ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,୧୪ ପରିବର୍ତ୍ତେ ୨୮ ରୁ ପିଲା ମାନେ ଆସିବେ ସ୍କୁଲ କୁ । ଗଣଶିକ୍ଷାମନ୍ତ୍ରୀ ଙ୍କ ନୂତନ ନିଷ୍ପତି ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବର୍ତ୍ତମାନ ଦେଶରେ କୋଭିଡ ଭାଇରସ ର ଭାରିଏଣ୍ଟ ଓମିକ୍ରନ ଅଧିକ ମାତ୍ରାରେ ବ୍ୟାପିବାରେ ଲାଗିଛି । ଯାହା ପାଇଁ ଅନେକ ରାଜ୍ୟରେ ନାଇଟ କର୍ଫ୍ୟୁ ସହ ଲକ ଡାଇନ ମଧ୍ୟ ଘୋଷଣା ସରିଲାଣି କିନ୍ତୁ ଭାରତରେ ଦିନକୁ ଦିନ ବଢୁଥିବା ଓମିକ୍ରନର ସଂଖ୍ୟା କୁ ଦେଖି ଏହା ଉପରେ ରିସର୍ଚ କରି ଏକ ନୂଆ ମନ୍ତବ୍ୟ ଦେଇଛନ୍ତି ବିଦେଶୀ ବୈଜ୍ଞାନିମାନେ । ଏହି ଓମିକ୍ରନର ଲକ୍ଷଣ ଜଣା ପଡୁନଥିବାରୁ ଏହା ଲୋକଙ୍କ ଅଜାଣନ୍ତରେ ଅଧିକ ବ୍ୟାପିବାରେ ଲାଗିଛି ।
ଭାରତରେ ଅନେକ ରାଜ୍ୟରେ ଓମିକ୍ରନ ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି । ପୁଣି ଏହାକୁ ନେଇ ଯେଁଉ ରିପୋର୍ଟ ଆସିଛି ସେହି ରିପୋର୍ଟ ଅନୁସାରେ ଭାରତ ରେ ଆଗକୁ ଓମିକ୍ରନ ଅଧିକ ବଢିବାରେ ଅଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କରୋନା ଜୀବାଣୁ ସଂକ୍ରମଣ କମିଯିବା ପରେ କିମ୍ବା ଟିକା କରଣ ଉପଲବ୍ଧ ହେବା ପରେ ସ୍କୁଲ ଖୋଲାଯିବ ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି । ତେବେ ରାଜ୍ୟ ସରକାର ବର୍ତ୍ତମାନ ପିଲାମାନଙ୍କ ପାଇଁ ଟିକା କରଣ କୁ ଅପେକ୍ଷା କରିବା ପରେ ସରିଛି ପିଲା ମାନଙ୍କ ଟିକା କରଣ । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ପିଲାମାନ ଙ୍କୁ ବିଦ୍ୟାଳୟ କୁ ଡାକିବାକୁ ନିଷ୍ପତ୍ତି ନେଇ ନାହାଁନ୍ତି ।
ତେବେ ଏହାରି ମଧ୍ୟରେ ସବୁ କିଛି ଖୋଲିବା କୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । କାରଣ ମହାମାରୀ ର ପ୍ରକୋପ କମିବା ବେଳକୁ ଟିକା କରଣ ମଧ୍ୟ ହୋଇଛି । ତେଣୁ କ୍ଲାସ ଖୋଲିବା ନେଇ ଆଲୋଚନା ହେଉଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସରକାରୀ ନିଷ୍ପତ୍ତି ନିଆଯାଇନାହିଁ । କିନ୍ତୁ ଅଷ୍ଟମ ରୁ ଉପରକୁ କ୍ଲାସ ଖୋଲି ଯାଇଛି । ଅନେକ ରାଜ୍ୟରେ ଓମିକ୍ରନ୍ ମଧ୍ୟ କାୟା ମେଲାଇବାରେ ଲାଗିଛି । ଏଭଳି ପରିସ୍ଥିତିରେ ଓମିକ୍ରନ୍ ଓ ଆମ ଦେଶ ଭାରତକୁ ନେଇ ଏକ ଚିନ୍ତାଜନକ ଖବର ଆସିଛି । ଦେଶରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା । ଏମିତିକି ଦିଲ୍ଲୀ ସମେତ ଅନେକ ବଡ ବଡ ସହରରେ ଓମିକ୍ରନ ଚିନ୍ତା ବଢାଇବାକୁ ଲାଗିଲାଣି । ଗତ ବର୍ଷ ୨୦୨୦ ରେ ହୋଇଥିବା ସଂକ୍ରମଣ ପରି ସମଗ୍ର ଦେଶରେ କରୋନା ଭାଇରସ୍ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତେବେ ବର୍ତମାନ ସ୍ତର ରେ ଅଷ୍ଟମ ଶ୍ରେଣୀ ରୁ ଉର୍ଦ୍ଧ୍ବ ଶ୍ରେଣୀ ତଥା ସମସ୍ତ କଲେଜ ଆଦି ଖୋଲି ଦିଆ ଯାଇଛି ।
ଆସନ୍ତା ୧୪ ରୁ ପ୍ରଥମ ରୁ ସପ୍ତମ ଶ୍ରେଣୀ ଖୋଲିବା ନେଇ ନୋଟିସ ଜାରି କରିଥିଲେ । ଏ ନେଇ ଗଣଶିକ୍ଷା ତରଫରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ମଧ୍ୟ ସ୍କୁଲ ପରିସର କୁ ସଫା କରିବା ଏବଂ ଶ୍ରେଣୀକୁ ମଧ୍ୟ ସଫା କରିବା କଥା କୁହାଯାଇଥିଲା । ଯେହେତୁ ୨ ବର୍ଷ ହେଲାଣି କରୋନା ପାଇଁ ସ୍କୁଲ ଖୋଲାଯାଇନଥିଲା ଏଣୁ ସ୍କୁଲ କୁ ଭଲଭାବେ ସଫା କରିବାକୁ ନିର୍ଦେଶ ଦିଆଯାଇଥିଲା । ତେବେ ଏହି ନିଷ୍ପତ୍ତି ରେ ପରିବର୍ତ୍ତନ ହୋଇ ଆସନ୍ତା ୧୪ ତାରିଖ ରେ ସ୍କୁଲ ଖୋଲିବା କୁ ପରିବର୍ତନ କରା ଯାଇଛି । ତେବେ ୨୮ ରୁ ସ୍କୁଲ ଆସିବେ ପିଲା ମାନେ । ଫେବୃଆରୀ ୨୭ ପର୍ଯ୍ୟନ୍ତ ଅନଲାଇନ କ୍ଲାସ ହେବ ତେବେ ୨୮ ରୁ ଶ୍ରେଣୀ ଗୃହ ପାଠପଢ଼ାରେ ସେମାନେ ଯୋଗ ଦେବେ ତେବେ ୧୪ ତାରିଖ ରୁ ସ୍କୁଲ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ଆସିବେ ତେବେ ସ୍କୁଲ ଗଣଶିକ୍ଷା ବିଭାଗ ର ପ୍ରମୁଖ ସଚିବ ଏହି ସୂଚନା ଦେଇଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।