୍ତି ରଚନା I ଦୁହିଁଙ୍କ ଡିଭୋର୍ସ ପରେ ୨୦୦୫ରେ ରଚନା ଶେଷଥର ପାଇଁ ଅଗ୍ନି ଫିଲ୍ମରେ ଅଭିନୟ କରିଥିଲେ ଏବଂ ନିଜ ରାଜ୍ୟକୁ ଫେରିଯାଇଥିଲେ । କୌଣସି ଓଡ଼ିଆ ଫିଲ୍ମ କରିନଥିଲେ I ଏହାପରେ ୨୦୦୭ ମସିହାରେ ଏହି ସୁନ୍ଦରୀ ନାୟିକା ରଚନା ପ୍ରବଲ ବାସୁଙ୍କୁ ବିବାହ କରିଥିଲେ  ଯିଏକି ଟାଟା କମ୍ପାନୀରେ ଡେପୁଟି ମ୍ୟାନେଜର ରୂପରେ କାର୍ଯ୍ୟରତ ଅଛନ୍ତି । ଏବଂ ଦୁହିଁଙ୍କର ଏକ ପୁଅ ମଧ୍ୟ ଅଛି I ଯାହାର ନାମ ହେଉଛି ପ୍ରୋନିଲ ବାସୁ । 

 

ଏହି ୪୭ ବର୍ଷୀୟ ବଙ୍ଗ ସୁନ୍ଦରୀ କେବଳ ଓଡିଶା କିମ୍ବା ବେଙ୍ଗଲ ନୁହେଁ ସାରା ଭାରତରେ ସେ ଛାଡିଥିଲେ ତାଙ୍କ ବରିଷ୍ଠ ଅଭିନୟର ଛାପ I ତେବେ ୧୩ ବର୍ଷର ବ୍ୟବଧାନ ପରେ ମଧ୍ୟ ଓଡିଶାକୁ ଭୁଲିପାରିନାହାନ୍ତି ରଚନା I ପ୍ରାୟତ ଯେ କୌଣସି ଜାଗାକୁ ଶୋ କରିବାକୁ ଯାଇଥାନ୍ତି ଓଡିଆ ଲୋକଙ୍କୁ ଖୋଜିଥାନ୍ତି ଏବଂ ଓଡିଶା କୁ ଧନ୍ୟବାଦ ଦେଇଥାନ୍ତି I ତେବେ ସୂଚନା ମୁତାବକ ନିକଟରେ ସେ ଅନୁଭବ ମହାନ୍ତିଙ୍କ ସହିତ “ଦାଦାଗିରି ହୃଦୟରୁ” ଓଡ଼ିଆ ଧାରାବାହିକ ମାଧ୍ୟମରେ ପୁଣିଥରେ ଓଡ଼ିଆ ସିନେମା ଜଗତକୁ ଫେରିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *