ଏହି 3 ଟି ସର୍ତ୍ତ କୁ ମାନିଲେ ବନ୍ଦ ହେବ ଯୁଦ୍ଧ – କହିଲେ ପୁଟିନ ,ଜାଣନ୍ତୁ ସେହି ସର୍ତ୍ତ ଗୁଡ଼ିକ ବିଷୟରେ ।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ପୁଟିନ ୟୁକ୍ରେନ ସାମ୍ନା ରେ କେଉଁ 3 ଟି ସର୍ତ୍ତ ରଖିଛନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ୟୁକ୍ରେନ ଓ ଋଷିଆ ମଧ୍ୟରେ ଚାଲିଥିବା  ଯୁଦ୍ଧ ଥମିବାର ନାମ ନେଉ ନାହିଁ । ଆଉ ଏହି ସମୟ ରେ ଋଷିଆ ର ରାଷ୍ଟ୍ରପତି ପୁଟିନ ରଖିଛନ୍ତି 3 ଟି ସର୍ତ , ଆଉ କହିଛନ୍ତି ଏହି 3 ଟି ସର୍ତ୍ତ କୁ ମାନିଲେ ଯୁଦ୍ଧ ବନ୍ଦ କରାଯିବ। ତେବେ ୟୁକ୍ରେନ ଓ ଋଷିଆ ମଧ୍ୟରେ ଲଢେ଼ଇ ବଢିବା ସହ ଦିନ ଗଡି ଚାଲିଛି ।ସେଭଳି ଋଷିଆ କୁ ମଧ୍ୟ ମିଳି ନାହିଁ ଉଦ୍ଦେଶ୍ୟ ମୂଳକ ସଫଳତା ।

 

ତେବେ ସଫଳତା ନ ମିଳିବା ପରେ ପୁଟିନ ଗତ ଶୁକ୍ରବାର ଦିନ ଏକ ବୟାନ ଜାରି କରିଥିଲେ । ସେ ୟୁକ୍ରେନ ସହର ଉପରେ ଋଷ ସେନା ପକ୍ଷ ରୁ ହୋଇଥିବା ବୋମା ମାଡ ଅଭିଯୋଗ କୁ ଅସ୍ବୀକାର କରିଛନ୍ତି ଏବଂ କହିଛନ୍ତି ୟୁକ୍ରେନ ଯଦି ଏହି 3 ଟି ସର୍ତ୍ତ ମାନିବ ତାହେଲେ ଆଲୋଚନା ଟେବୁଲ୍ କୁ ଋଷ ଆସିବ । ଅନ୍ୟପଟେ ଋଷ ରାଷ୍ଟ୍ରପତି ଙ୍କ କାର୍ଯ୍ୟାଳୟ ରୁ କ୍ରେମ୍ ଲିନ କହିଛନ୍ତି ୟୁକ୍ରେନ ସହର ଉପରେ ଋଷ ପକ୍ଷ ରୁ ହୋଇଥିବା ବୋମା ମାଡ଼ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ।

 

ପୁଟିନ କହିଛନ୍ତି ଯେ କେବଳ ୟୁକ୍ରେନ ନୁହଁ ସବୁ ପକ୍ଷ ଙ୍କ ସହ ଆଲୋଚନା ପାଇଁ ଋଷ ପ୍ରସ୍ତୁତ ରହିଛି ,ହେଲେ ଋଷ ରଖିଥିବା ସର୍ତ୍ତ କୁ ୟୁକ୍ରେନ ମାନିବା ପରେ ହିଁ ଏହା ସମ୍ଭବ ହେବ । ଋଷ ରଖିଥିବା ସର୍ତ୍ତ ମୁତାବକ ,ପ୍ରଥମ ସର୍ତ୍ତ ଟି ହେଉଛି ୟୁକ୍ରେନ ଏକ ନିରପେକ୍ଷ ଏବଂ ଅଣ ପରମାଣୁ ଯୁକ୍ତ ଦେଶ ହେବ ।

 

ଦ୍ଵିତୀୟ ଟି ହେଉଛି ୟୁକ୍ରେନ ଦେଶ କ୍ରୀମିଆ କୁ ଋଷ ର ଏକ ଅଂଶ ଭାବରେ ସ୍ୱୀକାର କରିବ ଓ ତୃତୀୟ ଟି ହେଉଛି ପୂର୍ବ ୟୁକ୍ରେନ ର ବିଚ୍ଛିନ୍ନ ବାଦୀ ଅଞ୍ଚଳ ଗୁଡିକ ର ସାର୍ବ ଭୌମତ୍ଵ ର ସର୍ତ୍ତ କୁ ଅନ୍ତର୍ଭୁକ୍ତ କରାଯିବ । ଏହି ସର୍ତ୍ତ ସହ ଋଷ ୟୁକ୍ରେନ ସହ ଆଲୋଚନା ପାଇଁ ଆଶା ରଖିଛି । ୟୁକ୍ରେନ ସରକାର ଯୁକ୍ତି ସଂଗତ ଓ ସକାରାତ୍ମକ ହୋଇ ଆଲୋଚନା ପାଇଁ ପ୍ରସ୍ତୁତ ହେବେ ବୋଲି ଋଷ ସରକାର ଆଶା ରଖିଛି । ହେଲେ ଏବେ ଦେଖିବାକୁ ବାକି ରହିଲା ଯେ ,ୟୁକ୍ରେନ କଣ ଏହି 3 ଟି ସର୍ତ୍ତ କୁ ମାନୁଛି କି ନାହିଁ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published.