ବନ୍ଧୁଗଣ ଆଜି କାଲି କରଜ କରିବା ସାଧାରଣ କଥା ହେଇ ଗଲାଣି । କେହି କେହି ନିଜର ପରିବାର ଚଳାଇବା ପାଇଁ କରଜ କରି ଥାଆନ୍ତି , ତ ଆଉ କେହି କେହି ନିଜର ଘର ପାଇଁ ଜିନିଷ କିଣିବା ପାଇଁ କରଜ କରି ଥାଆନ୍ତି । ଆଉ କେହି କେହି ନିଜର ବ୍ୟବସାୟ ବୃଦ୍ଧି କରିବା ପାଇଁ କରଜ କରି ଥାଆନ୍ତି । ଏହି କରଜ କେହି କେହି ବହୁତ୍ ସହଜ ରେ ଶୁଝି ଦିଅନ୍ତି । ଆଉ କେହି କେହି ଶୁଝି ପାରନ୍ତି ନାହିଁ ।
ଯାହା ଦ୍ୱାରା ସେମାନଙ୍କୁ କୋର୍ଟ କଚେରୀ ର ସାମ୍ନା କରିବାକୁ ପଡ଼େ । ତ କାହା ଘରେ କଳହ ଲାଗି ରହେ ।ଆଉ କେହି ନିଜର ମାନସିକ ଚିନ୍ତା ରେ ଜୀବନ ହରେଇବାକୁ ମଧ୍ୟ ପଛାନ୍ତି ନାହିଁ । ଶାସ୍ତ୍ର ରେ ଲେଖା ଅଛି କି ଯଦି କେହି କରଜ କରି ଥାଆନ୍ତି , ଆଉ ସେହି କରଜ କୁ ସେ ସୁଝି ପାରି ନଥାନ୍ତି ,ତାହେଲେ ସେ ସେହି କରଜ କୁ ଶୁଝିବା ପାଇଁ ପୁଣି ଥରେ ମଣିଷ ଜନ୍ମ ନେଇଥାଏ । ଆଉ କୌଣସି ନା କୌଣସି ମାଧ୍ୟମ ରେ ସେହି କରଜ କୁ ସୁଝି ଥାଏ । ତେବେ କରଜ କରିଥିଲେ, ଯଥା ଶୀଘ୍ର ଶୁଝିବା ବହୁତ୍ ଭଲ । ଆସନ୍ତୁ ଜାଣିବା କରଜ ଶୁଝିବା ର ଉପାୟ ।
ତେବେ ବନ୍ଧୁଗଣ କୌଣସି ମଙ୍ଗଳବାର ଦିନ ଏକ ଚୂଳ ଥିବା ନଡ଼ିଆ ସଂଗ୍ରହ କରନ୍ତୁ ଆଉ ଧ୍ୟାନ ରଖିବେ ସେଥିରେ ଯେମିତି ପାଣି ଥିବ।ଆଉ ପୂଜା ସାମଗ୍ରୀ ଦୋକାନ ରୁ ଚମେଲି ତେଲ ବା ଜସ୍ମିନ ତେଲ ସଂଗ୍ରହ କରନ୍ତୁ ।ଆଉ ଗୋଟେ ସିନ୍ଦୂର , ସିନ୍ଦୂର କୁ ସେହି ତେଲ ଦ୍ୱାରା ଭଲ ଭାବରେ ଗୋଳାଇ ଦିଅନ୍ତୁ । ସେହି ସିନ୍ଦୂର ରେ ନଡ଼ିଆ ଉପରେ ସ୍ଵସ୍ତିକ ଚିହ୍ନ ଟି କରନ୍ତୁ ।
ଆଉ ଧ୍ୟାନ ଦେବେ ଯେ ,ନଡ଼ିଆ ରେ ସ୍ଵସ୍ତିକ ଆଙ୍କିବା ବେଳେ ପ୍ରଥମେ ଚାରୋଟି ବିନ୍ଦୁ ଦିଅନ୍ତୁ । ଏହା ପରେ ତଳୁ ଉପରକୁ ଗାର ଟି ପକାନ୍ତୁ ।ଆଉ ଗୋଟେ ଗାର ବାମ ରୁ ଡାହାଣ କୁ ଟାଣି ଦିଅନ୍ତୁ। ଏହା ପରେ ଏହାକୁ କୌଣସି ଏକ ମହାବୀର ମନ୍ଦିର କୁ ନେଇ ଚାଲି ଯାଆନ୍ତୁ। ଏହାକୁ ନେଇ ମହାବୀର ଙ୍କ ବିଶେଷ କରି ଡାହାଣ ପାଦ ତଳେ ସମର୍ପଣ କରନ୍ତୁ । ଏହା ପରେ କୌଣସି ହଳଦିଆ ରଙ୍ଗ ର ଭୋଗ ଲଗାନ୍ତୁ । ତେବେ ଭୋଗ ରେ ଲଡ଼ୁ ଭୋଗ କିମ୍ବା କଦଳୀ ଭୋଗ ଦେଇପାରିବେ।
ଏହା ସହିତ ମଧ୍ୟ ହଳଦୀ ରଙ୍ଗର ଫୁଲ ମଧ୍ୟ ଅର୍ପଣ କରନ୍ତୁ,ଆଉ ସେହି ସମୟରେ ଭଗବାନ୍ ଙ୍କୁ ପାର୍ଥନା କରନ୍ତୁ । ଭଗବାନ୍ ଙ୍କୁ ଏପରି ପାର୍ଥନା କରି କହିବେ ଯେ ,ପ୍ରଭୁ ମୋର ସବୁ ଧାର କରଜ ଶୁଝିବାର କୌଣସି ବାଟ ଦେଖାନ୍ତୁ । ତେବେ ବନ୍ଧୁଗଣ ଏହି ଉପାୟ ଟି କୁ ଲଗାତାର ୯ ଟି ମଙ୍ଗଳ ବାର କରିବେ ,ଆଉ ଦେଖିବେ ମହାବୀର ଆପଣଙ୍କୁ ଏହି ସଙ୍କଟ ରୁ ଉଦ୍ଧାର କରିବାକୁ କୌଣସି ନା କୌଣସି ମାର୍ଗ ନିଶ୍ଚୟ ଦେଖାଇବେ ।
ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ଏହି ଭଳି ରୋଚକ ପୋଷ୍ଟ,ଭକ୍ତି ତଥ୍ୟ ଖବର ସଦା ସର୍ବଦା ନେଇ ଆସିଥାଉ। ବନ୍ଧୁଗଣ ଆଶା କରୁଛୁ ଆପଣଙ୍କୁ ଏହି ଲେଖା ଟି ପସନ୍ଦ ଆସିଥିବ ତେବେ ଏହାକୁ ଲାଇକ ଏବଂ ସେୟାର୍ କରନ୍ତୁ।ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ।ଧନ୍ୟବାଦ ।