ଋଷିଆ ଏବଂ ୟୁକ୍ରେନ ଯୁଦ୍ଧରେ ନିଜ ଜୀବନ କୁ ବାଜି ରେ ଲଗାଇ ଲଢ଼ିଲେ ଓଡ଼ିଆ ପୁଅ – ଦେଖନ୍ତୁ ଏହି Video ।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ୟୁକ୍ରେନ ଓ ଋଷିଆ ଯୁଦ୍ଧ ମଧ୍ୟରେ ଓଡ଼ିଆ ପୁଅ କିପରି ନିଜର ଜୀବନ କୁ ବାଜି ରେ ଲଗାଇ ଲଢ଼ିଛନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ୟୁକ୍ରେନ ଓ ଋଷିଆ ଯୁଦ୍ଧ ଜାରି ରହିଥିବା ବେଳେ ,ଯୁଦ୍ଧ ଭୂମି ରେ ସାହସ ଦେଖାଇଲେ କଳାହାଣ୍ଡି ର ଜଣେ ପୁଅ । ତେବେ ଘନ ଘନ ବୋମା ମାଡ଼ ଭିତରେ ସେ ନିଜ ଜୀବନ କୁ ଖାତିର କଲେନି । ତେବେ ଓଡ଼ିଆ ଛାତ୍ର ଜଣକ ଏଭଳି କାର୍ଯ୍ୟ କରିଛନ୍ତି ଯେ ଆପଣ ଜାଣିଲେ ତାଙ୍କର ପ୍ରଶଂସା ନ କରି ରହି ପାରିବେନି ।

 

ତେବେ ସୂଚନା ମୁତାବକ ସେହି ଓଡ଼ିଆ ଛାତ୍ର ଜଣକ 3 ହଜାର ଛାତ୍ରଛାତ୍ରୀ ମାନଙ୍କୁ ୟୁକ୍ରେନ ସୀମା ପାର କରାଇଲେ । ତେବେ ଆପଣ ମାନେ ତ ଜାଣିଛନ୍ତି ଯେ ୟୁକ୍ରେନ ଓ ଋଷିଆ ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି । ଆଉ ସମସ୍ତେ ନିଜର ଜୀବନ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି । ହେଲେ ଭାରତୀୟ ଛାତ୍ରଛାତ୍ରୀ ମାନଙ୍କୁ ସୁରକ୍ଷିତ ଭାବରେ ସୀମା ପାର କରାଇବା ପାଇଁ ନିଜ ଜୀବନ କୁ ବାଜି ରେ ଲଗାଇଲେ ଓଡ଼ିଆ ପୁଅ ।

 

ଜଣାଇ ରଖୁଛୁ ଯେ ଓଡ଼ିଶା ର ସେହି ଯୁବକ ଜଣକ ଙ୍କ ଘର ହେଉଛି କଳାହାଣ୍ଡି ଜିଲ୍ଲା ର ରାମପୁର ବ୍ଲକ୍ ଅଇଁଲାପାଲି ଏବଂ ତାଙ୍କର ନାମ ହେଉଛି ବିକାଶ ଚନ୍ଦ୍ର ସାହୁ । ଡାକ୍ତରୀ ପାଠ ପଢିବାକୁ 2017 ରେ ସେ ୟୁକ୍ରେନ୍ ଯାଇଥିଲେ । ଋଷ ଓ ୟୁକ୍ରେନ ଯୁଦ୍ଧ ପରେ ସେଠାରେ ଚିତ୍ର ସଂପୂର୍ଣ୍ଣ ବଦଳି ଯାଇଥିଲା । ଜୀବନ ବଞ୍ଚାଇବାକୁ କିଏ ସୁଡ଼ଙ୍ଗ ଭିତରେ ତ କିଏ ଭୋକ ଉପାସରେ ରହୁଥିଲେ ।

 

 ତେବେ ଏଭଳି ପରିସ୍ଥିତି ମଧ୍ୟରେ ବିକାଶ ସମସ୍ତ ପିଲା ଙ୍କୁ ନେଇ ସୀମା ପାର କରାଇବାରେ ସାହାଯ୍ୟ କରିଥିଲେ ।ସମସ୍ତେ ଯିବା ପରେ ଶୀତ କାକର ରେ ଅନ୍ୟ ପିଲା ଙ୍କୁ ଧରି ରାତି ଅନିଦ୍ରା ହୋଇଥିଲେ ଆଉ ଶେଷରେ ରୋମାନିଆ ରୁ ଥଙ୍ଗେରୀ ପହଞ୍ଚିଥିଲେ । ତେବେ ବିକାଶ ନିଜେ ନ ଆସି ଅନ୍ୟ ମାନଙ୍କ ପାଇଁ ଯେଉଁ ସହଯୋଗ କରିଥିଲେ ତାହାକୁ ବିକାଶ ଙ୍କ ପରିବାର ଲୋକ ଙ୍କ ସହିତ ବିଭିନ୍ନ ମହଲ ରୁ ପ୍ରଶଂସା କରା ଯାଇଛି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *