ୟୁକ୍ରେନ, ଋଷ୍ ଯୁଦ୍ଧ ମଧ୍ୟରେ  ଭାରତ ପାଇଁ ଆସିଲା ଏକ ବଡ ଆଶ୍ୱସ୍ତିକର ଖବର, ଋଷ୍ ଦେଲା ଅଫର୍, କମିବ ପେଟ୍ରୋଲ ଡିଜେଲ ଦର…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ୟୁକ୍ରେନ, ଋଷ୍ ଯୁଦ୍ଧ ମଧ୍ୟରେ  ଭାରତ ପାଇଁ ଆସିଲା ଏକ ବଡ ଆଶ୍ୱସ୍ତିକର ଖବର, ଋଷ୍ ଦେଲା ଅଫର୍, କମିପାରେ ତେଲ ଦର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସବୁ ଆଡେ ଗୋଟିଏ ଖବର । ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଛି ଯୁଧ୍ୟ । ଯୁଦ୍ଧ ରେ ଅନେକ ଦିନ ବିତିଗଲାଣି । ୟୁକ୍ରେନ ଉପରେ ଋଷ ଭାରି ପଡିଛି । ୟୁକ୍ରେନ ର ବାସିନ୍ଦା ମାନଙ୍କୁ ଋଷ ର ଆକ୍ରମଣ ମହଙ୍ଗା ପଡିଛି । ୟୁକ୍ରେନ ର ଅନେକ ସହର ରେ ନିଆଁ ଲାଗି ସାରିଛି । ଦୁଇ ଦେଶ ର ସେନା ସୀମା ରେ ବୃତାୟନ ହୋଇ ରହିଛି । ଋଷ ର ମୂଳ ଲକ୍ଷ୍ୟ ହେଉଛି ୟୁକ୍ରେନ ର ରାଜଧାନୀ କିବ ରେ ଦଖଲ ଅନ୍ଦାଜ କରିବା। ଏହି ଯୁଦ୍ଧ ଯୋଗୁଁ ଆମ ଦେଶରେ ସମସ୍ୟା ଦେଖିବାକୁ ମିଳୁଥିଲା,ଯୁଦ୍ଧ କାରଣରୁ ତେଲ ଆମ ଦେଶକୁ ଆସି ପାରୁନଥିବାରୁ ତେଲ ଦର ବଢିବାରେ ଲାଗିଛି।ୟୁକ୍ରେନ୍‌ ଉପରେ ଆକ୍ରମଣକୁ ନେଇ ଆମେରିକା ଏବଂ ୟୁରୋପୀୟ ଦେଶ ଋଷ୍‌ ଉପରେ ବିଭିନ୍ନ ପ୍ରତିବନ୍ଧକ ଲଗାଇଛନ୍ତି । 

 

ଏହି ପରିସ୍ଥିତିର ସାମ୍ନା କରୁଥିବା ଋଷିଆନ୍‌ ତୈଳ କମ୍ପାନୀ ଭାରତକୁ ତୈଳ ବିକ୍ରି ନେଇ ବଡ଼ ମାତ୍ରାରେ ଡିସ୍କାଉଣ୍ଟ ଦେବାକୁ ଅଫର୍‌ ଦେଉଛନ୍ତି।ଏକ ବାଣିଜ୍ୟ ପତ୍ରିକାର ରିପୋର୍ଟ ମୁତାବକ, ଋଷ୍‌ର ତେଲ କମ୍ପାନୀ ଭାରତକୁ ଅଶୋଧିତ ତୈଳର ଦାମ୍‌ ଠାରୁ ୨୫ରୁ ୨୭ ପ୍ରତିଶତ କମ୍‌ରେ ବିକ୍ରି କରିବାକୁ ଅଫର୍‌ ଦେଉଛନ୍ତି। ୟୁକ୍ରେନ୍‌ ଆକ୍ରମଣକୁ ନେଇ ଅନ୍ତରାଷ୍ଟ୍ରୀୟ ବ୍ୟାଙ୍କିଙ୍ଗ୍‌ ସିଷ୍ଟମ୍‌ ସ୍ୱିଫ୍ଟକୁ ଋଷ୍‌ରୁ ହଟାଇ ଦିଆଯାଇଛି । ଯାହା ଫଳରେ ଅନ୍ୟ ଦେଶ ସହ ବ୍ୟବସାୟ କରିବା ଋଷ୍‌ ପାଇଁ କଠିନ ହୋଇପଡ଼ିଛି । ଋଷ୍‌ ସରକାର ଏଥିପାଇଁ ବିକଳ୍ପ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଯଦି ଋଷ୍‌ର ଏହି ପ୍ରୟାସ ସଫଳ ହୁଏ ତେବେ ଭାରତ ସହ ଋଷ୍‌ର ତୈଳ ବ୍ୟାପାର ବୃଦ୍ଧି ହେବ।

 

ଋଷ୍‌ର ସବୁଠାରୁ ବଡ଼ ତୈଳ ବିକ୍ରେତା କମ୍ପାନୀ ରୋସନେଫ୍ଟ ଭାରତକୁ ଅଧିକ ମାତ୍ରାରେ ଅଶୋଧିତ ତୈଳ ରପ୍ତାନୀ କରୁଛି । ଗତ ବର୍ଷ ଡିସେମ୍ୱରରେ ଋଷ୍‌ ଭାରତର ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌କୁ ୨ କୋଟି ଟନ୍‌ ପର୍ଯ୍ୟନ୍ତ ତେଲ ଦେବା ପାଇଁ କଣ୍ଟ୍ରାକ୍ଟ ସ୍ୱାକ୍ଷରିତ କରିଥିଲା।ତେବେ ଋଷ୍‌ ଉପରେ ପ୍ରତିବନ୍ଧକ ଭିତରେ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିବା ପାଇଁ ଭାରତକୁ ସତର୍କର ସହ ନିଷ୍ପତ୍ତି ନେବାକୁ ପଡ଼ିବ । କାରଣ ଋଷ୍‌ ଠାରୁ ତେଲ କିଣିବାକୁ ଏକ ପ୍ରକାର ଆର୍ଥିକ ସହାୟତା ପ୍ରଦାନ ବୋଲି ଅନ୍ୟ ଦେଶମାନେ ବିଚାର କରିପାରନ୍ତି । ତେଣୁ ଏହା ଭାରତ ପାଇଁ ମଧ୍ୟ ଭାରି ପଡ଼ିପାରେ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *