ଦର୍ଶକ ବନ୍ଧୁ ଗୋଟିଏ ପଟେ ପେଟ୍ରୋଲ ଓ ଡିଜେଲ ଦର ବଢୁଥିବା ବେଳେ ଅନ୍ୟ ପଟେ ଗ୍ରାହକ ଠକେଇ ର ଅଭିଯୋଗ ହେଉଥିବାର ଘଟଣା ସାମ୍ନା କୁ ଆସୁଛି । ପେଟ୍ରୋଲ ପମ୍ପ ରେ ଆଖି ପିଚ୍ଚୁଳ।କେ ଗ୍ରାହକ ଠକାମୀ ର ଶିକାର ହେଉଛନ୍ତି । ତେବେ ଗାଡ଼ି ଚାଳକ ଟଙ୍କା ଠିକ୍ ଦେଉଥିବେ ହେଲେ ପେଟ୍ରୋଲ କମ୍ ପାଉଥିବେ । ତେବେ ବଡ ଚାଲାକ୍ ର ସହିତ ଗ୍ରାହକ ମାନଂକ ପକେଟ୍ ଖାଲି କରି ଦେଉଛନ୍ତି କିଛି ଲାଭ ଖୋର୍ ପେଟ୍ରୋଲ ପମ୍ପ ମାଲିକ ।
ତେବେ ପେଟ୍ରୋଲ ପମ୍ପ ରେ ଗ୍ରାହକ ମାନଙ୍କୁ କିଭଳି ଠକନ୍ତି ଆଉ ଏଥିରୁ କିଭଳି ବର୍ତିବେ ଆସନ୍ତୁ ସେହି ବିଷୟରେ ଜାଣିବା ।ପେଟ୍ରୋଲ ପମ୍ପରେ ତେଲ ପକାଇବା ବେଳେ ସବୁବେଳେ ମିଟର ଜିରୋ ରହିବା ଆବଶ୍ୟକ । ଅଧିକାଂଶ ସମୟରେ ପେଟ୍ରୋଲ ପମ୍ପ କର୍ମଚାରୀ ଆପଣଙ୍କୁ ମିଟର ଜିରୋ ଦେଖାଇଥାନ୍ତି ସତ କିନ୍ତୁ କଥା ଛଳରେ ଆପଣଙ୍କ ଦ୍ବାରା ମଗାଯାଇଥିବା ପେଟ୍ରୋଲର ମୂଲ୍ୟ ମିଟରରେ ସେଟ୍ କରିନଥାନ୍ତି । ତେବେ ଏଭଳି ସମୟ ରେ ଗ୍ରାହକ ଠକାମୀ ର ଶିକାର ହୋଇ ପାରନ୍ତି ।
ତେବେ ଏବେ ପ୍ରାୟ ସମସ୍ତ ପେଟ୍ରୋଲ ପମ୍ପ ରେ ଡିଜିଟାଲ ମିଟର ଲଗା ଯାଇଛି ।ତେଣୁ ତେଲ ପକାଇବା ପୂର୍ବରୁ କେତେ ମୂଲ୍ୟ ର ତେଲ ପକାଇବେ ତାହା ମିଟର ରେ ଫିଡ କରିବାକୁ କୁହନ୍ତୁ ଯାହାଦ୍ଵାରା ଠକାମୀ ର ସମ୍ଭାବନା କମି ଯାଇଥାଏ ।ଗାଡ଼ିରେ ତେଲ ଭରୁଥିବା ବେଳେ ପେଟ୍ରୋଲ ପମ୍ପ କର୍ମଚାରୀ ନୋଜଲକୁ ଟାଙ୍କି ଭିତରେ ପୂରାଇ ରଖିଥାନ୍ତି ଯାହାଦ୍ବାରା ପେଟ୍ରୋଲ ଭର୍ତି ହେଉଛି କି ନାହିଁ ତାହା ଜଣା ପଡେ ନାହିଁ ।ତେଣୁ ଗାଡିରେ ତେଲ ପକାଇବା ବେଳ ନୋଜଲକୁ ଟିକିଏ ଉପରକୁ ଟେକି ରଖିବାକୁ କୁହନ୍ତୁ, ଯାହାଦ୍ୱାରା ଟାଙ୍କିରେ ତେଲ ଭର୍ତ୍ତି ହେଉଛି କି ନାହିଁ ଜାଣିପାରିବେ ।
