ପିଲା ଜନ୍ମ କରିଲେ ମହିଳା ଙ୍କୁ ମୋଦୀ ସରକାର ଦେବେ ଟଙ୍କା, ଦେଖନ୍ତୁ କିପରି ଆବେଦନ କରି ଏହି ଯୋଜନାର ଫାଇଦା ଉଠାଇବେ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପ୍ରଥମ କରି ଗର୍ଭଧାରଣ କରିଲେ ମୋଦୀ ସରକାର ଦେବେ ଟଙ୍କା, ଦେଖନ୍ତୁ କିପରି ଆବେଦନ କରି ଏହି ଯୋଜନାର ଫାଇଦା ଉଠାଇବେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ମୋଦୀ ସରକାର ଆମ ଦେଶର ପ୍ରଧାନମନ୍ତ୍ରୀ ହେବା ପରଠାରୁ ଦେଶର ଗରୀବ ଲୋକଙ୍କ ପାଇଁ ଅନେକ ଯୋଜନା ମାନ ଲାଗୁ କରିଛନ୍ତି। ଏହି ଯୋଜନା ଦ୍ୱାରା ଅନେକ ଗରୀବ ଲୋକ ମାନେ ଲାଭ ଉଠାଇ ପାରୁଛନ୍ତି ଏବଂ ସାହାଯ୍ୟ ମଧ୍ୟ ପାଇ ପାରୁଛନ୍ତି। ଘରେ ପିଲା ଜନ୍ମ କରିଲେ ଟଙ୍କା ଦେବେ ମୋଦୀ ସରକାର। ମୋଦୀ ସରକାର ଦେଉଛନ୍ତି ଗର୍ଭବତୀ ମହିଳାଙ୍କୁ ଟଙ୍କା, ଏହି ଖବର ପ୍ରାୟ ଲୋକ ଆଗରୁ ଜାଣିଛନ୍ତି। କିନ୍ତୁ ଆଉ କିଛି ଲୋକ ଅଛନ୍ତି ଏହି ଖବରକୁ ବିଲକୁଲ ବି ଜାଣି ନାହାଁନ୍ତି। ବିଶେଷ କରି ଗାଁ ଗହଳିରେ ଲୋକ ମାନଙ୍କୁ ଏହି ସମ୍ପର୍କରେ ଜଣା ନଥିବ ନିଶ୍ଚୟ। 

 

ଯାହା ଦ୍ୱାରା ସେମାନଙ୍କ ଟଙ୍କା ଚଳୁ କରି ନେଉଛନ୍ତି ଅନ୍ୟ ଲୋକ ମାନେ। ତେବେ ଆପଣଙ୍କୁ ଜାଣିବା ନିହାତି ଆବଶ୍ୟକ ଯେ, କିଭଳି ଆପଣ ଆପଣଙ୍କ ହକ୍ ଟଙ୍କା ପାଇ ପାରିବେ। ଆମେ ଆଜି ଆପଣ ମାନଙ୍କୁ ଜଣାଇବୁ ଆପଣ ଏଥିପାଇଁ କେମିତି ଆବେଦନ କରିବେ ଏବଂ କିପରି ଟଙ୍କା ପାଇ ପାରିବେ। ମୋଦୀ ସରକାରଙ୍କ ତରଫରୁ ଦେଶରେ ଛାତ୍ରଛାତ୍ରୀ, କନ୍ୟା ଏବଂ ବୟସ୍କ ବ୍ୟକ୍ତିଙ୍କ ପାଇଁ ଅନେକ ପ୍ରକାରର ଯୋଜନାମାନ ସବୁ ରହିଛି। କିଛି ଯୋଜନା ଅନ୍ତର୍ଗତ ବିପିଏଲ୍ ପରିବାରକୁ ସାହାଯ୍ୟ ମଧ୍ୟ ଦିଆ ଯାଉଛି। 

 

କେନ୍ଦ୍ର ସରକାରଙ୍କ ତରଫରୁ ଏପରି ଏକ ଯୋଜନା କାର୍ଯ୍ୟକାରୀ ହେଉଛି, ଯାହାର ନାମ ହେଉଛି ପ୍ରଧାନମନ୍ତ୍ରୀ ମାତ୍ରୁ ବନ୍ଦନା ଯୋଜନା। ଏହି ଯୋଜନାରେ ଶିଶୁ ଜନ୍ମ ହେବା ପରେ ମାଆଙ୍କୁ ସରକାର ଟଙ୍କା ଦେଉଛନ୍ତି। ଏହି ଯୋଜନା ମାଧ୍ୟମରେ ମାଆ ମାନଙ୍କୁ ୫ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ଯାଉଛି। ଏହି ଯୋଜନା ୧ଜାନୁୟାରୀ ୨୦୧୭ରେ ଆରମ୍ଭ କରାଯାଇଥିଲା। ଏହି ଯୋଜନା ଅନ୍ତର୍ଗତ, ପ୍ରଥମ ଥର ଗର୍ଭଧାରଣ କରିଥିବା ଏବଂ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ଗର୍ଭାବସ୍ଥା ସହାୟତା ଯୋଜନା ବୋଲି ମଧ୍ୟ କୁହା ଯାଇଥାଏ। 

 

ଏହି ଯୋଜନାର ଲାଭ ସେହିମାନେ ଉଠାଇ ପାରିବେ, ଯେଉଁମାନେ ପ୍ରଥମଥର ପାଇଁ ମାଆ ହୋଇଛନ୍ତି। ପ୍ରଥମଥର ଗର୍ଭବତୀ ହେଲେ ରେଜିଷ୍ଟ୍ରେସନ ପାଇଁ ସମ୍ପୃକ୍ତ ମହିଳାଙ୍କ ଆଧାର କାର୍ଡ଼, ସ୍ୱାମୀ ସ୍ତ୍ରୀଙ୍କର ବ୍ୟାଙ୍କ ପାସବୁକ୍ ଫଟୋ କପି ଆବଶ୍ୟକ।ଏଥିପାଇଁ ଜଏଣ୍ଟ ଆକାଉଣ୍ଟ୍ ହୋଇଥିବା ଅନୁଚିତ୍। ଯୋଜନା ଅନ୍ତର୍ଗତ ମହିଳାଙ୍କୁ ୫ହଜାର ଟଙ୍କା ଆର୍ଥିକ ରାଶି ୩ଟି କିସ୍ତିରେ ଦିଆ ଯାଇଥାଏ। ତେବେ ମୋଦୀ ସରକାରଙ୍କର ଏହି ଯୋଜନାର ଲାଗୁ କରିବାର ଉଦ୍ଧେଶ୍ୟ ହେଉଛି, ପ୍ରଥମ ଥର ମାଆ ହେଉଥିବା ମହିଳା ମାନଙ୍କୁ ପୋଷଣ ପ୍ରଦାନ କରିବା।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published.