ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମୋଦି କଲେ ବଡ଼ ଘୋଷଣା । ବେସରକାରୀ ମେଡିକାଲ କଲେଜରେ ନିଆଯିବ ସରକାରୀ ଆଡମିଶନ୍ ଫି।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆମ ଦେଶ ଠାରୁ ୟୁକ୍ରେନ ଭଳି ଦେଶରେ ମେଡ଼ିକାଲ ପାଠପଢ଼ା ଫି’ କମ ରହିଛି । ଯେଉଁଥିପାଇଁ ହଜାର ଛାତ୍ରଛାତ୍ରୀ ଭାରତରୁ ଯାଇ ସେଠାରେ ପାଠ ପଢ଼ୁଛନ୍ତି । କିନ୍ତୁ ଏବେ ରୁଷ ଓ ୟୁକ୍ରେନ ଯୁଦ୍ଧ ଚାଲୁଥିବାବେଳେ ଭାରତରେ ମେଡ଼ିକାଲ କଲେଜ ଫି’କୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରମାନେ ସମାଲୋଚନାର ଶିକାର ହୋଇଥିଲେ । ଅପରପକ୍ଷରେ ଦେଶରେ ଅଧିକ ସଂଖ୍ୟକ ମେଡ଼ିକାଲ କଲେଜ ଖୋଲିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଷ୍ଠିତ ଶିଳ୍ପପତି ଓ କମ୍ପାନୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ଫଳରେ ଆନନ୍ଦ ମହିନ୍ଦ୍ରା, ମୁକେଶ ଅମ୍ବାନୀ, ଟାଟା କମ୍ପାନୀ ଭଳି ଅନେକ ଶିଳ୍ପପତି ମେଡ଼ିକାଲ କଲେଜ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ କରିଥିବା ନେଇ ଚର୍ଚ୍ଚା ହେଉଛି ।
ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲେ ବଡ଼ ଘୋଷଣା , ଏଣିକି ସରକାରୀ କଲେଜ ଫି ଦେଇ ବେସରକାରୀ ମେଡିକାଲ କଲେଜରେ ପାଠ ପଢ଼ିପାରିବେ ଛାତ୍ରଛାତ୍ରୀ । ଏଭଳି ଏକ ବଡ଼ ଘୋଷଣା କରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ମେଡିକାଲ୍ କଲେଜରେ ଆଡମିଶନ ନେଇ ଏହା ମୋଦିଙ୍କ ବଡ଼ ଘୋଷଣା । ପ୍ରଧାନମନ୍ତ୍ରୀଙ୍କ କହିବାନୁଯାୟୀ ଘରୋଇ ମେଡିକାଲ କଲେଜରେ ଅଧା ସିଟ୍ ଫି’ କମ୍ ରହିବ । ଅର୍ଥାତ୍ ଅଧା ସିଟ୍ ଫି’ ସରକାରୀ ମେଡିକାଲ କଲେଜ ଫି’ ସହ ସମାନ ରହିବ ।
ତା ଠାରୁ ଅଧିକ ଫି’ ଘରୋଇ ମେଡିକାଲ କଲେଜ ନେଇ ପାରିବେ ନାହିଁ । ଏହି ନିଷ୍ପତ୍ତି ଦ୍ୱାରା ଅନେକ ଗରିବ ଓ ମଧ୍ୟବର୍ଗ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।ତେବେ ପ୍ରାଇଭେଟ୍ ମେଡିକାଲ କଲେଜ୍ର ଯେଉଁ ସିଟ୍ରେ ଫି’ କମ୍ ରହିବ, ସେହି ସିଟ୍ ଗୁଡ଼ିକ ଗରୀବ ମେଧାବୀ ଛାତ୍ରଙ୍କ ପାଇଁ ଉଦ୍ଧିଷ୍ଟ ହେବ । କେବଳ ଗରୀବ ଛାତ୍ର, ଯିଏ ମେଡିକାଲ ପଢ଼ିବା ପାଇଁ ଯୋଗ୍ୟ କିନ୍ତୁ ଅର୍ଥର ଅଭାବ ହେତୁ ପଢ଼ିପାରୁନାହିଁ । ସେହିଭଳି ଛାତ୍ରଛାତ୍ରୀଙ୍କୁ ଏହି ସିଟ୍ରେ ଆଡ୍ମିଶନ ପାଇଁ ସୁଯୋଗ ମିଳିବ ବୋଲି କୁହାଯାଇଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।