ୟୁକ୍ରେନ ରେ ଏମିତି ଅବସ୍ଥାରେ ଅଛନ୍ତି ଓଡିଶା ଲୋକ ଦେଖ ଏହି କରୁଣ Video….

 

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ୟୁକ୍ରେନ ଓ ଋଷିଆ ମଧ୍ୟରେ ଲଢେ଼ଇ ଚାଲିଛି ,ଆଉ ଆପଣ ମାନେ ତ ଏ ବିଷୟରେ ବେଶ୍ ଭଲ ଭାବରେ ଅବଗତ ଥିବେ । ତେବେ ଦର୍ଶକ ବନ୍ଧୁ ୟୁକ୍ରେନ ରେ ଥିବା ଓଡ଼ିଶା ର ପିଲା ମାନଙ୍କ ନିକଟ ରୁ ଏବେ ଏବେ ଏକ ଭିଡିଓ ସାମ୍ନା କୁ ଆସିଛି । ତେବେ ଓଡ଼ିଶା ର 3 ଜଣ ପିଲା ଏକ ଭିଡିଓ ମାଧ୍ୟମ ରେ କିଛି କଥା କହି ଜଣାଇ ଛନ୍ତି ,ତେବେ ସେହି 3 ଜଣ ପିଲା ଙ୍କ ମଧ୍ୟରେ ଦୁଇ ଜଣ ପୁଅ ଏବଂ ଜଣେ ଝିଅ ରହିଛନ୍ତି। ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସାମ୍ନା କୁ ଆସିଥିବା ଭିଡିଓ ଟି ରେ ସେହି 3 ଜଣ ଓଡ଼ିଶା ସରକାର ଙ୍କୁ କେଉଁ କଥା କହିଛନ୍ତି ,ଆସନ୍ତୁ ଜାଣି ନେବା ।

 

ତେବେ ଝିଅ ଟି ପ୍ରଥମେ ନିଜର ପରିଚୟ ପ୍ରଦାନ କରି କହିଛି ଯେ , ହାଲୋ ସାର୍ ମୋର ନାମ ପ୍ରଜ୍ଞା ଲିପ୍ସା ପାତ୍ର ,ମୋ ଘର ଓଡିଶା ର ଜୟପୁର ରେ । ତାଙ୍କ ପରେ ଆଉ ଜଣେ ପୁଅ ନିଜର ପରିଚୟ ପ୍ରଦାନ କରି କହିଛନ୍ତି ଯେ ମୁଁ ଅଭିଷେକ ରଞ୍ଜନ ସ୍ବାଇଁ ଏବଂ ମୋ ଘର ସମ୍ବଲପୁର । ଏହାପରେ ଆଉ ଜଣେ ପୁଅ କହିଛନ୍ତି ଯେ ମୁଁ ହେଉଛି ମନିସ ମୌସମ ନାୟକ ଏବଂ ମୋ ଘର ହେଉଛି ଓଡ଼ିଶା ର ଭୁବନେଶ୍ୱର ରେ। 

 

ସେହି ତିନି ଜଣ ପ୍ରଥମେ ନିଜ ନିଜର ପରିଚୟ ପ୍ରଦାନ କରିବା ପରେ ସେହି ଝିଅ ଟି କହିଛନ୍ତି ଯେ , ସାର୍ ଆମେ ସର୍ପେନା ମେଟ୍ରୋ ରେ ରହିଛୁ ,ଆଉ ଏବେ ଆମେ ଏକ ଫ୍ଲାଟ୍ ରେ ଅଛୁ, ଆଉ ଆମେ ବର୍ତ୍ତମାନ ବହୁତ୍ ସୁରକ୍ଷିତ ଅଛୁ । ଏହାପରେ ସେହି ଝିଅ ଟି ଆମର ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଇ ଛନ୍ତି । ଏହାପରେ ସେ କହିଛନ୍ତି ଯେ ନବୀନ ପଟ୍ଟନାୟକ ଆମକୁ ବହୁତ୍ ସାହାଯ୍ୟ କରୁଛନ୍ତି । 

 

ଏମିତିକି ଆମକୁ ଖାଇବା ପିଇବା ସୁବିଧା ସୁଯୋଗ ଦେଉଛନ୍ତି ,ଆଉ ଏହା ପରେ ଅନ୍ୟ ଏକ ପୁଅ କହିଛନ୍ତି ଯେ ସ୍ଵାଧୀନ ସାର୍ ମଧ୍ୟ ଆମକୁ ବହୁତ୍ ସାହାଯ୍ୟ କରୁଛନ୍ତି । ଏହାପରେ ଅନ୍ୟ ଏକ ପୁଅ କହିଛନ୍ତି ଯେ ଗ୍ଲୋବାଲ ଫୋକସ କନ୍ସିଷ୍ଟେନ୍ସି ଗ୍ରୁପ୍ ଆମକୁ ଏଠାରୁ ଶୀଘ୍ର ଫେରାଇ ନେବା ପାଇଁ ଚେଷ୍ଟା କରୁଛନ୍ତି । ଆଉ ଆମେ ମାନେ ମଧ୍ୟ ତାଙ୍କର ସବୁ ଅର୍ଡର କୁ ପାଳନ କରୁଛୁ । ଆଉ ଶେଷ ରେ ସେମାନେ କହିଛନ୍ତି ଯେ ଆମେ ଆଶା କରୁଛୁ ଯଥା ଶୀଘ୍ର ଆମକୁ ଏଠାରୁ ଓଡ଼ିଶା କୁ ନେବାକୁ ଚେଷ୍ଟା କରନ୍ତୁ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *