ଏପ୍ରିଲ 29 ରୁ ଆରମ୍ଭ ଓଡି଼ଶା ରେ ମାଟ୍ରିକ ପରୀକ୍ଷା | ଜାଣନ୍ତୁ କେବେ ଓ କେମିତି ବାହାରିବ ରେଜଲ୍ଟ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଏପ୍ରିଲ ୨୯ରୁ ମାଟ୍ରିକ ପରୀକ୍ଷା । ଜାଣନ୍ତୁ ଏଥର କେମିତି ଛାତ୍ରଛାତ୍ରୀ ଦେବେ ପରୀକ୍ଷା ଓ କେମିତି ହେବ ମୂଲ୍ୟାଙ୍କନ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରାଜ୍ୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ।ଏହାସହ ଅଫଲାଇନ୍ ପରୀକ୍ଷା ହେବା ସହ ତିନୋଟି ପଦ୍ଧତିରେ ମୂଲ୍ୟ ନିର୍ଦ୍ଧାରଣ ହେବ ବୋଲି ସେ କହିଛନ୍ତି । ପ୍ରାୟ ୨ ବର୍ଷ ହେଲା କରୋନା ମହାମାରୀ ଲାଗି ରହିଛି । ପ୍ରଥମ ଥର ପାଇଁ ସମସ୍ତେ ଏପରି ମହାମାରୀର ସାମ୍ନା କରୁଛନ୍ତି । ତିନୋଟି ଲହରୀ ଗଲାଣି । ଏହା ମାନସିକ, ଶାରୀରିକ ଓ ଅର୍ଥନୈତିକ ଶକ୍ତିକୁ ପ୍ରଭାବିତ କରିଛି । ପାଠପଢାକୁ ମଧ୍ୟ ପ୍ରଭାବିତ କରିଛି । ଅନେକ ପିଲା ସ୍କୁଲ ଯାଇ ପାରିନାହାଁନ୍ତି । ଲକଡାଉନ୍ ଓ ସଟଡାଉନ୍ ପାଇଁ ସ୍କୁଲ ବନ୍ଦ ରହିଛି । ଅନେକ ମାନସିକ ଭାରସାମ୍ୟ ହରାଇଛନ୍ତି । ଗତବର୍ଷ କରୋନା ପାଇଁ ଦଶମ ଶ୍ରେଣୀ ପରୀକ୍ଷା ହୋଇପାରିନଥିଲା । 

ନୂଆ ମୂଲ୍ୟାୟନ ପଦ୍ଧତିରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଏବର୍ଷ ୨୦୨୧-୨୨ ଶିକ୍ଷାବର୍ଷରେ କିଛି ସ୍ଥିତି ସୁଧୁରିଛି । ସେ ଆହୁରି କହିଛନ୍ତି ଯେ,ଏବର୍ଷର ମାଟ୍ରିକ ପରୀକ୍ଷା ପାଇଁ ରାଜ୍ୟ ସରକାର ଅନେକ ଆଲୋଚନା କରିଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦ ଛାଚ୍ରଛାତ୍ରୀ, ଅଭିଭାବକ, ଶିକ୍ଷାବିତଙ୍କ ଦାବି ଓ ଅନୁରୋଧକୁ ନଜରରେ ରଖି ସମେଟିଭ୍ ଆସେସମେଣ୍ଟ ୨ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ । ଅଫଲାଇନ୍ ପରୀକ୍ଷା ପାଇଁ ମତ ପ୍ରକାଶ ପାଇଛି । ଏପରିକି ଦିନକୁ ଦୁଇଟି ବଦଳରେ ଗୋଟିଏ ବିଷୟରେ ପରୀକ୍ଷା ହେବ । କମ୍  ଦିନରେ ପରୀକ୍ଷା ଶେଷ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହେବ  ବୋଲି ମତ ପ୍ରକାଶ ପାଇଛି। ତେବେ ଏପ୍ରିଲ ୨୯ରୁ ମାଟ୍ରିକ ପରୀକ୍ଷା ହେବ ବୋଲି ସେ ସୂଚନା ଦେଇଛନ୍ତି ।  

ସେ ଆହୁରି କହିଛନ୍ତି ଯେ, ସମସ୍ତଙ୍କ ପାଇଁ ଅଫଲାଇନରେ ମାଟ୍ରିକ ପରୀକ୍ଷା ହେବ । ତିନୋଟି ରୂପରେ ପିଲାଙ୍କ ଖାତା ମୂଲ୍ୟାୟନ ହେବ । ସମେଟିଭ୍ ଆସେସମେଣ୍ଟ ୨ ପରୀକ୍ଷା ସବୁ ଛାତ୍ରଛାତ୍ରୀ ନିଜ ସ୍କୁଲରେ ଦେବେ । ଯଦି ଦରକାର ପଡେ ନିକଟତମ ସ୍କୁଲରେ ପିଲା ପରୀକ୍ଷା ଦେବେ । ଏନେଇ ମାଧ୍ୟମିକ ସ୍କୁଲ ଶିକ୍ଷା ପରିଷଦ ଗାଇଡଲାଇନ୍ ଜାରି କରିବେ । ଛାଚ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ଯେଉଁ ପଦ୍ଧତିରେ ଛାତ୍ରଛାତ୍ରୀ ଭଲ ମାର୍କ ରଖିବେ ସେହି ମାର୍କକୁ ଚୂଡାନ୍ତ କରାଯିବ । ପ୍ରଥମ ଦୁଇଟି ହେଉଛି ବିକଳ୍ପ ଓ ତୃତୀୟରେ ନୂଆ ପଦ୍ଧିତରେ ଫଳ ନିର୍ଦ୍ଧାରଣ ହେବ । 

ପ୍ରଥମ ପଦ୍ଧତିରେ ସମେଟିଭ୍ ଆସେସମେଣ୍ଟ୍ ୧ ଓ ଇଣ୍ଟରନାଲ ଆସେସମେଣ୍ଟକୁ ଦୁଇ ଗୁଣା କରି ଛାତ୍ରଛାତ୍ରୀଙ୍କ ମାର୍କ ବାହାରିବ । ଦ୍ୱିତୀୟ ପର୍ଯ୍ୟାୟରେ ସମେଟିଭ୍ ଆସେସମେଣ୍ଟ୨ ଆଧାରରେ ମାର୍କ ଦିଆଯିବ । ସମ୍ମେଟିଭ୍-୨ ମାର୍କ ୨ ଗୁଣ କରି ହିସାବ କରାଯିବ । ୩ୟ ପଦ୍ଧତି ହେଉଛି ଇଣ୍ଟରନାଲ୍ ଆସେସ୍‌ମେଣ୍ଟର ୨୦% ସମ୍ମେଟିଭ୍-୧ରୁ ୩୦% । ତେବେ ସମ୍ମେଟିଭ୍-୨ରୁ ୫୦ ପ୍ରତିଶତ ନମ୍ଵର ନେଇ ମାର୍କିଂ କରାଯିବ । ବିଭିନ୍ନ ପରୀକ୍ଷା ଫଳ ମିଶାଇ ମାର୍କ ନିର୍ଦ୍ଧାରଣ କରାଯିବ । ଯେଉଁଥିରେ ଛା୍ରଛାତ୍ରୀ ସର୍ବାଧିକ ନମ୍ବର ରଖିବେ ତାକୁ ହିଁ ଚୂଡାନ୍ତ ଫଳ ବୋଲି ଧରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *