OTV ର ସାମ୍ବାଦିକ ଅରିନ୍ଦମ ଙ୍କ ଘରୁ ହେଲା ସୁନା ଗହଣା ଚୋରି । ଆସନ୍ତୁ ଦେଖିବା ସେହି ଚୋରି Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଦିବଂଗତ ସାମ୍ବାଦିକ ଅରିନ୍ଦମଙ୍କ ଘରୁ ଲୁଟ୍‌ । ଗ୍ରୀଲ୍‌ ତାଡି ନେଇଗଲେ ସୁନା-ଗହଣା । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ସେପ୍ଟେମ୍ବର ୨୪ କଥା ଆଜି ମଧ୍ୟ ସମସ୍ତ ଓଡ଼ିଶାବାସୀ ଙ୍କ ମନରେ ତାଜା ହୋଇ ମନେ ଅଛି । ମୁଣ୍ଡଳିରେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ଟିମ ଓ ତାଙ୍କ ସହ ଯାଇଥିବା ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ଵିୟୋଗ ଘଟଣାକୁ ବର୍ତମାନ ସୁଦ୍ଧା ୫ ମାସରୁ ଅଧିକ ଦିନ ପୂରିଯାଇଛି । ଅରିନ୍ଦମଙ୍କ ଅକାଳ ବିୟୋଗକୁ ନେଇ ସାରା ଓଡ଼ିଶା ସ୍ତବ୍ଧ ହୋଇଯାଇଥିଲା । ସୂଚନା ଥାଉ କି ସେପ୍ଟେମ୍ବର ୨୪ ଦିନ ଭୋର ପ୍ରାୟ ୪ଟାରୁ ମୁଣ୍ଡଳି ବ୍ୟାରେଜର ମଝିଆ ମଝି ସ୍ଥାନରେ ଫସି ରହିଥିବା ଏକ ହାତୀକୁ କୂଳ ଆଡକୁ ଘଉଡ଼ାଇବା ଉଦ୍ଦେଶ୍ୟରେ ଦିନ ପ୍ରାୟ ଗୋଟାଏ ବେଳେ ଏକ ପାୱାର ବୋଟରେ ନଈ ଭିତରକୁ ଓହ୍ଲାଇଥିଲେ ଓଡ୍ରାଫ ଟିମର ୫ ଜଣ ସଦସ୍ୟ ।

 

ତାଙ୍କ ସହିତ ଯାଇଥିଲେ ଓଟିଭିର ସାମ୍ବାଦିକ ଅରିନ୍ଦମ ଦାସ ଓ ଭିଡିଓ ଜର୍ଣ୍ଣାଲିଷ୍ଟ ପ୍ରଭାତ ସିହ୍ନା । ମହାନଦୀର ଅକାତ ପାଣି ଭିତରେ ହାତୀ ପାଖକୁ ପହଞ୍ଚିବାବେଳକୁ ହିଁ ଘଟିଥିଲା ଅଘଟଣ । ପ୍ରଖର ସ୍ରୋତରେ ଭାସିଯାଇ ଓଲଟି ପଡ଼ିଥିଲା ପାୱାର ବୋଟ୍‌ । ବ୍ୟାରେଜ ପୋଲ ଉପରୁ ରଶି ଓ ରୋପ୍‌ ଲାଡର୍‌ ଲଗାଇ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀ ହୁଲି ଡଙ୍ଗାରେ ଯାଇ ସେମାନଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ହୋଇପଡ଼ିଥିବା ସାମ୍ବାଦିକ ଅରିନ୍ଦମ ଦାସ, ପ୍ରଭାତ ସିହ୍ନା, ଓଡ୍ରାଫ୍‌ର ଆନନ୍ଦ ପାଲ, ହରିଶ ନାୟକ, ନିବାରଣ ଦଲେଇଙ୍କୁ ପରେ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା ।

 

ହେଲେ ଦୁର୍ଭାଗ୍ୟ ବଶତଃ ସେଠାରେ ଅରିନ୍ଦମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅରିନ୍ଦମ ପରି ସାହାସୀ ଯୁବ ସାମ୍ବାଦିକଙ୍କୁ ହରାଇ ସାରା ଓଡ଼ିଶା ସ୍ତବ୍ଧ ହୋଇ ଯାଇଥିଲା । ସବୁ ବର୍ଗର ଲୋକ ମ-ର୍ମା-ହ-ତ । କାରଣ ବର୍ଷା, ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିପୋର୍ଟିଂ ପାଇଁ, ସାଙ୍ଗେ ସାଙ୍ଗେ ଅରିନ୍ଦମଙ୍କ ଚେହେରା ଆଖି ସାମନାକୁ ଆସିଯାଏ । କେବଳ ସାମ୍ବାଦିକ ଜଗତ ନୁହେଁ, ସାଧାରଣ ଲୋକ ମଧ୍ୟ ତାଙ୍କର ସରଳ ଅମାୟିକ ବ୍ୟବହାର, ହସମିଜାଜ ଚେହେରାକୁ ଏବେ ସମସ୍ତେ ଏବେ ବି ଝୁରି ହେଉଛନ୍ତି । ତେବେ ବନ୍ଧୁଗଣ ସେଇ ଅରିନ୍ଦମଙ୍କ ଅକାଳ ମୃତ୍ୟୁକୁ ଆଜି ପର୍ଯ୍ୟନ୍ତ କେହି ସହଜେ ଗ୍ରହଣ କରି ପାରୁ ନଥିବା ବେଳେ ବର୍ତମାନ ସମୟରେ ଯାହା ଗୋଟିଏ ବଡ଼ ଖବର ସାମ୍ନାକୁ ଆସିଛି ତାହା ହେଲା ଦିବଂଗତ ସାମ୍ବାଦିକ ଅରିନ୍ଦମଙ୍କ ଘରୁ ଲୁଟ୍‌ ।

 

ଗ୍ରୀଲ୍‌ ତାଡ଼ି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ରାଇକଳା ଗାଁର ଦିବଂଗତ ସାମ୍ବାଦିକଙ୍କ ପୈତୃକ ଘରୁ ଲୁଟ୍‌ ହୋଇଛି । ଏନେଇ ଅରିନ୍ଦମଙ୍କ କକା ତୁରୁମୁଙ୍ଗା ଥାନାରେ ଏତଲା ଦେଇଛନ୍ତି । ସୂଚନା ଅନୁସାରେ, ଦିବଂଗତ ସାମ୍ବାଦିକ ଅରିନ୍ଦମଙ୍କ କକା ଓ ଖୁଡି ଶୋଇଥିବା ବେଳେ ଘର ଝରକାର ଗ୍ରୀଲ ତାଡି ଲୁଟ୍‌ କରିଛନ୍ତି । ଦୁର୍ବୁତ୍ତ ମାନେ ଆଲମୀରା ତାଡି ସୁନା ଚେନ୍, ମୁଦି, ହାର କାନଫୁଲ ସହ ବାହୁଟି ଲୁଟି ନେଇଛନ୍ତି । ଏନେଇ ଅରିନ୍ଦମ୍ ଙ୍କ କକା ଧରଣୀ ଧର ଦାସ ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ତୁରୁମୁଙ୍ଗା ଆରକ୍ଷୀ ଅଧିକାରୀ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *