ଆମେରିକା ଗୁଇନ୍ଦା ସଂସ୍ଥା ଦେଲା ରିପୋର୍ଟ | ଋଷ ଓ ଯୁକ୍ରେନ ପରେ ଏବେ ଭାରତ ଓ ପାକିସ୍ତାନ ହବ….

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଆମେରିକା ଗୁଇନ୍ଦା ସଂସ୍ଥା ଭାରତ ଓ ପାକିସ୍ଥାନ କୁ ନେଇ କେଉଁ ରିପୋର୍ଟ ଦେଇଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ପାକିସ୍ଥାନ ଦେଶ କଥା ବେଶ୍ ଭଲ ଭାବରେ ଜାଣି ଛନ୍ତି । ତେବେ ଆପଣ ମାନେ ଏହା ଜାଣିଛନ୍ତି ଯେ ,ଭାରତ ବିରୋଧୀ ଆତଙ୍କବାଦୀ ଗୋଷ୍ଠୀକୁ ଦୀର୍ଘକାଳ ଧରି ସମର୍ଥନ କରିଆସୁଛି ପାକିସ୍ତାନ । ତେବେ ଭାରତ ଅନେକ ଥର ଆତଙ୍କବାଦୀ ଆକ୍ରମଣ ର ଶିକାର ହୋଇଛି । ତେବେ ବର୍ତ୍ତମାନ ସମୟ ରେ ଆମେରିକା କଂଗ୍ରେସରେ ମାର୍କିନ ଗୁଇନ୍ଦା ସଂସ୍ଥା ପ୍ରକାଶ କରିଛି ଯେ ,ପାକିସ୍ତାନ ରଗେଇଲେ ଭାରତ ତା’ର କଡ଼ା ଜବାବ ଦେବ।

 

ତେବେ ସୂଚନାଯୋଗ୍ୟ କଥା ଏହା ଯେ ,ଆମେରିକା ଇଣ୍ଟେଲିଜେନ୍ସ କମ୍ୟୁନିଟିର ବାର୍ଷିକ ବିପଦ ଆକଳନ , ଅଫିସ ଅଫ୍ ଡାଇରେକ୍ଟର ଅଫ୍ ନ୍ୟାସନାଲ ଇଣ୍ଟେଲିଜେନ୍ସ ଦ୍ବାରା ଏହା ପ୍ରକାଶ ପାଇଛି। ଭାରତ ଓ ଚୀନ୍ ବେଳେ ବେଳେ ସୀମା ବିବାଦକୁ ନେଇ ମୁହାଁମୁହିଁ ହୋଇଥାନ୍ତି ।ତେବେ ଉଭୟ ଦେଶ ନିଜ ନିଜର ସୀମା ରେ ସାମରିକ ଉପସ୍ଥିତି କୁ ବୃଦ୍ଧି କରୁଛନ୍ତି ।

 

ଏହାଦ୍ବାରା ଯେକୌଣସି ସମୟରେ ସୀମାରେ ସଶସ୍ତ୍ର ସଂଘର୍ଷ ହେବା ଅସମ୍ଭବ ନୁହେଁ। ତେବେ ଏହା ଆମେରିକୀୟ ଲୋକ ମାନଂକ ପ୍ରତି ବିପଦ ସୃଷ୍ଟି କରିପାରେ ,ଏଥିପାଇଁ ସେମାନେ ଏଥିରେ ହସ୍ତକ୍ଷେପ କରିବା ଆବଶ୍ୟକ ।ତେବେ ଭାରତ ଓ ପାକିସ୍ଥାନ ର ସମ୍ପର୍କ କେଉଁ ଭଳି ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଛନ୍ତି । 

 

କାଶ୍ମୀର ପ୍ରସଙ୍ଗ କୁ ନେଇ ଭାରତ ଓ ପାକିସ୍ଥାନ ମଧ୍ୟରେ ସବୁବେଳେ ବିବାଦ ଲାଗି ରହିଥାଏ । ଆଉ ପାକିସ୍ଥାନୀ ଆତଙ୍କବାଦୀମାନେ ଅନେକ ସମୟରେ ଭାରତରେ ଆକ୍ରମଣ କରିଥାନ୍ତି । କିନ୍ତୁ ଏବେ ଭାରତ ଆଉ ସହ୍ୟ କରିବ ନାହିଁ ଏଥର ପାକିସ୍ତାନ କୁ କଡା ଜବାବ  ଦେବ ଓ ଦରକାର ପଡିଲେ ଯୁଦ୍ଧ ଘୋଷଣା ଭାରତ କରିବ। ତେବେ ଭାରତ ସର୍ଜିକାଲ ଷ୍ଟ୍ରାଇକ୍‌ ଦ୍ବାରା ଏହାର ପ୍ରମାଣ ଦେଇଛି ବୋଲି ଆମେରିକା କହିଛି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *