ଶେଷଥର ପାଇଁ ଏକା ସଙ୍ଗେ ପରଦା ରେ ଦେଖିବାକୁ ମିଳିବେ ଦିବଂଗତ କଳାକାର ମିହିର ଦାସ ଓ ସଲିଳ

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଶେଷଥର ପାଇଁ ଏକା ସଙ୍ଗେ ପରଦା ରେ ଦେଖିବାକୁ ମିଳିବେ ଦିବଂଗତ କଳାକାର ମିହିର ଦାସ ଓ ସଲିଳ ମିତ୍ର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଶହେ ରୁ ଶତକଡା ଲୋକ ଓଡ଼ିଆ ଫିଲ୍ମ ଦେଖିବା କୁ ପସନ୍ଦ କରୁଛନ୍ତି । କିନ୍ତୁ ଯାତ୍ରା ଏପରି ଏକ ପ୍ଲାଟଫର୍ମ ସେଠାରେ କଳାକାର ମାନେ ଦର୍ଶକ ଙ୍କ ସାମ୍ନା ରେ ହିଁ ନିଜ ଅଭିନୟ ର ଚମତ୍କାର ଲାଇଭ ଦେଖେଇ ଥାନ୍ତି । ଆମେ ସମସ୍ତେ ସିରିଏଲ୍ ଓ ଫିଲ୍ମ ଦେଖିବା ପାଇଁ ବହୁତ୍ ଭଲ ପାଉ । ହେଲେ କିଛି କିଛି ଜଣ ଓଡ଼ିଆ ଫିଲ୍ମ ହେଉ ତ ଆଉ କିଛି କିଛି ଜଣ ଓଡ଼ିଆ ଫିଲ୍ମ ଦେଖିବା ପାଇଁ ଭଲ ପାଆନ୍ତି । ଆହୁରି ମଧ୍ୟ ଅନ୍ୟ କିଛି କିଛି ଲୋକ ଆଉ ଅଲଗା କିଛି ଦେଖିବାକୁ ପସନ୍ଦ କରନ୍ତି । ସେହି ଭଳି ଭାବରେ ଓଡ଼ିଆ ଫିଲ୍ମ ଓ ସିରିଆଲ୍ ର ଚାହିଦା ଏବେ ମଧ୍ୟ ବହୁତ୍ ରହିଛି । ଖାଲି ଏତିକି ନୁହେଁ ଲୋକେ ମଧ୍ୟ ଫିଲ୍ମ ଗୁଡ଼ିକୁ ଯେତିକି ଭଲ ପାଇବା ଦେଉଛନ୍ତି ତାଠୁ ଭି ଅଧିକ ସେହି ଫିଲ୍ମ ରେ କାମ କରୁଥିବା ହିରୋ ଆଉ ହିରୋଇନ୍ ମାନଙ୍କୁ ଭଲ ପାଉଛନ୍ତି । 

 

ସମସ୍ତେ ମଧ୍ୟ ନଜର ରେ ରଖୁଛନ୍ତି କେତେବେଳେ କେଉଁ ହିରୋ ଅବା ହିରୋଇନ୍ କେମିତି ସଜ ହଉଛନ୍ତି କେମିତି ପୋଷାକ ପିନ୍ଧୁଛନ୍ତି । ଆହୁରି ମଧ୍ୟ ବେଳେ ବେଳେ କେମିତି ଚାଲିଛନ୍ତି କେମିତି ଅଭିନୟ କରୁଛନ୍ତି କେମିତି ଖାଉଛନ୍ତି କେମିତି ବସୁଛନ୍ତି ଏମିତି ବହୁତ୍ କିଛି ଭିଡିଓ ଆସିଥାଏ ।ତେବେ ପୁଣି ଥରେ ସିନେ ପରଦାରେ ନଜର ଆସିବେ ଉଭୟ କଳାକାର ଦିବଂଗତ ସଲିଲ ମିତ୍ର ଓ ମିହିର ଦାସ । ବହୁ ପ୍ରତୀକ୍ଷିତ ଓଡିଆ ଫିଲ୍ମ ‘ବିଶ୍ୱନାଥ’ ର ଟ୍ରେଲର ରିଲିଜ ହୋଇଛି । ରାଜଧାନୀ ଭୁବନେଶ୍ୱରସ୍ଥିତ ହିନ୍ଦୁସ୍ଥାନ ନାମକ ଏକ ତାରକା ହୋଟେଲରେ ଟ୍ରେଲର ଟି ର ଲୋକାର୍ପଣ କରାଯାଇଛି । ଗତ ୨୪ ତାରିଖରେ ଏହି କାର୍ଯ୍ୟାକ୍ରମଟି ଆୟୋଜନ ହୋଇଥିଲା । 

 

ବିଶେଷ ଭାବେ ଏକ ଜାକ ଯମକ ପରିବେଶ କରାଯାଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପ୍ରଯୋଜକ ଶଙ୍କର ଗୌଡ, ନିର୍ଦ୍ଦେଶକ ବବଲି କିରଣ, ଅଭିନେତା ରାଇମୋହନ ପରିଡା, ସମ୍ବିତ, ଅଭିନେତ୍ରୀ ସମ୍ଭାବନା ଓ କ୍ରିଏଟିଭ୍ ହେଡ୍ ପଣୟ ଜେଠୀଙ୍କ ସହ ଅନ୍ୟ କଳାକାର, ଟେକନିସିଆନ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ‘ବିଶ୍ୱନାଥ’ର ଟ୍ରେଲର ଦେଖି ଅତିଥି ଦର୍ଶକମାନେ ବେଶ ଉତ୍ସାହିତ ହୋଇଥିଲେ । ତେବେ ଏହି ଫିଲ୍ମ ଟି ଯଥାଶୀଘ୍ର ସମସ୍ତ ଦର୍ଶକ ମାନେ ଦେଖିପାରିବେ ବୋଲି ଜଣାଇଛନ୍ତି ନିର୍ମାତା । ତେବେ ରଙ୍ଗାରଙ୍ଗ ପରିବେଶ ଭିତରେ ‘ବିଶ୍ୱନାଥ’ର ଟ୍ରେଲର ରିଲିଜ ହୋଇଛି । 

 

ଏହି ଫିଲ୍ମ ରେ ଦୁଇ ଜଣ ଦିବଂଗତ କଳାକାରଙ୍କୁ ଦେଖିବାକୁ ମିଳିବ । ଶେଷ ଥର ପାଇଁ ଫିଲ୍ମ ପରଦାରେ ସ୍ୱର୍ଗତ ମିହିର ଦାସ ଓ ସ୍ୱର୍ଗତ ସଲିଲ ମିତ୍ର ଏକତ୍ର ନଜର ଆସିବେ । ଦୁଇ ଷ୍ଟାର କଳାକାରଙ୍କ ବ୍ୟତୀତ ରାଇମୋହନ, ପୃଥ୍ୱୀରାଜ, ଚୌଧୂରୀ ବିକାଶ ଦାସ, ପ୍ରତିଭଆ ପଣ୍ଡା, ମନୀଷା ମିଶ୍ର, ନୂପୁର ଘୋଷ, ପିଣ୍ଟୁ ନନ୍ଦ, ଭବନୀ, ବିଶ୍ୱ, ପବନ ମଧ୍ୟ ସ୍କ୍ରୀନ ସେୟାର କରିବେ । ସେହିପରି ଆଇଟମ ସଙ୍ଗରେ ଅଭିନେତ୍ରୀ ଅନନ୍ୟାଙ୍କ ଜଲୱା ଦେଖିବାକୁ ମିଳିବ । ମୁଖ୍ୟ ଭୂମିକାରେ ଅଭିନେତା ସମ୍ବିତ ଓ ତାଙ୍କ ବିପକ୍ଷରେ ସମ୍ଭାବନା ଅଛନ୍ତି । ଏଥିରେ ରଜନୀ ରଞ୍ଜନ ସଂଳାପ ରଚନା କରିଛନ୍ତି। ଖୁବଶୀଘ୍ର ଫିଲ୍ମ ମୁକ୍ତିଲାଭ କରିବ ବୋଲି ନିର୍ମାତା ଙ୍କ ପକ୍ଷ ରୁ ସୂଚନା ରହୁଚି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *