ଦର୍ଶକ ବନ୍ଧୁ ଦୀର୍ଘ ସାତ ବର୍ଷ ପରେ ଚଳିତ ବର୍ଷ ପୁଣି ଜଣେ ଓଡ଼ିଶା ଖେଳାଳି ଫଟାଫଟ ଫର୍ମାଟ ରେ ଆଇପିଏଲ ରେ ସୁଯୋଗ ପାଇଛନ୍ତି । ତେବେ ରଣଜୀ ଖେଳାଳି ଶୁଭ୍ରାଂଶୁ ସେନାପତି ଙ୍କୁ କିଣିଛି ଚେନ୍ନାଇ ସୁପର କିଙ୍ଗସ୍ । ତେବେ ଆଇପିଏଲ ରେ ଶୁଭ୍ରାଂଶୁ ସେନାପତି ସ୍ଥାନ ପାଇବା ପରେ ତାଙ୍କର ସାଥି ଖେଳାଳି ନାଚି ଉଠିଛନ୍ତି ।ଓଡ଼ିଶା ରଣଜୀ ଖେଳାଳି ଶୁଭ୍ରାଂଶୁ ସେନାପତି ଙ୍କୁ ଏଥର ଆଇପିଏଲ ନିଲାମୀ ରେ କିଣିଛି ଚେନ୍ନାଇ ସୁପର କିଙ୍ଗସ୍ ।
ତେବେ 20 ଲକ୍ଷ ଟଙ୍କା ରେ ନିଜ ଟିମ୍ ରେ ସାମିଲ କରିଛି ଧୋନି ଙ୍କ ଦଳ । ତେବେ ବେଷ୍ଟ ମୂଲ୍ୟ ରେ ନୀଲାମି ହୋଇଛନ୍ତି ଶୁଭ୍ରାଂଶୁ । ତେବେ ଚେନ୍ନାଇ ସୁପର କିଙ୍ଗସ୍ ତରଫ ରୁ ଏକ ଟ୍ୱିଟ ମଧ୍ୟ କରାଯାଇଛି ।ତେବେ ଗତ ବର୍ଷ ମଧ୍ୟ ଚେନ୍ନାଇ ଟିମ୍ ପାଇଁ ଟ୍ରାଏଲ୍ ଦେଇଥିଲେ ଶୁଭ୍ରାଂଶୁ ,ଆଉ ଧୋନି ମଧ୍ୟ ତାଙ୍କର ପ୍ରଶଂସା କରିଥିଲେ । ହେଲେ ଦଳ ରେ ସାମିଲ ହେବାର ସୁଯୋଗ ମିଳି ନଥିଲା । ହେଲେ ଏଥର ଭାଗ୍ୟ ତାଙ୍କର ସପକ୍ଷ ରେ ଯାଇଛି ।
ତେବେ ଆସନ୍ତୁ ନଜର ପକାଇବା ଶୁଭ୍ରାଂଶୁ ଙ୍କ କ୍ୟାରିଅର ଉପରେ :
ତେବେ ଶୁଭ୍ରାଂଶୁ ସେନାପତି 2016 – 17 ରେ ପ୍ରଥମ ଥର ପାଇଁ ରଣଜୀ ଟିମ୍ ରେ ସାମିଲ ହୋଇଥିଲେ। ତେବେ ତାଙ୍କର ଜଣେ ଭଲ ବ୍ୟାଟ୍ସମ୍ୟାନ୍ ଭାବରେ ତାଙ୍କର ବେଶ୍ ଖ୍ୟାତି ରହିଛି ।2017-18 ରଣଜୀ ସିଜିନ ରେ ସେ ବେଶ୍ ଭଲ ରନ କରିଥିଲେ। 6 ଟି ମ୍ୟାଚ୍ ରେ 427 ରନ କରି ସେ ଜାତୀୟ ସ୍ତର ରେ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ ।
ପୂର୍ବରୁ 2012 ରୁ 15 ଯାଏଁ ହାଇଦ୍ରାବାଦ ଦଳ ରେ ସାମିଲ ହୋଇଥିଲେ ଓଡ଼ିଆ ଖେଳାଳୀ ବିପ୍ଳବ ସାମନ୍ତରାୟ । ସେହିପରି ହଳଧର ଦାସ 2008 ରୁ 2010 ଯାଏଁ ଡେକାନ ଚାର୍ଜ ଓ 2011 ରେ କୋଲକାତା ଟିମ୍ ରେ ସାମିଲ ହୋଇଥିଲେ । ତେବେ ଏଥର ଆଇପିଏଲ ରେ ଓଡ଼ିଆ ଖେଳାଳି ଶୁଭ୍ରାଂଶୁ ସେନାପତି ସାମିଲ ହୋଇଥିବାରୁ ଏହା ଓଡ଼ିଶା ଲୋକ ମାନଂକ ମନ ରେ ଖୁସି ଆଣି ଦେଇଛି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।