ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏକ ବଡ ଚିନ୍ତା ର ବିଷୟ ଉପୁଜିଛି । ୟୁକ୍ରେନ ଓ ଋଷ ଯୁଦ୍ଧ ର ପ୍ରଭାବ ଓଡ଼ିଶା ରେ ପଡ଼ିଲାଣି। ରୁଷ ଓ ୟୁକ୍ରେନ ର ଜୁଧ୍ୟ ପାଇଁ ଭୟଙ୍କର ବଢ଼ିଲା ଖାଇବା ତେଲ ଦର । ତେବେ ସପ୍ତାହକ ମଧ୍ୟରେ ସରିଯିବ ଗଚ୍ଛିତ ତେଲ ,ଆଉ ଆମଦାନୀ ନହେଲେ ସ୍ଥିତି ସଙ୍ଗୀନ ହେବ।
ତେବେ ଦର୍ଶକ ବନ୍ଧୁ ଜାଣି ରଖନ୍ତୁ ଯେ ,ଓଡ଼ିଶା କୁ ପ୍ରତିଦିନ ଦେଢ଼ ହଜାର ରୁ 2 ହଜାର ଟନ୍ ଆମଦାନୀ ହୁଏ ,ସେହିପରି ବାର୍ଷିକ 6 ଲକ୍ଷ ଟନ ଓଡ଼ିଶା କୁ ଆସିଥାଏ ।ତେବେ ବର୍ତ୍ତମାନ ଦୁଇ ଦେଶ ର ଯୁଦ୍ଧ ପାଇଁ ଆମଦାନୀ ରେ ବ୍ୟାଘାତ ସୃଷ୍ଟି ହୋଇଛି । ଭାରତ ରେ ବାର୍ଷିକ 1.90 କୋଟି ଟନ୍ ର ଆବଶ୍ୟକତା ରହିଛି । ସେଥିରୁ 1.30 ଲକ୍ଷ ଟନ ହିସାବ ରେ 70 ପ୍ରତିଶତ ଆମଦାନୀ ହୁଏ ।
ସେଠାରେ 50 ପ୍ରତିଶତ ପାମୋଲିନ ଆଉ 20 ପ୍ରତିଶତ ସନ୍ ଫ୍ଲାୱାର ଆସିଥାଏ । ତେବେ 23 ଲକ୍ଷ ଟନ୍ ସନ୍ ଫ୍ଲାୱାର୍ ଓ 24 ଲକ୍ଷ ଟନ୍ ପାମାଲିନ କେବଳ ୟୁକ୍ରେନ ରୁ ଆସିଥାଏ ।ସରକାର କିଛି ବ୍ୟବସ୍ଥା ନ କଲେ ଆସନ୍ତା ସପ୍ତାହକ ମଧ୍ୟରେ 50 ଟଙ୍କା ବଢିବ ତେଲ । ତେବେ ଏ ନେଇ ସୂଚନା ଦେଇଛନ୍ତି ଓଡ଼ିଶା ବ୍ୟବସାୟ ସଂଘ ର ମହାସଚିବ ସୁଧାକର ପଣ୍ଡା ।
ତେବେ ସୁଧାକର ପଣ୍ଡା କହିଛନ୍ତି କି , ଆମେ ସନ୍ ଫ୍ଲାୱର ତେଲ ଯେତିକି ବ୍ୟବହାର କରୁଛେ ତାହାର ପ୍ରାୟ 80 ପ୍ରତିଶତ ୟୁକ୍ରେନ ରୁ ଆମଦାନୀ ହେଉଥିଲା ।ଯେହେତୁ ବର୍ତ୍ତମାନ ୟୁକ୍ରେନ ଓ ଋଷ ମଧ୍ୟରେ ଲଢେ଼ଇ ଚାଲିଛି ,ସେଥିପାଇଁ ବର୍ତ୍ତମାନ ଆମଦାନୀ ରେ ବାଧା ପ୍ରାପ୍ତ ହେଉଛି । ଏଥିପାଇଁ ମାଲ୍ ଆସି ପାରୁ ନାହିଁ । ସେଥିପାଇଁ ଯେଉଁ ଜିନିଷ ର ଦର ଯୁଦ୍ଧ ହେବା ପୂର୍ବରୁ 130 ଟଙ୍କା ଥିଲା ତାହା ଏବେ 160 ଟଙ୍କା ପାଖାପାଖି ପହଞ୍ଚିଲାଣି । ଲିଟର ପିଛା ପ୍ରାୟ 30 ଟଙ୍କା ଅଧିକ ହୋଇଗଲାଣି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।