କେବଳ ମିଟର ଶୂନ ରହିଲେ ହେବନି, ବରଂ ମିଟର ରିଡିଂ କେଉଁ ସଂଖ୍ୟାରୁ ଆରମ୍ଭ ହେଉଛି ତାହା ଉପରେ ମଧ୍ୟ ନଜର ରଖିବା ଆବଶ୍ୟକ । ସିଧା ୧୦ କିମ୍ବା ୧୫ରୁ ମିଟର ରିଡିଂ ହେଉଥିଲେ ଆପଣ ଠକାମୀର ଶିକାର ହୋଇପାରନ୍ତି ।କାରଣ ମିଟର ରିଡିଂ ୩ରୁ ଯେତିକି ଅଧିକ ହେବ ଆପଣଙ୍କ ପକେଟ ସେତିକି ଫାଙ୍କା ହେବ । ତେଣୁ ସର୍ବଦା ୩ ଭିତରେ ମିଟର ରିଡିଂ ଆରମ୍ଭ ହେବା ଆବଶ୍ୟକ ।
ପେଟ୍ରୋଲ ପମ୍ପରେ ତେଲ ପକାଇବା ବେଳେ ଯଦି ମିଟର ଜୋର ରେ ଚାଲୁଥାଏ ତେବେ ଜାଣି ରଖନ୍ତୁ କିଛି ଗଡବଡ ରହିଛି ।ତେଣୁ ଏଭଳି ସମୟରେ ମିଟରର ସ୍ପିଡ କମ୍ କରିବାକୁ କର୍ମଚାରୀଙ୍କୁ କୁହନ୍ତୁ । କାରଣ ଯେତିକି ଅଧିକ ସ୍ପିଡରେ ମିଟର ଚାଲିବ ଆପଣଙ୍କ ପକେଟ ସେତିକି ଫାଙ୍କା ହେବ ।ପେଟ୍ରୋଲ ପମ୍ପରେ ତେଲ ପକାଉଥିବା ବେଳେ ସର୍ବଦା ତେଲ ପକାଉଥିବା କର୍ମଚାରୀଙ୍କ ଉପରେ ଧ୍ୟାନ ରଖନ୍ତୁ । କାରଣ ଅଧିକାଂଶ ସମୟରେ ତେଲ ଆସୁଥିବା ପାଇପକୁ କର୍ମଚାରୀ ଦାବି ଧରିଥାନ୍ତି ।
ଯାହା ଫଳରେ କମ ସ୍ପିଡରେ ତେଲ ଆସୁଥିବା ବେଳେ ମିଟର ସେମିତି ଚାଲୁଥାଏ । ତେଣୁ ଏଭଳି ସ୍ଥିତିରେ ଉକ୍ତ କର୍ମଚାରୀଙ୍କ ପ୍ରତିଟି କାର୍ଯ୍ୟକଳାପ ଉପରେ ନଜର ରଖନ୍ତୁ ।ବିଭିନ୍ନ ସମୟରେ ପେଟ୍ରୋଲ ପମ୍ପ ମେସିନରେ ଚିପ୍ ଲଗାଇ ମଧ୍ୟ ଗ୍ରାହକଙ୍କୁ ଠକୁଥିବାର ଅଭିଯୋଗ ସାମ୍ନାକୁ ଆସୁଛି । ଉକ୍ତ ଚିପରେ ପୂର୍ବରୁ ବିଭିନ୍ନ ମୂଲ୍ୟ ଧାର୍ଯ୍ୟ କରି ରଖାଯାଇଥାଏ ।
ଯାହାଫଳରେ ଚିପକୁ ହ୍ୟାକ୍ କରି ବେଶ ଆଦି ଗ୍ରାହକଙ୍କୁ ଲୁଟି ଥାଆନ୍ତି ଲାଭଖୋର ପେଟ୍ରୋଲ ପମ୍ପ ମାଲିକ । ଏହାଛଡ଼ା ଦେଶ ତଥା ରାଜ୍ୟରେ ବିଭିନ୍ନ ସମୟରେ ପମ୍ପିଂ ମାଧ୍ୟମରେ ବି ଗ୍ରାହକଙ୍କୁ ଠକାଯାଇଥାଏ ।ଏଭଳି ଠକେଇ ହେଉଥିବାର ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ ଚଢାଉ ମଧ୍ୟ କରାଯାଇଛି ।ତେଣୁ ଏହି ସବୁ ଉପରେ ଧ୍ୟାନ ଦେଲେ ଆପଣ ଠକାମୀ ରୁ ବର୍ତ୍ତି ଯାଇପାରିବେ ।