ରୁଷ ପାଖରେ ଥିବା ଏହି 5 ଟି ବିନାଶକାରୀ ଅସ୍ତ୍ର ପାଇଁ ସାରା ବିଶ୍ବ ଆଜି ଡରୁଛି – ଜାଣନ୍ତୁ ରୁଷ ଯଦି ଏହି ଅସ୍ତ୍ର ପ୍ରୟୋଗ କରି କଣ ହେବ ବିଶ୍ଵ ର….

 

ଦର୍ଶକ ବନ୍ଧୁ ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ବିପଜ୍ଜନକ ମୋଡ ନେଇଛି । ରୁଷ ର ଆ-କ୍ର-ମ-ଣ ୟୁକ୍ରେନ କୁ ଭାରି ପଡୁଛି । ତେବେ ୟୁକ୍ରେନ୍ କୁ ସହଯୋଗ କରୁଥିବା ପଶ୍ଚିମ ଦେଶ ସମୂହ ଋଷ କୁ ବିରୋଧ କରିବାକୁ ପଛ ଘୁଂଚା ଦେଉଛନ୍ତି । ଆମେରିକା ରାଷ୍ଟ୍ରପତି ବାଇଡେନ୍ ଋଷ ଉପରେ ଅନେକ ପ୍ରତିବନ୍ଧ ଲଗାଇବେ ବୋଲି ଘୋଷଣା କରିଛନ୍ତି ସତ କିନ୍ତୁ ସେ କହିଛନ୍ତି ଯେ ୟୁକ୍ରେନ କୁ ନିଜ ସେନା କୁ ପଠେଇବେ ନାହିଁ ।

 

ରୁଷ ର ରାଷ୍ଟ୍ରପତି ଏହା ଚେତାବନୀ ଦେଇଛନ୍ତି ଯେ ଯଦି କୌଣସି ଦେଶ ମଝିରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରନ୍ତି ତଥା ଆମ ଦେଶ ପାଇଁ ବିପଦ ସୃଷ୍ଟି କରନ୍ତି ,ତାହେଲେ ଋଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଆଉ ଏପରି ପରିଣାମ ଦେଖିବାକୁ ମିଳିବ ଯେ ଯାହାକି ଇତିହାସ ରେ ପୂର୍ବରୁ କେବେ ବି ଦେଖା ଯାଇ ନାହିଁ । ତେବେ ଋଷ ପାଖରେ ଏତେ ବିନାଶକାରୀ ଅସ୍ତ୍ର ରହିଛି ଯାହାକୁ କି ନାଟୋ ଏବଂ ଆମେରିକା ମଧ୍ୟ ଭୟ କରୁଛନ୍ତି । ତେବେ ଆସନ୍ତୁ ଜାଣିବା ଋଷ ର ପାଞ୍ଚୋଟି ବିପଜ୍ଜନକ ଆସ୍ତେ ବିଷୟରେ ।

 

ୟୁକ୍ରେନ ରେ ହଇଚଇ ସୃଷ୍ଟି କରିଥିବା ଋଷ ବିରୁଦ୍ଧ ରେ ଆମେରିକା ଏବଂ ନାଟୋ ସାହସ ବାନ୍ଧି ବାରେ ଅସମର୍ଥ । ଏହାର ସବୁଠୁ ବଡ କାରଣ ହେଉଛି ଋଷ ର ବିପଜ୍ଜନକ ଅସ୍ତ୍ର । ତେବେ ଏହି ଅସ୍ତ୍ର ଏତେ ଶକ୍ତିଶାଳୀ ଯେ ଏହାର ବ୍ୟବହାର କରି ଋଷ କୌଣସି ବି ଶତ୍ରୁ ର ବିନାଶ କରି ପାରିବ । ଏହି ଅସ୍ତ୍ର ବିଷୟରେ ଜାଣି ଶତ୍ରୁ ପକ୍ଷ ଭୟଭୀତ ଅବସ୍ଥାରେ ଅଛନ୍ତି । ଏମିତିକି ଋଷ ପାଖରେ ବିଶ୍ଵର ସବୁଠାରୁ ବଡ ପରମାଣୁ ବୋମା ରହିଛି ।

 

୧. ଜାର୍ ବୋମା ହେଉଛି ଦୁନିଆ ର ସବୁଠାରୁ ବଡ ପରମାଣୁ ବୋମା । ଏହା ଦ୍ଵାରା ଲକ୍ଷ ଲକ୍ଷ ମରି ପାରନ୍ତି । ଏହା ବ୍ୟତୀତ ଏହି ବୋମା ଦ୍ଵାରା ଲୋକ ମାନେ ଚର୍ମ ତଥା ଶ୍ୱାସ ରୋଗ ରେ ଶିକାର ମଧ୍ୟ ହେବେ ।

 

୨. ରୁଷ ର କିଞ୍ଜଲ୍ ହାଇପର୍ ସୋନିକ୍ କ୍ଷେପଣାସ୍ତ୍ର ଅତ୍ୟନ୍ତ ବିପଜ୍ଜନକ ଅଟେ । ଏହି ହାଇପର୍ ସୋନିକ୍ ଆଣବିକ କ୍ଷେପଣାସ୍ତ୍ର ଋଷ ର ମିଗ ୩୧ ଯୁଦ୍ଧ ବିମାନ ରେ ସ୍ଥାପିତ ହୋଇଛି ।

 

୩. ରୁଷ ପାଖରେ 2S7 Pion ତୋପ ରହିଛି । ଏହା ସ୍ୱଳ୍ପ ଦୂରଗାମୀ ପରମାଣୁ ଆ-କ୍ର-ମଣ କରି ପାରିବ । ଏହି ତୋପ ମାଧ୍ୟମ ରେ ୨୦୩ ଏମ ଏମ୍ ର ପରମାଣୁ ବୋମା ର ଆକ୍ରମଣ କରାଯାଇପାରେ ।

 

୪.ଋଷ୍ ପାଖରେ ବେଲ୍‌ରୋଡ୍ ପରମାଣୁ ସବ୍‌ରିନ୍ ଅଛି ଯାହାକୁ ବିଶ୍ବର ସର୍ବବୃହତ ସବରିନ କୁହାଯାଏ। ପୋସାଇଡନ ଟାରପିଡୋରେ ସଜ୍ଜିତ ଏହି ସବ୍ରିନ୍ ରେଡିଓଆକ୍‌ଟିଭ୍ ସୁନାମି ସୃଷ୍ଟି କରିପାରିବ ।

 

୫. ଏହା ବ୍ୟତୀତ t-14 ଟ୍ୟାଙ୍କ ଅଛି ଯାହାକି ଅତ୍ୟନ୍ତ ବିପଜ୍ଜନକ । ଏହା ରିମୋଟ୍ କଣ୍ଟ୍ରୋଲ୍‌ ଦ୍ବାରା ପରିଚାଳିତ । ଏହି ଟ୍ୟାଙ୍କ୍ କୁ ସଦସ୍ୟଙ୍କ ବିନା ସଠିକ୍ ଭାବରେ ଏହାର ଲକ୍ଷ୍ୟକୁ ପୂରଣ କରିପାରେ । ଏହା ଏକ ମିନିଟ୍‌ରେ ୧୦ରୁ ୧୨ ରାଉଣ୍ଡ ଗୁଳି ଚାଳନା କରିପାରେ ।

Leave a Reply

Your email address will not be published. Required fields are marked *