ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆସନ୍ତୁ ଜାଣିବା ପଞ୍ଚାୟତ ନିର୍ବାଚନ ରେ ପ୍ରାର୍ଥୀ ମାନେ ମାସିକ ବେତନ ପୂର୍ବରୁ କେତେ ଟଙ୍କା ପାଇଥିଲେ ବର୍ତ୍ତମାନ କେତେ ଟଙ୍କା ପାଇବେ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସମାଜରେ ସବୁଠୁ ଶକ୍ତିଶାଳୀ ହେଉଛି ରାଜନୀତି । ରାଜନୀତି ରେ ଯାହା ପାଖରେ ପାୱାର ଅଛି ସେ ନିଜକୁ ରାଜା ବୋଲି ମନେ କରେ । ଦେଶ ରାଜ୍ୟର ସମସ୍ତ ଶାସନ କ୍ଷେତ୍ରରେ ହସ୍ତକ୍ଷେପ କରିଥାନ୍ତି । ସମାଜରେ ଅଧିକାଂଶ କାର୍ଯ୍ୟ ରାଜନୈତିକ ଚାପ ରେ ଚାପାୟିତ ହୋଇଯାଏ । ଯାହାଦ୍ଵାରା ସାଧାରଣ ଜନତା ବହୁ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି । ତେବେ କଂଗ୍ରେସ , ବିଜେପି , ବିଜେଡି ବ୍ୟତୀତ ଆହୁରି ଅନେକ ଦଳ ଅଛନ୍ତି ଯେଉଁମାନେ ମାନେ ଦେଶ ରାଜ୍ୟକୁ ଶାସନ କରୁଥିବାର ଶୁଣିଆସୁଛୁ । ହେଲେ ଏମାନଙ୍କ ମଧ୍ୟରୁ ସର୍ବପୁରାତନ ରାଜନୈତିକ ଦଳ ହେଉଛି କଂଗ୍ରେସ ।
ଯାହାକି ଇଂରେଜ ଶାସନ କାଳରୁ ଏହି କଂଗ୍ରେସ ରାଜନୈତିକ ଦଳ ଦେଖିଆସୁଛୁ । ଆଜିର ଦୁନିଆରେ ଆପଣ ମାନେ ପ୍ରାୟତଃ ସମସ୍ତେ ରାଜନୀତି ପ୍ରତି ଅବଗତ ଥିବେ । ରାଜନୀତି ଭାର ସମ୍ଭାଳିବାକୁ ହେଲେ ମଣିଷକୁ ସେତିକି କାର୍ଯ୍ୟକ୍ଷମ ହେବାକୁ ପଡିବ । ରାଜନୀତି କ୍ଷେତ୍ରରେ ମଣିଷ କାନ୍ଧରେ ବନ୍ଧୁକ ରଖି ସମସ୍ତ କାର୍ଯ୍ୟ କରାଯାଇଥାଏ । ଯାହାକି ସମାଜ ପାଇଁ ଅନ୍ୟାୟ ଅଟେ ।ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ଚାଲି ଥିଲା । ପଞ୍ଚାୟତ ନିର୍ବାଚନ ର ନାମାଙ୍କନ ପତ୍ର ମଧ୍ୟ ଦାଖଲ କରି ସାରିଛନ୍ତି । ଅନେକ ବ୍ୟକ୍ତି ଏଥିରେ ଠିଆ ହୋଇଛନ୍ତି । ସେମାନଙ୍କ ମାସିକ ଦରମା କେତେ ଜାଣିଛନ୍ତି କି । ଯେଉଁମାନେ ଜିଲ୍ଲା ପରିଷଦ ଜିତିଛନ୍ତି ସେମାନଙ୍କ ଦରମା କେତେ ।
ଜିଲ୍ଲା ପରିଷଦ ସଭାପତି ୨୦୧୭ ମସିହା ରେ ୭ ହଜାର ୫୦୦ ଟଙ୍କା ପାଉଥିଲେ । ମାତ୍ର ବର୍ତ୍ତମାନ ୨୫ ପ୍ରତିଶତ ବୃଦ୍ଧି ପରେ ୨୦୨୨ ମସିହା ରେ ୯ ହଜାର ୩୮୦ ଟଙ୍କା ପାଇବେ । ଜିଲ୍ଲା ପରିଷଦ ଉପ ସଭପତି ମାସିକ ୭ ହଜାର ୪୦ ଟଙ୍କା ପାଇବେ । ୨୦୧୭ ମସିହା ରେ ସେମାନେ ମାସିକ ବେତନ ୫ ହଜାର ୬୩୦ ଟଙ୍କା ପାଉଥିଲେ । ସେହିପରି ସମିତି ସଭ୍ୟ ୨୦୨୨ ମସିହା ରେ ୨ ହଜାର ୩୫୦ ଟଙ୍କା ପାଇବେ ।
୨୦୧୭ ମସିହା ରେ ୧ ହଜାର ୮୮୦ ଟଙ୍କା ମାସିକ ବେତନ ପାଉଥିଲେ । ବ୍ଲକ୍ ସଭାପତି ୨୦୨୨ ମସିହା ରେ ୩ ହଜାର ୫୩୦ ଟଙ୍କା ପାଇବେ । ପୂର୍ବରୁ ୨ ହଜାର ୮୨୦ ଟଙ୍କା ପାଉଥିଲେ । ୨୦୨୨ ରେ ବିଜେତା ସରପଞ୍ଚ ୨ ହଜାର ୩୫୦ ଟଙ୍କା ପାଇବେ । ପୂର୍ବରୁ ୧ ହଜାର ୮୮୦ ଟଙ୍କା ପାଉଥିଲେ । ନାଏବ ସରପଞ୍ଚ ୨୦୧୭ ରେ ୭୫୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୯୪୦ ଟଙ୍କା ମାସିକ ବେତନ ପାଇ ପାରିବେ । ୱାର୍ଡ ମେମ୍ବର ମାନଙ୍କ କୌଣସି ଦରମା ନାହି , ପଞ୍ଚାୟତ ରେ ମିଟିଂ ହୁଏ । ମିଟିଂ ରେ ୩୦୦ ଟଙ୍କା ମିଳିବ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।