ରୁଷିଆ ଓ ୟୁକ୍ରେନ ଯୁଦ୍ଧ ମଝିରେ ପ୍ରଧାନମନ୍ତ୍ରୀ ମୋଦି କଲେ ବଡ଼ ଘୋଷଣା । ଜାଣିଲେ ସମସ୍ତେ ଖୁସି ହେଇଯିବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରୁଷିଆ ଓ ୟୁକ୍ରେନ ଯୁଦ୍ଧ ମଝିରେ ମୋଦି କଲେ ବଡ଼ ଘୋଷଣା ।  । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଘରୋଇ ମେଡ଼ିକାଲ କଲେଜଗୁଡ଼ିକରେ ଅଧା ସିଟ୍‌ ଫି କମ ରହିବ । ଅଧା ସିଟ ଫି’ ସରକାରୀ ମେଡ଼ିକାଲ କଲେଜ ସହ ସମାନ ରହିବ । ତା’ଠୁ ଅଧିକ ଫି’ ଘରୋଇ ମେଡ଼ିକାଲ କଲେଜଗୁଡ଼ିକ ନେଇପାରିବେ ନାହିଁ । ଏହାଦ୍ୱାରା ଗରିବ ଓ ମଧ୍ୟବର୍ଗର ଛାତ୍ରଛାତ୍ରୀମାନେ ଉପକୃତ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ବଡ଼ ଘୋଷଣା କରିଛନ୍ତି  । ସମ୍ପ୍ରତି ଘରୋଇ ମେଡ଼ିକାଲ କଲେଜଗୁଡ଼ିକ ବହୁତ ଫି’ ନେଉଥିବାରୁ ଗରିବ ଓ ମେଧାବୀ ଛାତ୍ରଛାତ୍ରୀମାନେ ଡାକ୍ତରୀ ପଢ଼ିବାର ସୁଯୋଗ ପାଉନଥିଲେ । କିନ୍ତୁ ମୋଦିଙ୍କ ଏଭଳି ଘୋଷଣା ଦ୍ୱାରା ଏବେ ହଜାର ହଜାର ଡାକ୍ତରୀ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ । 

 

ସୂଚନାଯୋଗ୍ୟ ଯେ, ଆମ ଦେଶ ଠାରୁ ୟୁକ୍ରେନ ଭଳି ଦେଶରେ ମେଡ଼ିକାଲ ପାଠପଢ଼ା ଫି’ କମ ରହିଛି । ଯେଉଁଥିପାଇଁ ହଜାର ଛାତ୍ରଛାତ୍ରୀ ଭାରତରୁ ଯାଇ ସେଠାରେ ପାଠ ପଢ଼ୁଛନ୍ତି । କିନ୍ତୁ ଏବେ ରୁଷ ଓ ୟୁକ୍ରେନ ଯୁଦ୍ଧ ଚାଲୁଥିବାବେଳେ ଭାରତରେ ମେଡ଼ିକାଲ କଲେଜ ଫି’କୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରମାନେ ସମାଲୋଚନାର ଶିକାର ହୋଇଥିଲେ । ଅପରପକ୍ଷରେ ଦେଶରେ ଅଧିକ ସଂଖ୍ୟକ ମେଡ଼ିକାଲ କଲେଜ ଖୋଲିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଷ୍ଠିତ ଶିଳ୍ପପତି ଓ କମ୍ପାନୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ଫଳରେ ଆନନ୍ଦ ମହିନ୍ଦ୍ରା, ମୁକେଶ ଅମ୍ବାନୀ, ଟାଟା କମ୍ପାନୀ ଭଳି ଅନେକ ଶିଳ୍ପପତି ମେଡ଼ିକାଲ କଲେଜ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ କରିଥିବା ନେଇ ଚର୍ଚ୍ଚା ହେଉଛି । 

 

ତେବେ ବର୍ତମାନ ସମୟରେ ଯାହା ଗୋଟିଏ ବଡ଼ ଖବର ରହିଛି ତାହା ହିସାବରେ ଦେଶର ସମସ୍ତ ବେସରକାରୀ ମେଡିକାଲ କଲେଜର ଅଧା ସିଟ୍‌ରେ ଛାତ୍ର ଛାତ୍ରୀ ସରକାରୀ କଲେଜ ଫି ଅନୁଯାୟୀ ଆଡମିଶନ୍‌ କରି ପାରିବେ । ଏହା ଆସନ୍ତା ଶିକ୍ଷା ବର୍ଷରୁ ଲାଗୁ ହେବ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ଏହି ସୁବିଧା ଫଳରେ ଅନେକ ଗରିବ ଓ ମଧ୍ୟବିତ୍ତ ପରିବାରର ଛାତ୍ର ଛାତ୍ରୀ ଲାଭବାନ୍‌ ହେବେ । 

 

କିଛି ଦିନ ପୂର୍ବରୁ ନେସନାଲ ମେଡିକାଲ କମିଶନ୍‌ (ଏନ୍‌ଏମ୍‌ସି) ଏକ ମେମୋରେଣ୍ଡମ ପ୍ରକାଶ କରି ବେସରକାରୀ ଏବଂ ଡିମ୍‌ଡ ବିଶ୍ୱବିଦ୍ୟାଳୟମାନେ ସେମାନଙ୍କ ମେଡିକାଲ କଲେଜରେ ୫୦ ପ୍ରତିଶତ ସିଟ୍‌ରେ ପିଲାମାନଙ୍କୁ ସରକାରୀ ମେଡିକାଲ କଲେଜ ଫି’ରେ ଆଡମିଶନ୍‌ କରିବେ । ଆଉ ଆଜି ୟୁକ୍ରେନ୍‌ର ଫେରିଥିବା ଅନେକ ଭାରତୀୟ ମେଡିକାଲ ଛାତ୍ର ଛାତ୍ରୀଙ୍କ ସହ କଥାବାର୍ତ୍ତା କରିବା ପରେ ମୋଦି ଏ ନେଇ ଟ୍ଵିଟ୍‌ କରିଛନ୍ତି । ତେବେ ସୂଚନା ଥାଉ କି ବର୍ତମାନ ଋଷ ଓ ୟୁକ୍ରେନ ଯୁଦ୍ଧ ସମୟରେ ଭାରତରେ ମେଡ଼ିକାଲ କଲେଜ ଫି’କୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରମାନେ ସମାଲୋଚନାର ଶିକାର ହୋଇଥିଲେ । ଫଳରେ ଏଭଳି ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *