ଆସିଲା ବଡ ଖବର : ଆଇପିଏଲ ରେ ଫୁଣି ଖେଳିବେ ମିଷ୍ଟର ଆଇପିଏଲ ସୁରେଶ ରାଇନା – ଆସନ୍ତୁ ଜାଣିବା କେଉଁ ଦଳ ପାଇଁ ।

 

ଦର୍ଶକ ବନ୍ଧୁ ଆଇପିଏଲ 2022 କୁ ନେଇ ଏବେ ଏବେ ସାମ୍ନା କୁ ଆସିଛି ଏକ ବଡ ଖବର । ଆଇପିଏଲ 2022 ରେ ଖେଳି ପାରନ୍ତି ମିଷ୍ଟର୍ ଆଇପିଏଲ ସୁରେଶ ରାଇନା । ତେବେ ବର୍ତ୍ତମାନ ସମୟ ରେ ନୂଆ ଜର୍ସି ରେ ରାଇନା ଙ୍କ ଫଟୋ ହେଉଛି ଭାଇରାଲ । ତେବେ ଆପଣ ମାନେ ତ ଏହା ବେଶ୍ ଭଲ ଭାବରେ ଜାଣିଛନ୍ତି ଯେ ଗତ କିଛି ଦିନ ପୂର୍ବରୁ ରେ ହୋଇଥିବା ଅକ୍ସନ୍ ରେ କିଣା ହୋଇ ନଥିଲେ ସୁରେଶ ରାଇନା । 

 

ତେବେ ମିଳୁଥିବା ସୂଚନା ଅନୁଯାୟୀ ଆଇପିଏଲ 2022 ରେ ନଜର ଆସି ପାରନ୍ତି ମୀଷ୍ଟର ଆଇପିଏଲ । ଭାରତୀୟ କ୍ରିକେଟ୍ ର ଧୂଆଁ ଦାର୍ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ଏଥର ଆଇପିଏଲ ରେ ଖେଳୁଥିବା ନଜର ଆସି ପାରନ୍ତି । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୁରେଶ ରାଇନା ଙ୍କ ଏକ ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗୁଛି , ଯେଉଁଥିରେ କି ସେ ଏକ ନୂଆ ଦଳ ର ଜର୍ସି ପିନ୍ଧି ଥିବାର ନଜର ଆସିଛନ୍ତି ।

 

ସୂଚନା ଅନୁସାରେ ଆଇପିଏଲ 2022 ର ନିଲାମି ରେ ବାଦ୍ ପଡ଼ିଥିଲେ ସୁରେଶ ରାଇନା । ତେବେ ସେ ପୂର୍ବ ରୁ ଖେଳୁଥିବା ଦଳ ଚେନ୍ନାଇ ଟିମ୍ ତାଙ୍କୁ ଅକ୍ସନ ରେ କିଣି ନଥିଲା । ଯାହା ଫଳରେ ସୁରେଶ ରାଇନା ଏହି ଆଇପିଏଲ ରେ କିଣା ନ ହୋଇ ରହି ଯାଇଛନ୍ତି । ତେବେ ରାଇନା ଙ୍କ ବେଷ୍ଟ ପ୍ରାଇସ୍ 2 କୋଟି ଥିବା ବେଳେ ତାଙ୍କୁ କୌଣସି ଦଳ କିଣି ନଥିଲା । 

 

ତେବେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ରେ ସୁରେଶ ରାଇନା ଗୁଜୁରାଟ ଟିମ୍ ର ଜର୍ସି ପିନ୍ଧି ଥିବାର ନଜର ଆସିଛନ୍ତି। ନିକଟରେ ଇଂଲଣ୍ଡ ର ବ୍ୟାଟ୍ସମ୍ୟାନ୍ ଜସନ୍ ରୟ ଏହି ଆଇପିଏଲ ରୁ ନିଜ ନାମ କୁ ଫେରାଇ ନେଇଛନ୍ତି । ଯାହା ଫଳରେ ରାଇନା ତାଙ୍କ ସ୍ଥାନ ରେ ଖେଳି ପାରନ୍ତି ବୋଲି ବହୁତ୍ ଚର୍ଚ୍ଚା ହେଉଛି ।

 

କିନ୍ତୁ ଏ ଯାଏଁ ଗୁଜୁରାଟ ଟିମ୍ ତଥା ସୁରେଶ ରାଇନା ଙ୍କ ତରଫ ରୁ କୌଣସି ଉତ୍ତର ମିଳି ନାହିଁ । ଆପଣ ମାନେ ତ ଜାଣିଛନ୍ତି ଆଇପିଏଲ ଇତିହାସ ରେ ସବୁଠୁ ସଫଳ ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ସୁରେଶ ରାଇନା । ସୂଚନା ଅନୁସାରେ ସେ 205 ଟି ମ୍ୟାଚ୍ ଖେଳି 5528 ରନ୍ ସଂଗ୍ରହ କରିଛନ୍ତି । ତେବେ ଏଥିରେ ଗୋଟିଏ ଶତକ ଏବଂ 39 ଟି ଅର୍ଦ୍ଧ ଶତକ ସାମିଲ ରହିଛି । ତେବେ ଆଇପିଏଲ ର ପ୍ରଥମ ସିଯିନ ରୁ ଖେଳି ଆସିଛନ୍ତି ସୁରେଶ ରାଇନା । ପାରିବାରିକ ସମସ୍ୟା ନେଇ 2020 ରେ ହୋଇଥିବା ଆଇପିଏଲ ରେ ଖେଳି ନଥିଲେ ରାଇନା ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *