ୟୁକ୍ରେନ, ଋଷ୍ ଯୁଦ୍ଧ ମଧ୍ୟରେ  ଭାରତ ପାଇଁ ଆସିଲା ଏକ ବଡ ଆଶ୍ୱସ୍ତିକର ଖବର, ଋଷ୍ ଦେଲା ଅଫର୍, କମିବ ପେଟ୍ରୋଲ ଡିଜେଲ ଦର…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ୟୁକ୍ରେନ, ଋଷ୍ ଯୁଦ୍ଧ ମଧ୍ୟରେ  ଭାରତ ପାଇଁ ଆସିଲା ଏକ ବଡ ଆଶ୍ୱସ୍ତିକର ଖବର, ଋଷ୍ ଦେଲା ଅଫର୍, କମିପାରେ ତେଲ ଦର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସବୁଠୁ ଏହି ଗୋଟେ ଖବର ,ଆଉ ଏହି ଖବର କୁ ଜାଣିଲେ ମନ ରେ ଟିକେ ଆଶ୍ୱସ୍ତି ଆସିଯିବ । ତେବେ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ଏହା ଜାଣିଛନ୍ତି , ଋଷ ଓ ୟୁକ୍ରେନ ମଧ୍ୟରେ ବର୍ତ୍ତମାନ ସମୟ ରେ ଘମାଘୋଟ ଲଢେଇ ଚାଲିଛି । ୟୁକ୍ରେନ ର ବାସିନ୍ଦା ମାନଂଙ୍କୁ ଋଷ ର ଏହି ଆକ୍ରମଣ ଭାରି ପଡ଼ିଛି । ଆଉ ଋଷ ର ଆକ୍ରମଣ ରେ ୟୁକ୍ରେନ ର ଅନେକ ସହର ଜଳି ଗଲାଣି ।

 

ତେବେ ଏହି ଯୁଦ୍ଧ ପାଇଁ ସାରା ବିଶ୍ବ ଉପରେ ଏହାର ପ୍ରଭାବ ପଡୁଛି ,ଆମ ଭାରତ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି । ତେବେ ଏହି ଯୁଦ୍ଧ ଯୋଗୁଁ ଭାରତ କୁ ତେଲ ଆସି ପାରୁ ନାହିଁ ,ଯାହା ଫଳରେ ତେଲ ଦର ମଧ୍ୟ ବୃଦ୍ଧି ପାଇଛି । ତେବେ ଜଣାଇ ରଖୁଛୁ କି ,ଦୁଇ ଦେଶ ର ଆକ୍ରମଣ ପରେ ଆମେରିକା ସମେତ ଅନ୍ୟାନ୍ୟ ଦେଶ ଗୁଡିକ ମଧ୍ୟ ଋଷ ଉପରେ କଡା ପ୍ରତିବନ୍ଧକ ଲଗାଇଛନ୍ତି। 

 

 

ତେବେ ଏହି ସମୟ ମଧ୍ୟରେ ଋଷିଆ ତରଫ ରୁ ଭାରତ ପାଇଁ ଏମିତି ଏକ ଖବର ସାମ୍ନା କୁ ଆସୁଛି ଯାହାକି ମନ ରେ ଟିକେ ଆଶ୍ୱସ୍ତି ଆଣୁଛି। ତେବେ ମିଳିଥିବା ସୂଚନା ଅନୁଯାୟୀ , ଋଷିଆନ୍‌ ତୈଳ କମ୍ପାନୀ ତୈଳ ବିକ୍ରି ନେଇ ଭାରତ କୁ ଏକ ବଡ ଡିସ୍କାଉଣ୍ଟ ଦେବାକୁ ଅଫର୍‌ ଦେଉଛନ୍ତି। ତେବେ ସୂଚନା ମୁତାବକ , ଋଷିଆନ୍‌ ତୈଳ କମ୍ପାନୀ ଅଶୋଧିତ ତୈଳର ଦାମ୍‌ ଠାରୁ ୨୫ରୁ ୨୭ ପ୍ରତିଶତ କମ୍‌ରେ ବିକ୍ରି କରିବାକୁ ଅଫର୍‌ ଦେଉଛନ୍ତି ।

 

ତେବେ ଦର୍ଶକ ବନ୍ଧୁ ଋଷ ଓ ୟୁକ୍ରେନ ଯୁଦ୍ଧ ପରେ ଆମେରିକା ସମେତ ଅନ୍ୟାନ୍ୟ ଦେଶ ଗୁଡିକ ଋଷ ଉପରେ କଡା ପ୍ରତିବନ୍ଧକ ଲଗାଇଛନ୍ତି ଓ ଏହା ସହିତ ମଧ୍ୟ ବର୍ତ୍ତମାନ ସମୟ ରେ ଅନ୍ୟ ଦେଶ ମାନଙ୍କ ସହ ବ୍ୟବସାୟ କରିବା ଋଷ୍‌ ପାଇଁ କଠିନ ହୋଇପଡ଼ିଛି । ତେବେ ଏଥିପାଇଁ ଋଷ ସରକାର ଏହି ବିକଳ୍ପ ପ୍ରସ୍ତୁତ କରିଛନ୍ତି। ତେବେ ବର୍ତ୍ତମାନ ସମୟ ରେ ଋଷ୍‌ର ସବୁଠାରୁ ବଡ଼ ତୈଳ ବିକ୍ରେତା କମ୍ପାନୀ ରୋସନେଫ୍ଟ ଭାରତକୁ ଅଧିକ ମାତ୍ରାରେ ଅଶୋଧିତ ତୈଳ ରପ୍ତାନୀ କରୁଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *