ବର୍ତ୍ତମାନ ର ଯୁଦ୍ଧ ସମୟ ରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନେସ୍କି ଏକ ଭିଡିଓ ଜରିଆରେ କହିଛନ୍ତି ଏହି ସବୁ କଥା – ଦେଖନ୍ତୁ Video ।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ବର୍ତ୍ତମାନ ର ଯୁଦ୍ଧ ସମୟ ରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନେସ୍କି ଏକ ଭିଡିଓ ଜାରିଆରେ କେଉଁ ସବୁ କଥା କହିଛନ୍ତି। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ କିବ୍ ଅଫିସ ରୁ ଏକ ଭିଡିଓ ପୋଷ୍ଟ କରିଛନ୍ତି ଜେଲେନେସ୍କି । ଆଉ ଜେଲେନେସ୍କି ଭୟ ରେ ପୋଲାଣ୍ଡ ଯିବା କଥା ଦାବି ହେଲା ମିଛ । ତେବେ ଜେଲେନେସ୍କି କହିଛନ୍ତି ଯେ ,ଆତ୍ମ ସମର୍ପଣ ଅପେକ୍ଷା ବେଶୀ ପସନ୍ଦ କରିବୁ ମରିବାକୁ । ତେବେ ୟୁକ୍ରେନ ରାଷ୍ଟ୍ରପତି ଜେଲେନେସ୍କି ଭୟ ରେ ପୋଲାଣ୍ଡ ଚାଲିଯାଇଥିବା ର ଦାବି କୁ ଖଣ୍ଡନ କରିଛି ୟୁକ୍ରେନ ସଂସଦ ।

 

ତେବେ ଏହାର ଜବାବ ରେ ୟୁକ୍ରେନ ସଂସଦ ଏକ ବିବୃତି ଜାରି କରିଛି । ତେବେ ୟୁକ୍ରେନ ର ରାଷ୍ଟ୍ରପତି ଜେଲେନେସ୍କି ଆଜି ଏକ ଭିଡିଓ ପୋଷ୍ଟ କରିଛନ୍ତି । ତେବେ ସେ ପୋଷ୍ଟ କରିଥିବା ଭିଡ଼ିଓ ରେ ତାଙ୍କ କିବ୍ ଅଫିସ ଏବଂ ଅଫିସର ମାନେ ବସିଥିବାର ଦେଖା ଯାଇଛି । ଆଉ ସେଥିରେ ଜେଲେନେସ୍କି ଲେଖିଛନ୍ତି ଯେ ମୁଁ ଏବେ କିବ୍ ରେ ଅଛି ଆଉ ଏଠି କାମ କରିଛି । କେହି କୁଆଡେ ଖସିକି ପଳାଇ ନାହାଁନ୍ତି ।

 

ତେବେ ଏହା ପୂର୍ବରୁ ମଧ୍ୟ ଋଷ ମିଡ଼ିଆ ପକ୍ଷ ରୁ ଜେଲେନେସ୍କି ଙ୍କ ପଳାୟନ କୁ ନେଇ ଖବର ପ୍ରକାଶ ପାଇଛି । ହେଲେ ସବୁଥର ଜେଲେନେସ୍କି ନିଜେ କ୍ୟାମେରା ସାମ୍ନା କୁ ଆସି ଖଣ୍ଡନ କରିଛନ୍ତି । ତେବେ ଋଷ ଆଗରେ ଆତ୍ମ ସମର୍ପଣ କରିବା ଅପେକ୍ଷା ମରିବାକୁ ବେଶୀ ପସନ୍ଦ କରିବେ ବୋଲି କହିଛନ୍ତି । ଆଉ ସେହି ଭିଡିଓ ରେ ଏହା କହିଛନ୍ତି ଯେ ,କୌଣସି ବି ପରିସ୍ଥିତି ରେ ସେ କିବ୍ ଛାଡିବେ ନାହିଁ ।

 

ତେବେ ସୂଚନା ଯୋଗ୍ୟ ଯେ ଋଷିଆ ର ରାଜନୀତିଜ୍ଞ ଚେସଲା ଏହା ଦାବି କରିଥିଲେ ଯେ ୟୁକ୍ରେନ ସଂସଦ ର ସାଂସଦ ମାନେ ଜେଲେନେସ୍କି ଙ୍କୁ ପାଉ ନାହାଁନ୍ତି ,ଏହାପରେ କହିଥିଲେ ଯେ  ସେ ସୁନିଶ୍ଚିନ୍ତ ପୋଲାଣ୍ଡ କୁ ପଳାୟନ କରିଥିବେ । ଏହା ସହିତ ମଧ୍ୟ ସାମାଜିକ ଗଣ ମାଧ୍ୟମ ରେ ଏହି ଗୁଜବ ପ୍ରକଟ ହୋଇଥିଲା ଯେ ଜେଲେନେସ୍କି ୟୁକ୍ରେନ ଛାଡ଼ି ପୋଲାଣ୍ଡ କୁ ପଳାଇଛନ୍ତି ,କିନ୍ତୁ ବର୍ତ୍ତମାନ ସମୟ ରେ ଏହି କଥା ଭୁଲ ପ୍ରମାଣିତ ହୋଇଛି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *