କେତେ ସମ୍ପତ୍ତି ର ମାଲିକ ହେଉଛନ୍ତି ନବୀନ ପଟ୍ଟନାୟକ : କେଉଁଠି କେଉଁଠି ସବୁ ରହିଛି ଫାର୍ମ ହାଉସ – ଜାଣନ୍ତୁ ।

 

 

ମୁଖ୍ୟମନ୍ତ୍ରୀ ଜନ ପ୍ରତିନିଧି ତଥା ସରକାରୀ କର୍ମଚାରୀ ଙ୍କୁ ନିବେଦନ କରିଥିଲେ ଯେ, ସମସ୍ତେ ନିଜ ନିଜର ସମ୍ପତ୍ତି ର ବିବରଣୀ ପ୍ରଦାନ କରନ୍ତୁ ଏବଂ ସାଧାରଣ ଜୀବନ ରେ ସ୍ବଚ୍ଛତା ବଜାୟ ରଖନ୍ତୁ ।ଏହା ପରେ ସେ ଗତ ଆର୍ଥିକ ବର୍ଷ ନିଜ ସମ୍ପତ୍ତି ର ସବିଶେଷ ତଥ୍ୟ ଦେଇଛନ୍ତି । ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସମ୍ପତ୍ତି ବିଷୟରେ ଗତ ବର୍ଷ ଜାନୁଆରୀ ମାସ ରେ ଖୁଲାଶା କରିଥିଲେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣି ନେବା ମୁଖ୍ୟମନ୍ତ୍ରୀ କେତେ ସମ୍ପତ୍ତି ର ମାଲିକ ।

 

 

 2020 ମସିହା ଡିସେମ୍ବର 28 ତାରିଖ ରେ 12 ଟି ପ୍ରସ୍ତାବ ପାରିତ ହୋଇଥିଲା ,ଯେଉଁଥିରେ କି ସମ୍ପତ୍ତି ତାଲିକା ମଧ୍ୟ ରହିଥିଲା ।ସରପଞ୍ଚ ଠୁ ମୁଖ୍ୟମନ୍ତ୍ରୀ ତଥା କିରାଣୀ ଠୁ ସଚିବ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜ ନିଜର ସମ୍ପତ୍ତି ତାଲିକା ଦେବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା । ଆଉ ଏହାକୁ ପାଳନ କରି ନିଜେ ମୁଖ୍ୟମନ୍ତ୍ରୀ ଏବଂ ଆଉ କିଛି ମନ୍ତ୍ରୀ ମାନେ ନିଜ ନିଜର ସମ୍ପତ୍ତି ତାଲିକା ଘୋଷଣା କରିଥିଲେ ।

 

 ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମ୍ପତ୍ତି ର ବିବରଣୀ ରୁ ଜଣା ପଡ଼ିଛି ଯେ ସେହିଭଳି ନୂଆ ଦିଲ୍ଲୀ ର SBI ଶାଖା ରେ ନବୀନ ପଟ୍ଟନାୟକ ଙ୍କ ର 1.3 କୋଟି ଟଙ୍କା ଜମା ରହିଛି ।ଏହା ସହିତ ଭୁବନେଶ୍ୱର SBI ଶାଖା ରେ 10.56 ଲକ୍ଷ ଟଙ୍କା ଜମା ରହିଛି । ଆଉ ମଧ୍ୟ ନୂଆ ଦିଲ୍ଲୀ ଜନ ପଥ SBI ରେ ଦୁଇଟି ଆକାଉଣ୍ଟ ରହିଛି । ତେବେ ସେହି ସେଭିଂ ଆକାଉଣ୍ଟ ରେ 16.76 ଲକ୍ଷ ଟଙ୍କା ଏବଂ ଅନ୍ୟ ଟି ରେ 1.03 କୋଟି ଟଙ୍କା Fd କରା ଯାଇଛି । ଆଉ ମଧ୍ୟ ରାଜ୍ୟ ର ବିଭିନ୍ନ ସ୍ଥାନ ରେ ନବୀନ ପଟ୍ଟନାୟକ ଙ୍କ ର 4 ଟି SBI ଆକାଉଣ୍ଟ ରହିଛି । ତେବେ ଭୁବନେଶ୍ୱର ରେ 10.56 ଲକ୍ଷ ଟଙ୍କା ଜମା ରହିଛି । 

 

ସେହିଭଳି ହରିୟାଣା ର ଫରିଦାବାଦ୍ ସ୍ଥିତ ଟିକ୍ରି ଖେଡା ଗ୍ରାମ ରେ ନବୀନ ପଟ୍ଟନାୟକ ଙ୍କ ର 22.7 ଏକର ଫାର୍ମ ରହିଛି । ତେବେ 2017 ବର୍ଷ ର ମୂଲ୍ୟାୟନ ଅନୁସାରେ ତାହାର ଦାମ୍ 10 କୋଟି 75 ଲକ୍ଷ 51 ହଜାର 51 ଟଙ୍କା ହେବ । ତେବେ ଫରିଦାବାଦ୍ ଜମି ବିକ୍ରି ପାଇଁ ଅଗ୍ରୀମ 1.25 କୋଟି ଟଙ୍କା ଆଣିଛନ୍ତି ନବୀନ । ଅନ୍ୟ ପଟେ ଦିଲ୍ଲୀ ସ୍ଥିତ ପୈତୃକ ବାସ ଭବନ ରେ ନବୀନ ପଟ୍ଟନାୟକ ଅଧା ଅଂଶୀଦାର ଅଛନ୍ତି । ତେବେ ସେହି ସମ୍ପତ୍ତି ର ମୂଲ୍ୟ 43 କୋଟି ରୁ ଅଧିକ ରହିଛି । 

 

ଏହା ସହ ନବୀନ ନିବାସ 2017 ମୂଲ୍ୟାୟନ ଅନୁସାରେ 9.52 କୋଟି ଟଙ୍କା ହେବ ,ଆଉ ସେଥିରେ ନବୀନ ଙ୍କ ର ଦୁଇ ତୃତୀୟାଂଶ ସେୟାର ମଧ୍ୟ ରହିଛି ।ତେବେ ଦର୍ଶକ ବନ୍ଧୁ ଜଣାଇ ରଖୁଛୁ ଯେ, ବିଜୁ ଜନତା ଦଳର ମୁଖିଆ ତଥା ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ମୋଟ ସମ୍ପତ୍ତି ହେଉଛି 68.98 କୋଟି ଟଙ୍କା । ଏଥିରେ ତାଙ୍କର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ସାମିଲ ରହିଛି । ତେବେ ଦର୍ଶକ ବନ୍ଧୁ ସମ୍ପତ୍ତି ତାଲିକା ଅନୁସାରେ ଏହା ଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ର ହିସାବ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *