ୟୁକ୍ରେନ ରୁ ଫେରିଥିବା ଡ଼ାକ୍ତରୀ ଛାତ୍ରୀ ଙ୍କ ୟୁକ୍ରେନ ର ଭୟଙ୍କର ଅନୁଭୂତି – ଜାଣନ୍ତୁ କିପରି ଥିଲା ସେଠାକାର ଅବସ୍ଥା ।

ତେବେ ୟୁକ୍ରେନ ରେ ଥିବା ଜଣେ ଓଡ଼ିଶା ର ଛାତ୍ରୀ ମାର୍ଚ୍ଚ 1 ତାରିଖ ରେ ଆସି ଓଡ଼ିଶା ରେ ପହଂଚିଛନ୍ତି । ତେବେ ସେହି ଝିଅ ଙ୍କ ନାମ ହେଉଛି ବିଜୟଲକ୍ଷ୍ମୀ ।ୟୁକ୍ରେନ ରୁ ଫେରିଥିବା ଜଣେ ଡ଼ାକ୍ତରୀ ଛାତ୍ରୀ ଏହା କହିଛନ୍ତି ଯେ , ଆମକୁ ଏହି ଯୁଦ୍ଧ ହେବା ବିଷୟରେ ଫେବୃୟାରୀ ମାସ ରୁ ହିଁ ଜଣା ପଡିଯାଇଥିଲା । ତେବେ ସେ କହିଛନ୍ତି ଯେ ସେ ଦିନ ସକାଳୁ ମୁଁ ଶୋଇଥିଲି ,ଆଉ ଆମେ ରହୁଥିବା ଘରର ପଛ ପଟେ ହିଁ ଆଟାକ୍ ହୋଇଥିଲା ।

ସେ କହିଛନ୍ତି ଯେ ଆମେ ବର୍ଡର ଠାରୁ ବହୁତ୍ ଦୂର ରେ ରହୁଥିଲୁ ,ସେଥିପାଇଁ ଆମେ ଭାବି ନଥିଲୁ ଏ ସ୍ଥାନ ରେ କୌଣସି ଆଟାକ୍ ହେବ ବୋଲି । ଆଉ ଆଟାକ୍ ଯେତେବେଳେ ହୋଇଥିଲା ସେହି ସମୟରେ ସାଇରନ୍ ବାଜି ଥିଲା ।ଆଉ ସେତେବେଳେ ମୁଁ ବହୁତ୍ ଭୟଭୀତ ହୋଇ ଯାଇଥିଲି । ଆଉ ସେହି ସମୟ ରେ ମୁଁ ଆମର ଆପାର୍ଟ ର ଅଣ୍ଡର ଗ୍ରାଉଣ୍ଡ ରେ ପସିଗଲି । କାହିଁକି ନା ସେତେବେଳେ ହଠାତ୍ ଏମିତି ଘଟିଲା ଆଉ ସେଥିପାଇଁ କିଛି ମୁଣ୍ଡ ରେ ପସି ନଥିଲା ।

ଆଉ ତା ପରେ ମୁଁ ସେହି ଅଣ୍ଡର ଗ୍ରାଉଣ୍ଡ ଭିତରେ 2 ରୁ 3 ଘଣ୍ଟା ପର୍ଯ୍ୟନ୍ତ ରହିଥିଲି । ଆଉ ଯେତେବେଳେ ସାଇରନ୍ ବାଜିବା ବନ୍ଦ ହୋଇଯାଇଥିଲା ସେତେବେଳେ ଆମେ ଅଣ୍ଡର ଗ୍ରାଉଣ୍ଡ ଭିତରୁ ବାହାରକୁ ଆସିଲୁ। କାହିଁକି ନା ସେତେବେଳେ ଖାଇବା ପାଇଁ ଆମକୁ ପଇସା ମଧ୍ୟ ଉଠାଇବାର ଥିଲା । ଆଉ ସେତେବେଳେ ମଧ୍ୟ ପଇସା ଉଠାଇବା ପାଇଁ ଏଟିଏମ୍ ସାମ୍ନା ରେ ବହୁତ୍ ଭିଡ ଲାଗିଥିଲା । 

ଆଉ ପ୍ରାୟ 2 ଘଣ୍ଟା ପରେ ମୁଁ ପଇସା ଉଠାଇ ପାରିଲି । ଆଉ ତା ପରେ ଖାଇବା ପାଇଁ ମଧ୍ୟ ବହୁତ୍ ବଡ ଲାଇନ୍ ଲାଗିଥିଲା । ଆଉ ସେହି ଦିନ ଏହା ନୋଟିସ ଆସିଥିଲା କି ବିଦ୍ୟୁତ୍ କଟିଯିବ ବୋଲି ।ଆଉ ସେତେବେଳେ ଆମେ ଭାରତୀୟ ଆମ୍ବାସି ସହ କଥା ହୋଇ ଆମକୁ ବାହାର କରିବାକୁ କହିଥିଲୁ । କାହିଁକି ନା ଆମେ ରହୁଥିବା ସ୍ଥାନ ମାନଙ୍କ ରେ ଆ-କ୍ର-ମ-ଣ ହୋଇ ଯାଇଥିଲା ।

 ଆଉ ସେ ଦିନ ରାତି ସାରା ଆମେ ସୋଇ ନଥିଲୁ । ଉପରେ ଲଗାତାର ଭାବରେ ଯୁଦ୍ଧ ଜେଟ ଗୁଡ଼ିକ ଯାଉଥିଲା ,ସେଥିପାଇଁ ଆମେ ବହୁତ୍ ଭୟଭୀତ ହୋଇ ଯାଇଥିଲୁ । ଆଉ ଆମକୁ ଘରୁ ବାହାରିବାକୁ ପୁରା ମନା କରା ହୋଇଯାଇଥିଲା । ଏଭଳି ଯୁଦ୍ଧ ପରିସ୍ଥିତି ରେ ସେ ସେଠାରେ ଦୁଇ ଦିନ ରହିଥିଲେ ବୋଲି କହିଛନ୍ତି । ଆଉ ଏହାପରେ ଆମେ ନିଜେ ନିଜେ ବସ୍ ର ବ୍ୟବସ୍ଥା କରିଥିଲୁ । ଆଉ ଏହାପରେ ଆମେ ୟୁକ୍ରେନ ରୁ ରୋମାନିଆ ବର୍ଡର ନିକଟକୁ ଯାଇଥିଲୁ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *