ଏହି ଗାଁରେ ସବୁ ଲୋକ କୋଟିପତି । ଆସନ୍ତୁ ଜାଣିବା ସରପଞ୍ଚ କେମିତି ବଦଳାଇଦେଲେ ଲୋକଙ୍କ ଭାଗ୍ୟ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଏହି ଗାଁରେ ରହୁଛନ୍ତି ସବୁଠାରୁ ଅଧିକ କୋଟିପତି । ଆସନ୍ତୁ ଜାଣିବା ସରପଞ୍ଚ କେମିତି ବଦଳାଇଦେଲେ ଲୋକଙ୍କ ଭାଗ୍ୟ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣ ବୋଧହୁଏ ଜାଣିନଥିବେ, ଭାରତରେ ଏମିତି ଏକ ଗାଁ ରହିଛି ଯେଉଁଠି କି ପ୍ରତ୍ୟେକ ଘର ଧନ ସମ୍ପତ୍ତିରେ ପରିପୂର୍ଣ୍ଣ । ମହାରାଷ୍ଟ୍ରର ମହମ୍ମଦନଗର ଜିଲ୍ଲାରେ ରହିଛି ହିବରେ ବଜାର ଗାଁ । ଆଉ ଏହି ଗାଁକୁ ଭାରତର ସବୁଠାରୁ ଧନୀଶାଳୀ ଗାଁ ବୋଲି କୁହାଯାଏ । ବିଶେଷତଃ କୃଷି ଉପରେ ନିର୍ଭର କରୁଥିବା ଏହି ଗାଁର ଜିଡିପି ବୃଦ୍ଧି ପାଇଥିବା କୁହାଯାଉଛି । ଗାଁରେ ଗରିବଙ୍କ ସଂଖ୍ୟା କମ ଥିବା ବେଳେ ଏହି ଗାଁର ଲୋକେ ଏବେ ଆଉ ସହରାଭିମୁଖୀ ହେଉନାହାନ୍ତି । ଗାଁରେ ହିଁ କ୍ଷେତବାଡ଼ିରେ ଚାଷବାସ କରି ବେଶ ଦୁଇପଇସା ଲାଭ କରି ପରିବାର ପ୍ରତିପୋଷଣ କରିପାରୁଛନ୍ତି । 

 

ଯେଉଁମାନେ ଗାଁ ଛାଡ଼ି ସହରକୁ କାମଧନ୍ଦା କରିବାକୁ ବାହାରି ଯାଇଥିଲେ, ସେମାନେ ଏବେ ଗାଁକୁ ଫେରୁଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୃଷି କ୍ଷେତ୍ରରେ ସ୍ୱାବଲମ୍ବି ହୋଇ ବିପୁଳ ଧନ ସଞ୍ଚୟ କରିବା ଭଳି ଯୋଜନା ପଛରେ ରହିଛି ଗାଁ ସରପଞ୍ଚଙ୍କ ହାତ । ସମସ୍ୟାପୂର୍ଣ୍ଣ ଗାଁରୁ ପାଲଟିଗଲା ଭାରତର ସବୁଠୁ ଧନୀ ଗାଁ । ମହାରାଷ୍ଟ୍ରର ଏହି ଗାଁରେ ପାଣି ଟୋପାଏ ମଧ୍ୟ ପାଉନଥିଲେ ଗାଁ ଲୋକେ । କିନ୍ତୁ ସରପଞ୍ଚଙ୍କ ନେତୃତ୍ବ ଓ ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ଶେଷରେ ଭାରତର ସବୁଠୁ ଧନୀ ଗାଁ ହୋଇପାରିଛି ଏହି ଗାଁ । ଦିନେ ରୋଜଗାର ଓ ପାଠ ପଢିବା ପାଇଁ ଗାଁ ଛାଡୁଥିବା ଏଠାକାର ଲୋକେ ଏବେ ୯୫ ପ୍ରତିଶତ ସାକ୍ଷର । 

 

ଏବେ ଜାଣନ୍ତୁ ମହାରାଷ୍ଟ୍ରର ଏହି ଆଦର୍ଶ ଗାଁ ‘ହିବାରେ ବଜାର’ ର ସଫଳତାର କାହାଣୀ । ପୋପଟ ରାଓ ପାୱାର ଏହି ଗାଁର ସରପଞ୍ଚ । ଯାହାଙ୍କ ନାଁ ଭାରତର ସେହି ଲୋକମାନଙ୍କ ଭିତରେ ଗଣାଯାଏ, ଯେଉଁମାନଙ୍କ ପାଇଁ ତାଙ୍କ ଗାଁ ସୁନା ପାଲଟିଯାଇଛି । କୃଷି କ୍ଷେତରେ ନୂଆନୂଆ ପଦ୍ଧତିକୁ ଆପଣେଇ କିଭଳି ସୁନା ଫସଲ ଅମଳ କରିହେବ ଏବଂ ରୋଜଗାରକ୍ଷମ ହୋଇପାରିବ ସେ ଟେକନିକକୁ ଚାଷୀଭାଇଙ୍କୁ ବୁଝାଇଥିଲେ ଗାଁ ସରପଞ୍ଚ । କୁହାଯାଏ ୧୯୭୦ ମସିହା ବେଳକୁ ଏହି ଗାଁ କୁୁସ୍ତି କ୍ଷେତ୍ରରେ ଅଗ୍ରଣୀ ଥିଲା । କିନ୍ତୁ ଦୁର୍ବିସହରେ ବିତୁଥିଲା ଏହି ଗାଁ ଲୋକଙ୍କ ଜୀବନ । ଗାଁରେ ୯୩ କୂଅ ଥିଲେ ମଧ୍ୟ ୮୨ ରୁ ୧୧୦ ଫୁଟ ଥିଲା ଜଳସ୍ଥର, ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ । 

 

କିଛି ଲୋକ ଗାଁ ଛାଡ଼ି ଯେତେବେଳେ ଚାଲିଯିବାକୁ ଲାଗିଲେ, ସେତେବେଳେ ଗାଁ ଲୋକେ ହିଁ ଏକତ୍ରୀତ ହୋଇ ଆରମ୍ଭ କରିଥିଲେ ମେଳି, ଆଉ ବାହାର କରିଥିଲେ ନିଜେ ସ୍ୱାବଲମ୍ବି ହେବାର ବାଟ । ୧୯୯୦ ମସିହାରେ ଗାଁରେ ଏକ କିମିଟି ତିଆରି କରାଗଲା । ଏହା ପରେ ଗାଁରେ କୂଅ ଖୋଳିବା ଗଛଲଗାଇବା ଭଳି କାମ ଆରମ୍ଭ ହେଲା । ୧୯୯୫ରେ ଏହି ଗାଁକୁ ଆଦର୍ଶ ଗାଁ ଯୋଜନା ଆସିବା ପରେ ଏଠାକାର ଲୋକେ ଏହାଦ୍ୱାରା ସ୍ୱାବଲମ୍ବୀ ହେବା ଆରମ୍ଭ କଲେ । ସରକାରୀ କଳରୁ ମିଳିଥିବା ଅର୍ଥରାଶିକୁ ସଠିକ ଉପାୟରେ ଉପଯୋଗ କରି ଚାଷବାସରେ ବିନିଯୋଗ କରାଗଲା । ଏବଂ ଏସବୁ ପଛରେ ରହିଥିଲା ଗାଁ ସରପଞ୍ଚଙ୍କ ହାତ । ଚାଷବାସକୁ ବୃତ୍ତିଭାବରେ ଆପଣେଇ ବିଭିନ୍ନ ଉଦ୍ଧତି ଦ୍ୱାରା ଚାଷବାସରୁ ଆୟ କଲେ ଅର୍ଥ । ଆଉ ବାସ୍ ଆଜିର ଦିନରେ ଏହି ଗାଁର ପ୍ରତ୍ୟେକ ଘର ଧନସମ୍ପତ୍ତିରେ ପରିପୂର୍ଣ୍ଣ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *