ରୁଷ ଜାରି କଲା ଯୁଦ୍ଧ ସମୟରେ ଶତ୍ରୁ ରାଷ୍ଟ୍ର ର ତାଲିକା । ଜାଣନ୍ତୁ କେଉଁ ଦେଶ ସବୁ ତାଲିକା ରେ ଅଛନ୍ତି…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଋଷ ର ଶତ୍ରୁ ତାଲିକା ରେ ଥିବା ରାଷ୍ଟ୍ର ମାନଙ୍କ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ରୁଷ ର ଶତ୍ରୁ ଦେଶ ତାଲିକା ରେ ସାମିଲ ରହିଛି 31 ଟି ଦେଶ । ତେବେ ଏହି ତାଲିକା ରେ ଆଗରେ ରହିଛନ୍ତି ଆମେରିକା , ଜାପାନ ଓ ବ୍ରିଟେନ। ତେବେ ବର୍ତ୍ତମାନ ସମୟ ରେ ଏଭଳି ଦାବି କରିଛି ଚାଇନିଜ୍ ମିଡ଼ିଆ । ତେବେ ୟୁକ୍ରେନ ସହ ଯୁଦ୍ଧ କୁ ବିରୋଧ କରି କଟକଣା ଜାରି କରିଥିବା ଦେଶ କୁ ମିଶାଇ ମୋଟ 31 ଟି ରାଷ୍ଟ୍ର ର ନାମ ଘୋଷଣା କରିଛି ଋଷ ।

 

ଋଷ ବ୍ୟବସାୟିକ ସଂସ୍ଥା ତଥା ନାଗରିକ ମାନଙ୍କ ବିରୋଧ ରେ ଶତ୍ରୁ ଭଳି ଆଚରଣ କରୁଥିବା 31 ଟି ଦେଶ କୁ ଋଷ ନିଜର ଶତ୍ରୁ ଦର୍ଶାଇଛି । ତେବେ ଏହି ଲିଷ୍ଟ ରେ ଆମେରିକା ଓ ଜାପାନ ଭଳି ଦେଶ ଥିବାର ଦେଖା ଯାଇଛି । ୟୁକ୍ରେନ ବ୍ୟତୀତ ଆମେରିକା ,ୟୁକ୍ରେନ ,ଯାପନ ଓ ୟୁରୋପିୟ ସଂଘ ରେ ସଦସ୍ୟ ଥିବା ଦେଶ ଏହି ତାଲିକା ରେ ରହିଛନ୍ତି । ତେବେ ୟୁରୋପିୟ ସଂଘ ରେ ମୋଟ 27 ଟି ଦେଶ ରହିଥିବା ବେଳେ ମୋଟ 31 ଟି ଦେଶ କୁ ଶତ୍ରୁ ବୋଲି ଘୋଷଣା କରିଛି ଋଷ ।

 

ତେବେ ଏ ନେଇ ଚୀନ ଗଣ ମାଧ୍ୟମ ର ଏକ ରିପୋର୍ଟ ରେ ପ୍ରକାଶ ପାଇଛି । ତେବେ ଋଷ ବିରୋଧ ରେ ଅନେକ ପ୍ରତିବନ୍ଧକ ଲାଗିଛି ଆମେରିକା । ଆମେରିକା ରାଷ୍ଟ୍ରପତି ବାଇଡେନ୍ ” ଋଷ ର ରାଷ୍ଟ୍ରପତି ପୁଟିନ ଓ ଋଷ ର ବୈଦେଶିକ ମନ୍ତ୍ରୀ ଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି । ତେବେ ଏହା ସହ ଋଷ ର କିଛି କମ୍ପାନୀ ଓ 4 ଟି ବ୍ୟାଙ୍କ୍ ଉପରେ ପ୍ରତିବନ୍ଧକ ଲଗାଇଛି ଆମେରିକା ।

 

ଏହା ସହିତ ଋଷ ବିମାନ ପାଇଁ ତାର ଆକାଶ ମାର୍ଗ ମଧ୍ୟ ବନ୍ଦ କରିଛି ଆମେରିକା । ତେବେ ଆମେରିକା କେବଳ ଏତିକି ସୀମିତ ରହି ନାହିଁ । ୟୁକ୍ରେନ କୁ ଅସ୍ତ୍ର ଶସ୍ତ୍ର ପଠାଇବା ସହ ଆର୍ଥିକ ସ୍ଥିତି ପାଇଁ ଅର୍ଥ ଘୋଷଣା କରିଛି ଆମେରିକା । ସେହିପରି ବ୍ରିଟେନ,ଜାପାନ ଓ ୟୁରୋପୀୟ ସଂଘ ର କେତେକ ରାଷ୍ଟ୍ର ମାନେ ଋଷ ବିରୋଧ ରେ କଟକଣା ଜାରି କରିଛନ୍ତି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *