ଆସନ୍ତୁ ଜାଣିବା ପଞ୍ଚାୟତ ନିର୍ବାଚନ ରେ ପ୍ରାର୍ଥୀ ମାନେ ମାସିକ ବେତନ ପୂର୍ବରୁ କେତେ ଟଙ୍କା ପାଇଥିଲେ ବର୍ତ୍ତମାନ କେତେ ଟଙ୍କା ପାଇବେ ।

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆସନ୍ତୁ ଜାଣିବା ପଞ୍ଚାୟତ ନିର୍ବାଚନ ରେ ପ୍ରାର୍ଥୀ ମାନେ ମାସିକ ବେତନ ପୂର୍ବରୁ କେତେ ଟଙ୍କା ପାଇଥିଲେ ବର୍ତ୍ତମାନ କେତେ ଟଙ୍କା ପାଇବେ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ରାଜ୍ୟ ରେ ପଞ୍ଚାୟତ ନିର୍ବାଚନ ର ଚାହିଦା ଅଧିକ ଚାଲିଛି । ପଞ୍ଚାୟତ ନିର୍ବାଚନ ର ନାମାଙ୍କନ ପତ୍ର ମଧ୍ୟ ଦାଖଲ କରି ସାରିଛନ୍ତି । ଅନେକ ବ୍ୟକ୍ତି ଏଥିରେ ଠିଆ ହୋଇଛନ୍ତି ।  ଯେଉଁ ବ୍ୟକ୍ତି ମାନେ ପଞ୍ଚାୟତ ନିର୍ବାଚନ ଭାଗ ନେଉଛନ୍ତି ସେମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଜିତୁଛନ୍ତି । ସେମାନଙ୍କ ମାସିକ ଦରମା କେତେ ଜାଣିଛନ୍ତି କି । ମନ ରେ ପ୍ରଶ୍ନ ଆସୁଥିବ ଯେଉଁମାନେ ଜିଲ୍ଲା ପରିଷଦ ଜିତିଛନ୍ତି  ସେମାନଙ୍କ ଦରମା କେତେ । 

 

ଯେଉଁମାନେ ସମିତି ସଭ୍ୟ , ସରପଞ୍ଚ, ୱାର୍ଡ ମେମ୍ବର, ବ୍ଲକ୍ ଚେୟାର ମେନ୍ ମାନଙ୍କ ମାସିକ ଦରମା କେତେ ।  ତେବେ ୨୦୧୭ ମସିହା ରେ ଯେଉଁ ଦରମା ଥିଲା ତାହାର ୨୫ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଯେଉଁମାନେ ୨୦୨୨ ମସିହା ଯେଉଁ ମାନେ ବିଜୟ ଲାଭ କରିବେ ସେମାନେ କେତେ ଟଙ୍କା ଦରମା ପାଇବେ । ପ୍ରଥମେ ଜିଲ୍ଲା ପରିଷଦ ବିଷୟ ରେ ଜାଣିବା । ଯେଉଁ ଜିଲ୍ଲା ପରିଷଦ ୨୦୨୨ ମସିହା ରେ ଜିତିବେ ସେ ମାସିକ ବେତନ ୩ ହଜାର ୫ ସହ ୩୦ ଟଙ୍କା ପାଇବେ । 

 

ପୂର୍ବରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ମାନେ ୨୦୧୭ ମସିହା ରେ ୨ ହଜାର ୮ ଶହ ୨୦ ପାଉଥିଲେ । ଜିଲ୍ଲା ପରିଷଦ ସଭାପତି ୨୦୧୭ ମସିହା ରେ ୭ ହଜାର ୫୦୦ ଟଙ୍କା ପାଉଥିଲେ । ମାତ୍ର ବର୍ତ୍ତମାନ ୨୫ ପ୍ରତିଶତ ବୃଦ୍ଧି ପରେ ୨୦୨୨ ମସିହା ରେ ୯ ହଜାର ୩୮୦ ଟଙ୍କା ପାଇବେ । ଜିଲ୍ଲା ପରିଷଦ ଉପ ସଭପତି ମାସିକ ୭ ହଜାର ୪୦ ଟଙ୍କା ପାଇବେ । ୨୦୧୭ ମସିହା ରେ ସେମାନେ ମାସିକ ବେତନ ୫ ହଜାର ୬୩୦ ଟଙ୍କା ପାଉଥିଲେ । ସେହିପରି ସମିତି ସଭ୍ୟ ୨୦୨୨ ମସିହା ରେ ୨ ହଜାର ୩୫୦ ଟଙ୍କା ପାଇବେ । 

 

ମାତ୍ର ୨୦୧୭ ମସିହା ରେ ୧ ହଜାର ୮୮୦ ଟଙ୍କା ମାସିକ ବେତନ ପାଉଥିଲେ । ବ୍ଲକ୍ ସଭାପତି ୨୦୨୨ ମସିହା ରେ ୩ ହଜାର ୫୩୦ ଟଙ୍କା ପାଇବେ । ପୂର୍ବରୁ ୨ ହଜାର ୮୨୦ ଟଙ୍କା ପାଉଥିଲେ । ୨୦୨୨ ରେ ବିଜେତା ସରପଞ୍ଚ  ୨ ହଜାର ୩୫୦ ଟଙ୍କା ପାଇବେ ।  ପୂର୍ବରୁ ୧ ହଜାର ୮୮୦ ଟଙ୍କା ପାଉଥିଲେ । ନାଏବ ସରପଞ୍ଚ ୨୦୧୭ ରେ ୭୫୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୯୪୦ ଟଙ୍କା ମାସିକ ବେତନ ପାଇ ପାରିବେ । ୱାର୍ଡ ମେମ୍ବର ମାନଙ୍କ କୌଣସି ଦରମା ନାହି । ପଞ୍ଚାୟତ ରେ ମିଟିଂ ହୁଏ । ମିଟିଂ ରେ ୩୦୦ ଟଙ୍କା ମିଳିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *